ଗୋଦାମ ଅଭାବରୁ ଅବ୍ୟବସ୍ଥା: ସ୍ବାଭାବିକ ହୋଇପାରୁନି ଧାନ ସଂଗ୍ରହ

ଯାଜପୁର ଅଫିସ,୨୮।୨: ରାଜ୍ୟରେ ୨୦୨୦-୨୧ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଧାନସଂଗ୍ରହ ଠିକ୍‌ ଭାବେ ହେଉ ନ ଥିବାରୁ ବିଭିନ୍ନ ମଣ୍ଡିରେ ଶତାଧିକ କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି। ଏହାକୁ ନେଇ ଚଳିତ ବିଧାନସଭାରେ ବାରମ୍ବାର ହଟ୍ଟଗୋଳ ଦେଖିବାକୁ ମିଳିଛି। ମଣ୍ଡି ଆଗରେ ଗଦା ହୋଇରହିଥିବା ସବୁ ଧାନ ସରକାର ତୁରନ୍ତ ନେବାକୁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ହେଲେ ସରକାରଙ୍କ ପାଇଁ ତାହା ସମ୍ଭବ ହେବା ଭଳି ମନେ ହେଉନାହିଁ। କାରଣ ରାଜ୍ୟର ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଏବଂ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ସଂଖ୍ୟା ତୁଳନାରେ ଆବଶ୍ୟକ ଗୋଦାମ ନ ଥିବାରୁ ମଣ୍ଡି ଆଗରେ ପାହାଡ଼ ଭଳି ଧାନ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସମବାୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଧାନ ସଂଗ୍ରହ ପାଇଁ ୨,୬୧୬ ପ୍ୟାକ୍ସ ଓ ୩,୩୩୭ ପିପିସି ମଧ୍ୟରୁ ମାତ୍ର ୪,୦୭,୮୮୫ ଏମ୍‌ଟି କ୍ଷମତା ବିଶିଷ୍ଟ ୧,୮୩୭ ଗୋଦାମ ରହିଛି, ଯାହାକି ଆବଶ୍ୟକତାର ମାତ୍ର ୩୧ ପ୍ରତିଶତ। ଆବଶ୍ୟକ ସ୍ଥଳେ ଗୋଦାମ ଭଡ଼ାରେ ନେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ହେଁ କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ମିଲରମାନଙ୍କ ମନମାନି ସହ ନିର୍ଦ୍ଦିଷ୍ଟ ସମୟରେ ଧାନ ଉଠାଣରେ ବିଫଳ ହେଉଥିବାରୁ ଚାଷୀଙ୍କ ପାଇଁ କାଳ ହେଉଛି।
ଗୋଦାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୯-୨୦ ବର୍ଷରେ ଡବ୍ଲ୍ୟୁଆଇଏଫ୍‌ (ୱେର୍‌ହାଉସ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଫଣ୍ଡ୍‌)ରେ ୨୦୦ ଖାଦ୍ୟଶସ୍ୟ ଗୋଦାମ ନିର୍ମାଣ କରିବାକୁ ଯୋଜନା ରହିଥିଲା। ଏହାବାଦ୍‌ ଆରଇଡିଏଫ୍‌ (ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ୍‌)ରେ ରାଜ୍ୟର ୪୭ ପ୍ୟାକ୍ସରେ ୪୭ଟି ଏବଂ ଏନ୍‌ସିଡିସି(ନ୍ୟାଶନାଲ କୋପରେଟିଭ ଡେଭଲପମେଣ୍ଟ କର୍ପୋରେଶନ) ଯୋଜନାରେ ୮୪ଟି ଗୋଦାମ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ନ ହେବାରୁ ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଥିବା କୁହାଯାଉଛି।
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ମଣ୍ଡିଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ସରକାର ଅନେକ ଯୋଜନା କରୁଥିଲେ ହେଁ ତାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କ ଆନ୍ତରିକତା ନାହିଁ। ସେଥିମଧ୍ୟରୁ ଆବଶ୍ୟକ ଗୋଦାମ ଅଭାବ ଚାଷୀକୁଳକୁ ବ୍ୟଥିତ କରିଛି। ଏପରି କି ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ବିରୋଧୀ ନେତାମାନେ ମଧ୍ୟ ଗୋଦାମ ନିର୍ମାଣରେ କୌଣସି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉନାହିଁ। କଁା ଭଁା ନେତାଙ୍କୁ ଛାଡ଼ିଦେଲେ, ସେମାନେ କେବେ ମଣ୍ଡିକୁ ଯାଇ ଧାନ ସଂଗ୍ରହ ବ୍ୟବସ୍ଥା ଦେଖୁନାହାନ୍ତି। ବିଧାନସଭାରେ କେବଳ ଲୋକଦେଖାଣିଆ ପ୍ରତିବାଦ ହେଉଛି। ଏହାର ସୁଯୋଗରେ ମିଲ୍‌ ମାଲିକମାନେ ଚାଷୀଙ୍କୁ କଟ୍‌ନୀ ଛଟ୍‌ନୀ ଭଳି ଅନେକ ହଇରାଣ ହରକତ କରୁଛନ୍ତି।
