ଗୋଦାମ ଅଭାବରୁ ଅବ୍ୟବସ୍ଥା: ସ୍ବାଭାବିକ ହୋଇପାରୁନି ଧାନ ସଂଗ୍ରହ

ଯାଜପୁର ଅଫିସ,୨୮।୨: ରାଜ୍ୟରେ ୨୦୨୦-୨୧ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଧାନସଂଗ୍ରହ ଠିକ୍‌ ଭାବେ ହେଉ ନ ଥିବାରୁ ବିଭିନ୍ନ ମଣ୍ଡିରେ ଶତାଧିକ କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି। ଏହାକୁ ନେଇ ଚଳିତ ବିଧାନସଭାରେ ବାରମ୍ବାର ହଟ୍ଟଗୋଳ ଦେଖିବାକୁ ମିଳିଛି। ମଣ୍ଡି ଆଗରେ ଗଦା ହୋଇରହିଥିବା ସବୁ ଧାନ ସରକାର ତୁରନ୍ତ ନେବାକୁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ହେଲେ ସରକାରଙ୍କ ପାଇଁ ତାହା ସମ୍ଭବ ହେବା ଭଳି ମନେ ହେଉନାହିଁ। କାରଣ ରାଜ୍ୟର ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଏବଂ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ସଂଖ୍ୟା ତୁଳନାରେ ଆବଶ୍ୟକ ଗୋଦାମ ନ ଥିବାରୁ ମଣ୍ଡି ଆଗରେ ପାହାଡ଼ ଭଳି ଧାନ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସମବାୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଧାନ ସଂଗ୍ରହ ପାଇଁ ୨,୬୧୬ ପ୍ୟାକ୍ସ ଓ ୩,୩୩୭ ପିପିସି ମଧ୍ୟରୁ ମାତ୍ର ୪,୦୭,୮୮୫ ଏମ୍‌ଟି କ୍ଷମତା ବିଶିଷ୍ଟ ୧,୮୩୭ ଗୋଦାମ ରହିଛି, ଯାହାକି ଆବଶ୍ୟକତାର ମାତ୍ର ୩୧ ପ୍ରତିଶତ। ଆବଶ୍ୟକ ସ୍ଥଳେ ଗୋଦାମ ଭଡ଼ାରେ ନେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ହେଁ କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ମିଲରମାନଙ୍କ ମନମାନି ସହ ନିର୍ଦ୍ଦିଷ୍ଟ ସମୟରେ ଧାନ ଉଠାଣରେ ବିଫଳ ହେଉଥିବାରୁ ଚାଷୀଙ୍କ ପାଇଁ କାଳ ହେଉଛି।
ଗୋଦାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୯-୨୦ ବର୍ଷରେ ଡବ୍ଲ୍ୟୁଆଇଏଫ୍‌ (ୱେର୍‌ହାଉସ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଫଣ୍ଡ୍‌)ରେ ୨୦୦ ଖାଦ୍ୟଶସ୍ୟ ଗୋଦାମ ନିର୍ମାଣ କରିବାକୁ ଯୋଜନା ରହିଥିଲା। ଏହାବାଦ୍‌ ଆରଇଡିଏଫ୍‌ (ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ୍‌)ରେ ରାଜ୍ୟର ୪୭ ପ୍ୟାକ୍ସରେ ୪୭ଟି ଏବଂ ଏନ୍‌ସିଡିସି(ନ୍ୟାଶନାଲ କୋପରେଟିଭ ଡେଭଲପମେଣ୍ଟ କର୍ପୋରେଶନ) ଯୋଜନାରେ ୮୪ଟି ଗୋଦାମ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ନ ହେବାରୁ ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଥିବା କୁହାଯାଉଛି।
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ମଣ୍ଡିଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ସରକାର ଅନେକ ଯୋଜନା କରୁଥିଲେ ହେଁ ତାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କ ଆନ୍ତରିକତା ନାହିଁ। ସେଥିମଧ୍ୟରୁ ଆବଶ୍ୟକ ଗୋଦାମ ଅଭାବ ଚାଷୀକୁଳକୁ ବ୍ୟଥିତ କରିଛି। ଏପରି କି ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ବିରୋଧୀ ନେତାମାନେ ମଧ୍ୟ ଗୋଦାମ ନିର୍ମାଣରେ କୌଣସି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉନାହିଁ। କଁା ଭଁା ନେତାଙ୍କୁ ଛାଡ଼ିଦେଲେ, ସେମାନେ କେବେ ମଣ୍ଡିକୁ ଯାଇ ଧାନ ସଂଗ୍ରହ ବ୍ୟବସ୍ଥା ଦେଖୁନାହାନ୍ତି। ବିଧାନସଭାରେ କେବଳ ଲୋକଦେଖାଣିଆ ପ୍ରତିବାଦ ହେଉଛି। ଏହାର ସୁଯୋଗରେ ମିଲ୍‌ ମାଲିକମାନେ ଚାଷୀଙ୍କୁ କଟ୍‌ନୀ ଛଟ୍‌ନୀ ଭଳି ଅନେକ ହଇରାଣ ହରକତ କରୁଛନ୍ତି।
