ଆମ ଜିଲା ଖବର

ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ ବହୁ ସନ୍ନ୍ୟାସୀଙ୍କ ଭିଡ଼ ଜମୁଥିଲା। ଶୂନ୍ୟବ୍ରହ୍ମଙ୍କ ଉପାସନା ଓ ଅଲେଖ ଧର୍ମର ପ୍ରଚାରପ୍ରସାର…

ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ଖପ୍ରାଖୋଲ,୨୫।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସମବାୟ ସମିତି ଜୁରିଆ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ଶହଶହ ବସ୍ତା ଧାନ। ଏହି ମଣ୍ଡିରେ ଚଳିତ ବର୍ଷ ୮୦୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ…

ହାଟ ଖୋଜୁଛି ବାଟ

କାମାକ୍ଷାନଗର, ୨୫।୧୨: ହାଟ କେବଳ ବ୍ୟବସାୟିକ କେନ୍ଦ୍ରସ୍ଥଳ ନୁହେଁ, ଅଧିକନ୍ତୁ ଏହା ସାମାଜିକ, ସାଂସ୍କୃତିକ ଭାବଧାରାର ପ୍ରତୀକ। ଦ୍ରୁତ ସହରୀକରଣ, ମଲ୍‌ କଲ୍‌ଚର, ଅନ୍‌ଲାଇନ୍‌ ମାର୍କେଟିଂ ସତ୍ତ୍ୱେ ହାଟ ନିଜର ଅସ୍ତିତ୍ୱ ବଜାୟ ରଖିଛି। ତେବେ ଶତାଧିକ ବ୍ୟବସାୟୀ ଏବଂ ଗ୍ରାହକଙ୍କ…

ବିଜେଡି ଜିଲା ସଭାପତି ଓ ଧର୍ମଗଡ ବିଧାୟକଙ୍କ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଲୋକାର୍ପଣ ନେଇ ସୂଚନା

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି। ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ…

କେନ୍ଦୁଗୁଡା ଛକରେ ୪୦୭ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା :୨ ଗୁରୁତର

କୋକସରା, ୨୫।୧୨ (ଡି.ଏନ.ଏ.) -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ରାସ୍ତା ନିକଟରେ ୪୦୭ ଗାଡି ନମ୍ବର ଓଆର୦୮ ବି ୬୬୪୯ ଓ ବାଇକ ନମ୍ବର ଓଡି୦୮ଏଫ୨୭୯୮ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି। ବାଇକରେ ଥିବା…

ବ୍ଲକ ସ୍କ୍ରିନିଂ କମିଟି ଚୟନ ବୈଠକ : କୋକସରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ପିସି କାରବାର ଅଭିଯୋଗ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭା ଗୃହଠାରେ ସୋମବାର ବ୍ଲକ ସ୍କ୍ରିନିଂ କମିଟି ଚୟନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ଅଂଶଗ୍ରହଣ କରିଥିବା ବେଳେ…

କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଗଠିତ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଚୟନ ପ୍ରକ୍ରିୟା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍କ୍ରିନିଂ କମିଟିର ସଦସ୍ୟ ରୂପେ ସର୍ବସମ୍ମତି କ୍ରମେ ସ୍କ୍ରିନିଂ କମିଟିର ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ, ଉପାଧ୍ୟକ୍ଷା ଧିରାମଣୀ…

ଯୁବତୀ ଚାଲାଣକାରୀ ଗିରଫ

ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମ ଟୋଲା…

ଆମପାଣି ବୁଢ଼ାରଜା ମନ୍ଦିରକୁ ସନ୍ଧ୍ୟା ନଇଁଲେ ଆସୁଛି ଭାଲୁ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲାର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଆଦିବାସୀ ଜନମାନସର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା। ସାହାଜଖୋଲ ଜଙ୍ଗଲ ପାଦଦେଶରେ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ରହିଛି। ଆଜିକୁ କିଛିଦିନ ହେବ ସନ୍ଧ୍ୟା…

ଭିନ୍ନକ୍ଷମ ପରିଚୟ ପ୍ରଦାନ କର୍ମଶାଳା

  ଦେବଗଡ, ୨୫ା୧୨(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପରିଚୟ ପ୍ରଦାନ ନିମନ୍ତେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ…

କଟକ କୋର୍ଟରେ ହାଜର ହେଲେ ଧଳସାମନ୍ତ ଭ୍ରାତା

କଟକ ଅଫିସ, ୨୫ା୧୨:ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ ପୋଲିସ କଟକ ଏସ୍‌ଡିଜେଏମ୍‌(ସଦର) କୋର୍ଟରେ ଗୁରୁବାର ହାଜର କରିଛି। ଉଭୟଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ପୋଲିସ ଅଦାଲତରେ ଆବେଦନ କରିଥିବାବେଳେ କୋର୍ଟ ୨ଦିନ ଅର୍ଥାତ୍‌ ୨୫ ଓ ୨୬ତାରିଖ ପାଇଁ…

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନିଜ ଘରେ ଭିଲିଲାନ୍ସ ଚଢାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?