ଚାକିରିରୁ ନିଲମ୍ବିତ ହେଲେ ଏସ୍‌ଏସ୍‌ଓ

ଖୋର୍ଦ୍ଧା ଅଫିସ,୧୦ା୨: ଭୁବନେଶ୍ୱର ଏୟାରପୋର୍ଟ ଥାନା ପଳାସପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ସମ୍ପାଦକ ସୁରେଶ ବେହେରାଙ୍କ ସମେତ ୬ଜଣଙ୍କୁ ରବିବାର ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଅଧିକାରୀ (ଏସ୍‌ଏସ୍‌ଓ) ଭାବେ କାର୍ଯ୍ୟକରୁଥିବା ଚନ୍ଦକା ମେଣ୍ଢାଶାଳ ଅଞ୍ଚଳର ସଂଗ୍ରାମ କେଶରୀ ଦାସ, ତାଲିମ୍‌ କେନ୍ଦ୍ରର ଦୁଇଜଣ ମହିଳା କର୍ମଚାରୀ କଟକ ସିଡିଏ ଫେଜ୍‌-୨ରେ ରହୁଥିବା ନୟାଗଡ଼ର ବାସନ୍ତୀ ସାହୁ ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀର ସଞ୍ଜୁ ଓରଫ ସଂଯୁକ୍ତା ମେହେର, ଖୋର୍ଦ୍ଧା ସଦର ଅଞ୍ଚଳର ଲାଲୁ ଓରଫ ଉମେଶଚନ୍ଦ୍ର ରାଉତରାୟ ଏବଂ କଟକ ନିଆଳି ଅଞ୍ଚଳର ରାକେଶ କୁମାର ଷଡ଼ଙ୍ଗୀ। ଗିରଫ ଅଭିଯୁକ୍ତମାନେ ଏବେ ଜେଲ୍‌ ହାଜତରେ ଥିବାବେଳେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ମଙ୍ଗଳବାର ଜିଲାପାଳ ସନତ୍‌ ମହାନ୍ତି ଏସ୍‌ଏସ୍‌ଓ ଦାସଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ଅନ୍ୟପଟେ ଅଭିଯୁକ୍ତ ଉମେଶ ଏବଂ ବାସନ୍ତିଙ୍କୁ ରିମାଣ୍ଡରେ ଆଣିବା ଲାଗି କମିଶନରେଟ ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରେ ଆବେଦନ କରିଛି। ଉମେଶ ଏବଂ ବାସନ୍ତୀ ଅନ୍ୟ କେଉଁମାନଙ୍କୁ ଯୁବତୀ ଚାଲାଣ କରୁଥିଲେ, ତାହା ପଚରାଉଚରା ପରେ ଘଟଣା ଜଣାପଡ଼ିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଯୁବତୀଙ୍କୁ ଉପଭୋଗ କରିଥିବା ବାବୁମାନେ ଏବେ ଛାନିଆ ହୋଇପଡିଛନ୍ତି। ଘଟଣା ପଦାରେ ପଡ଼ିବା ଆଶଙ୍କାରେ ବାବୁ ମାନଙ୍କ ନିଦ ଏକପ୍ରକାର ହଜିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଏସ୍‌ଏସ୍‌ଓ ବନ୍ଧା ହେବା ପରେ ବହୁ ଗୁମର ତଥ୍ୟ ପଦାକୁ ଆସିଛି। ଏହି ଘଟଣା ପଛରେ ବହୁ ବଡ଼ବଡ଼ିଆଙ୍କ ହାତ ରହିଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ଏସ୍‌ଏସ୍‌ଓ ଏଭଳି ଜଘନ୍ୟ କାର୍ଯ୍ୟ କରୁଥିବାବେଳେ କିପରି ଉପରିସ୍ଥ ଅଧିକାରୀମାନେ କିଛି ଜାଣି ପାରୁ ନ ଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେବଡ଼ କୋଳଙ୍କାରୀ ପଛରେ କେଉଁ ଅଧିକାରୀମାନଙ୍କ ହାତ ରହିଛି, ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ଠିକ୍‌ ତଥ୍ୟ ସାମନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri