ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର ରାମଧର ଭତରା(୨୦)। ସୋମବାର ରାମଧରଙ୍କର ଅତ୍ୟଧିକ ଝାଡା ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ନବରଙ୍ଗପୁର ଥାନାରେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲାପାଳ କମଳେଶ ମହନ୍ତ, ଅତିରିକ୍ତ ଏସ୍‌ପି ସି.ଏଚ.ହୃଦୟାନନ୍ଦ, ନବରଙ୍ଗପୁର ଥାନାଧିକାରୀ ତାରିକ ଅହମ୍ମଦ, ଜେଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ ପଟ୍ଟନାୟକ, ତହସିଲଦାର ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଜେଲ ପକ୍ଷରୁ ସୁପରିଣ୍ଟେଣ୍ଡେଣ୍ଟ ୫ ହଜାର ଟଙ୍କା ଓ ଜିଲା ରେଡ୍‌କ୍ରସ୍‌ ପକ୍ଷରୁ ତହସିଲଦାର ୧୫ ହଜାର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜାନୁୟାରୀ ୨୨ରେ କୋଡିଙ୍ଗା ପୋଲିସ ରାମଧରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନବରଙ୍ଗପୁର ଉପକାରାଗାରକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି ।...

୯ମ,୧୦ମ ପାଇଁ ୪ ନୂଆ ପାଠ୍ୟକ୍ରମ

କଟକ ଅଫିସ, ୧୮ା୧୦:ଶିକ୍ଷାବର୍ଷ ଅଧାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନବମ ଓ ଦଶମ ଶ୍ରେଣୀ ପାଇଁ ବୋର୍ଡ ନୂଆ ପାଠ୍ୟକ୍ରମ...

ଜଳିଗଲା ୨୨ ପରିବାରର ୪୬ ବଖରା

ପଦ୍ମପୁର,୨ା୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାହୁସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୪୬ ବଖରା ଘର ଜଳି ଯାଇଛି।  ...

ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର...

ଅଜଣା ଜନ୍ତୁ ଆକ୍ରମଣରେ ୨୮ ମେଣ୍ଢା ମୃତ, ୪ ଗୁରୁତର

ମହାକାଳପଡ଼ା,୨ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି...

ପିଆରଏମ୍‌ ମେଡ଼ିକାଲ୍‌ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ...

୩ ବର୍ଷ ପରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିଲା ପୋଷାକ

ଛତ୍ରପୁର,୧୯।୪(ଡି.ଏନ୍‌.ଏ .) : ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଦୀର୍ଘ ୩ ବର୍ଷ ପରେ ପୋଷାକ...

ହାତୀର ମୃତଦେହ ଉଦ୍ଧାର: ଦେହରେ ଲାଗିଛି ଗୁଳି

ବୌଦ୍ଧ,୧୭।୬(ଡି.ଏନ୍‌.ଏ.): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ଗୁଟୁଣିମାଟୁ ନାଳ ନିକଟରେ ଏକ ଦନ୍ତା ହାତୀର ମୃତଦେହ ବୁଧବାର ଦେଖିବାକୁ ମିଳଛି। ସକାଳେ...

Advertisement
Archives

Model This Week