ରାଜ୍ୟରେ ପ୍ୟାକ୍ସ ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଛି। ଧାନ ସଂଗ୍ରହ ନୀତି ଅନୁଯାୟୀ, ଜିଲାସ୍ତରରେ ଗଠିତ ଡିଷ୍ଟ୍ରିକ୍ଟ ଲେଭଲ୍‌ ପ୍ରୋକ୍ୟୁରମେଣ୍ଟ କମିଟି ଆବଶ୍ୟକ ହେଉଥିବା ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଧାନମଣ୍ଡି ସମ୍ପର୍କରେ ଆଗୁଆ ସୂଚନା ଦେବା, ପ୍ରଚାରପ୍ରସାର ପାଇଁ ଡାକବାଜି ଯନ୍ତ୍ର, ପ୍ରଚାର ପତ୍ର ଇତ୍ୟାଦି ବ୍ୟବହାର କରିବା ଓ ନିୟନ୍ତ୍ରିତ ବଜାର କମିଟି ଧାନ ମାପ ପାଇଁ ଉପଯୁକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ଓ ଧାନ ସଂରକ୍ଷଣ ବ୍ୟବସ୍ଥା ସୁଚାରୁରୂପେ କରାଯିବ ବୋଲି ଜିଲା କ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ହେଲେ ଆବଶ୍ୟକ ଗୋଦାମ ନ ଥିବାରୁ ହଜାର ହଜାର ଚାଷୀ ଧାନ ମଣ୍ଡିରେ ଦେଇ ନ ପାରି ନୟାନ୍ତ ହେଉଛନ୍ତି। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ୧୨୨ ପ୍ୟାକ୍ସରେ ୩୮୫୦ କ୍ଷମତା ବିଶିଷ୍ଟ ୭୭ ଗୋଦାମ ରହିଛି। କିନ୍ତୁ ସେଥିରୁ ମାତ୍ର ୩୬ଟି କାର୍ଯ୍ୟକ୍ଷମ ରହିଛି। ଅଧାରୁ ଅଧିକ ଗୋଦାମ ଅଚଳ ରହିବା କେବଳ ଯାଜପୁର ଜିଲାରେ ନୁହେଁ, ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ବୋଲି ସମବାୟ ସମିତିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି। ଏଭଳି ସ୍ଥିତି ଯୋଗୁ କେତେକ ପ୍ୟାକ୍ସରେ ଚାଷୀଙ୍କ ଧାନକୁ ସିଧା ମିଲ୍‌କୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଚାଷୀ ସରକାରୀ ଅଧିକାରୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛନ୍ତି। ୮ା୧୧ା୨୦୧୯ରେ ବରୀ ବିଧାୟିକା ସୁନନ୍ଦା ଦାସ ଯାଜପୁର ବ୍ଲକ ସୁଜନପୁର ପ୍ୟାକ୍ସରେ ଡବ୍ଲ୍ୟୁଆଇଏଫ୍‌ ଯୋଜନାରେ ଏକ ଗୋଦାମ ନିର୍ମାଣ କରିବାକୁ ସମବାୟ ସମିତି ସମୂହ ନିବନ୍ଧକ(ଆର୍‌ସିଏସ୍‌)ଙ୍କୁ ପତ୍ର ଲେଖିଥିଲେ। ସେହିପରି ୧୦ା୯ା୨୦୧୯ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ପଣସା ପ୍ୟାକ୍ସରେ ଏକ ଅଫିସ ଗୃହ ଓ ଗୋଦାମ ନିର୍ମାଣ କରିବାକୁ ପତ୍ର ଲେଖିଥିଲେ। କିନ୍ତୁ ଆର୍‌ସିଏସ୍‌ ପକ୍ଷରୁ ୧୯ା୨ା୨୦୨୧ରେ ଉପରୋକ୍ତ ଗୋଦାମ ଓ ଅଫିସ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଏଆର୍‌ସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ଗୋଦାମ ନିର୍ମାଣ ପାଇଁ ସରକାରୀ ଅଧିକାରୀଙ୍କ ଆନ୍ତରିକତା କେତେ ତାହା ସହଜେ ଅନୁମେୟ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?