ଗାଧୁଆତୁଠରୁ ବାଲି ଉତ୍ତୋଳନକୁ ବିରୋଧ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
ଆନନ୍ଦପୁର,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ତହସିଲ ଅନ୍ତର୍ଗତ ଗୋହିରା ପଞ୍ଚାୟତ ତାଳଗାଁ ନିକଟ କଲରାଗଡ଼ିଆ ଅଞ୍ଚଳରେ ଥିବା ବୈତରଣୀ ନଦୀର ଗାଧୁଆତୁଠରୁ ବାଲି ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ସେମାନେ ସୋମବାର ମଧ୍ୟାହ୍ନରେ ଆନନ୍ଦପୁର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।…
ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ: ଟ୍ରେନ୍, ବସ୍ରେ ଆସୁଥିବା ପ୍ରବାସୀଙ୍କୁ କରାଯାଉଛି ସାନିଟାଇଜ
ଛତ୍ରପୁର,୧।୬(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି। ପ୍ରବାସୀ ଓହ୍ଲାଇବା ପରେ ଷ୍ଟେଶନରେ ତାଙ୍କ ବ୍ୟାଗ୍ଠାରୁ ଆରମ୍ଭ କରି ପ୍ଲାଟ୍ଫର୍ମ, ସହ…
ମାସକ ମଧ୍ୟରେ ଫେରିଲେଣି ଦେଢ଼ଲକ୍ଷ ପ୍ରବାସୀ
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଓ ଜଗନ୍ନାଥପୁର ଷ୍ଟେଶନକୁ ମାସକ ମଧ୍ୟରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ତେବେ ଏଥିରେ ଗଞ୍ଜାମ ସମେତ ଓଡ଼ିଶାର ବିଭିନ୍ନ ଜିଲାର ଲୋକ ରହିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କ…
ଡୁମ୍ବୁଳା ଗ୍ରାମରେ ମାତିଲେ ଦୁର୍ବୃତ୍ତ; କବାଟ ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା
ଦିଗପହଣ୍ଡି,୧।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡଡୁମ୍ବୁଳା ପଞ୍ଚାୟତ ଅଧୀନ ସାନ ଡୁମ୍ବୁଳା ଗ୍ରାମରେ ରବିବାର ରାତିରେ ଲୁଟ୍ ହୋଇଛି। ଗ୍ରାମର ଜି.ରାଧାକାନ୍ତ ପ୍ରଧାନ ଓ ତାଙ୍କ ସାନଭାଇ ଜି. ଲକ୍ଷ୍ମୀ ପ୍ରଧାନଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ସୁନା, ରୂପାଗହଣା ଓ…
ସଂଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ
ଚୌଦ୍ୱାର,୧।୬(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧିଛକ ଟାଉନହଲ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ମୁଣ୍ଡାମାଳ ଗ୍ରାମର ହୋଇଥିବା ବେଳେ ୧୦ ଦିନତଳେ ସେ ସୁରଟରୁ ଫେରି ସଂଗରୋଧ କେନ୍ଦ୍ରରେ ରହୁଥିଲେ। ଗତ ୨୯…
ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ୨ ନାବାଳିକା, ୨ ନାବାଳକ
ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଥିବା…
ଏଣିକି ଓ୍ବେବ୍ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ
ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ ପୋର୍ଟାଲ ଉଦ୍ଘାଟନ କରାଯାଇଛି। ଏଣିକି ଅଭିଯୋଗକାରୀ ଏହି ପୋର୍ଟାଲରେ ନିଜ ଅଭିଯୋଗ କରିପାରିବେ। ଏହି…
ଭଦ୍ରକରେ ୧୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧ା୬: ସୋମବାର ଜିଲାରୁ ୭ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜିଲାରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଛୁଇଁଛି। ଏମାନଙ୍କ ମଧ୍ୟରୁ କିଛି କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚି଼ହ୍ନଟ ହୋଇଥିବା ବେଳେ ଅନ୍ୟ କିଛି ଗାଁରୁ ଚି଼ହ୍ନଟ ହୋଇଥିବା ଜଣାପଡ଼ିଛି।
ରେଲ୍ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ବଅଁରପାଳ,୧ା୬(ଡି.ଏନ୍.ଏ.): ସୋମବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍୍କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨…
ବିଦ୍ୟୁତ୍ ଆଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଭଦ୍ରକ ଅଫିସ,୧ା୬: ସୋମବାର ସକାଳୁ ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁରଣ୍ଡ ଗ୍ରାମର ଗୌରାଙ୍ଗ ମୁଦୁଲି ବୋଲି ଜଣାପଡ଼ିଛି। ସେ ସକାଳୁ ଏକ ବିଦ୍ୟୁତ୍ ତାରରେ ଲାଗିଯାଇଥିଲେ। ଗ୍ରାମବାସୀ ତାଙ୍କୁ…
କେନ୍ଦ୍ରାପଡ଼ାରେ ୫୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ୧୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦ୍ରାପଡ଼ା ଅଫିସ,୧ା୬: କେନ୍ଦ୍ରାପଡ଼ା ଜିଲାରେ ସୋମବାର ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି ଯେ, ନୂତନ ଚିହ୍ନଟଙ୍କ ମଧ୍ୟରେ…
ବନ୍ତରୁ ୩ କରୋନା ପଜିଟିଭ ଚିହ୍ନଟ
ବନ୍ତ,୧ା୬(ଡି.ଏନ୍.ଏ/ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କେନ୍ଦୁଆପଦା ପଞ୍ଚାୟତ ଗଣ୍ଡଗରା ଗ୍ରାମର ହୋଇଥିବା ବେଳେ ସେ ଓଡ଼ଙ୍ଗ କ୍ବାରାଣ୍ଟାଇନ ସେଣ୍ଟରରେ ରହି ଘରକୁ ଫେରିଥିଲେ। ଅନ୍ୟ ୨ ଜଣ…
Archives