ରାଜ୍ୟରେ ପ୍ୟାକ୍ସ ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଛି। ଧାନ ସଂଗ୍ରହ ନୀତି ଅନୁଯାୟୀ, ଜିଲାସ୍ତରରେ ଗଠିତ ଡିଷ୍ଟ୍ରିକ୍ଟ ଲେଭଲ୍‌ ପ୍ରୋକ୍ୟୁରମେଣ୍ଟ କମିଟି ଆବଶ୍ୟକ ହେଉଥିବା ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଧାନମଣ୍ଡି ସମ୍ପର୍କରେ ଆଗୁଆ ସୂଚନା ଦେବା, ପ୍ରଚାରପ୍ରସାର ପାଇଁ ଡାକବାଜି ଯନ୍ତ୍ର, ପ୍ରଚାର ପତ୍ର ଇତ୍ୟାଦି ବ୍ୟବହାର କରିବା ଓ ନିୟନ୍ତ୍ରିତ ବଜାର କମିଟି ଧାନ ମାପ ପାଇଁ ଉପଯୁକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ଓ ଧାନ ସଂରକ୍ଷଣ ବ୍ୟବସ୍ଥା ସୁଚାରୁରୂପେ କରାଯିବ ବୋଲି ଜିଲା କ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ହେଲେ ଆବଶ୍ୟକ ଗୋଦାମ ନ ଥିବାରୁ ହଜାର ହଜାର ଚାଷୀ ଧାନ ମଣ୍ଡିରେ ଦେଇ ନ ପାରି ନୟାନ୍ତ ହେଉଛନ୍ତି। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ୧୨୨ ପ୍ୟାକ୍ସରେ ୩୮୫୦ କ୍ଷମତା ବିଶିଷ୍ଟ ୭୭ ଗୋଦାମ ରହିଛି। କିନ୍ତୁ ସେଥିରୁ ମାତ୍ର ୩୬ଟି କାର୍ଯ୍ୟକ୍ଷମ ରହିଛି। ଅଧାରୁ ଅଧିକ ଗୋଦାମ ଅଚଳ ରହିବା କେବଳ ଯାଜପୁର ଜିଲାରେ ନୁହେଁ, ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ବୋଲି ସମବାୟ ସମିତିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି। ଏଭଳି ସ୍ଥିତି ଯୋଗୁ କେତେକ ପ୍ୟାକ୍ସରେ ଚାଷୀଙ୍କ ଧାନକୁ ସିଧା ମିଲ୍‌କୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଚାଷୀ ସରକାରୀ ଅଧିକାରୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛନ୍ତି। ୮ା୧୧ା୨୦୧୯ରେ ବରୀ ବିଧାୟିକା ସୁନନ୍ଦା ଦାସ ଯାଜପୁର ବ୍ଲକ ସୁଜନପୁର ପ୍ୟାକ୍ସରେ ଡବ୍ଲ୍ୟୁଆଇଏଫ୍‌ ଯୋଜନାରେ ଏକ ଗୋଦାମ ନିର୍ମାଣ କରିବାକୁ ସମବାୟ ସମିତି ସମୂହ ନିବନ୍ଧକ(ଆର୍‌ସିଏସ୍‌)ଙ୍କୁ ପତ୍ର ଲେଖିଥିଲେ। ସେହିପରି ୧୦ା୯ା୨୦୧୯ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ପଣସା ପ୍ୟାକ୍ସରେ ଏକ ଅଫିସ ଗୃହ ଓ ଗୋଦାମ ନିର୍ମାଣ କରିବାକୁ ପତ୍ର ଲେଖିଥିଲେ। କିନ୍ତୁ ଆର୍‌ସିଏସ୍‌ ପକ୍ଷରୁ ୧୯ା୨ା୨୦୨୧ରେ ଉପରୋକ୍ତ ଗୋଦାମ ଓ ଅଫିସ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଏଆର୍‌ସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ଗୋଦାମ ନିର୍ମାଣ ପାଇଁ ସରକାରୀ ଅଧିକାରୀଙ୍କ ଆନ୍ତରିକତା କେତେ ତାହା ସହଜେ ଅନୁମେୟ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri