ଆମ ଜିଲା ଖବର

ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ବିଭାଗ

ଢେଙ୍କାନାଳ ଅଫିସ,୨୪ା୧୨: ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଏବଂ ଜାତୀୟସ୍ତରରେ ଢେଙ୍କାନାଳ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପ୍ରସିଦ୍ଧ ଶୈବପୀଠ କପିଳାସ, ସବୁଜିମା ସପ୍ତଶଯ୍ୟା, ମହିମାଧର୍ମର ପୀଠ ମହିମାଗାଦି ଯୋରନ୍ଦା ପାଇଁ ଢେଙ୍କାନାଳ ଜିଲା ପ୍ରସିଦ୍ଧ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ…

ମୃତ୍ୟୁ ଦଣ୍ଡାଦେଶ ଖାରଜ କଲେ ହାଇକୋର୍ଟ

କଟକ ଅଫିସ୍‌, ୨୪ା୧୨:ଅନୁଗୋଳ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ଏଥିସହ ପୋକ୍‌ସୋ ଅଦାଲତ ନିଜ ରାୟର ସମୀକ୍ଷା କରିବାକୁ ଉଚ୍ଚ ଅଦାଲତ କହିଛନ୍ତି।…

ଅଭିଯୁକ୍ତଙ୍କ ମା’ଙ୍କ ବୟାନ ବଦଳିଲା

ନୟାଗଡ଼ ଅଫିସ,୨୪ା୧୨:ପରୀ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ ଏସ୍‌ଆଇଟି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏବେ ଏସ୍‌ଆଇଟି ତାଙ୍କୁ ୩…

ବୋଥ୍ରାଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ ଯାଞ୍ଚ ଆଧାରରେ ବଳାତ୍କାର ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। କିନ୍ତୁ ଡିସେମ୍ବର…

ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍‌: ଚାଲିଗଲା ୨ ଜୀବନ

ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍‌କୁ କ୍ରେନ୍‌ ଦ୍ୱାରା ଗ୍ୟାରେଜ୍‌କୁ ନିଆଯାଉଥିବା ବେଳେ କେନ୍‌ ଡ୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରେ ଚଢ଼ିିଯିବାରୁ…

ବଂଶୀକୁ ଲକ୍ଷ୍ୟଭେଦ କଲା ଏମ୍‌ଆର୍‌ଏସ୍‌ଏଏମ୍‌

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ବୁଧବାର ଅପରାହ୍ନ ୩ଟା ୫୫ମିନିଟ୍‌ରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଭାରତ-ଇସ୍ରାଏଲ ମିଳିତ ସହଯୋଗରେ ଏମ୍‌ଆର୍‌ଏସଏଏମ୍‌(ମିଡ଼ିୟମ୍‌ ରେଞ୍ଜ ସର୍‌ଫେସ ଟୁ ଏୟାର ମିଶାଇଲ)କୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ…

ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର

କାକଟପୁର, ୨୩।୧୨(ଡି.ଏନ୍‌.ଏ.): କାକଟପୁର ମା’ ମଙ୍ଗଳା ମନ୍ଦିର ଖୋଲିଛି। କରୋନା ଯୋଗୁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିବା ପରେ ବୁଧବାର ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ଏ ନେଇ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା…

ମହାନଦୀ ପାରି ହୋଇ ପଶିଲେ ହାତୀପଲ: ଚିନ୍ତାରେ ଚାଷୀ

ବରଗଡ଼ ଅଫିସ,୨୩।୧୨: ସୋନପୁର ଜିଲାରୁ ମହାନଦୀ ପାରି ହୋଇ ହାତୀପଲ ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ତୁରୁମ, ଭାଲୁପାଲି, ମୋହନା ଆଦି ଅଞ୍ଚଳକୁ ପଶିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଏହି ହାତୀପଲ ପଶି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଫସଲକ୍ଷତି…

ଦହି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଲୁନ୍ଦୁରୁଡିହି ଗ୍ରାମରେ ଦହି ଖାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇଛନ୍ତି। ସେଥିରେ ୫ ଜଣ ଶିଶୁ ଥିବା ବେଳେ ୧୫ ଜଣ ମହିଳା ଓ ୫ରୁ ଉର୍ଦ୍ଧ୍ୱ ପୁରୁଷ ରହିଛନ୍ତି ।…

ଖଳାରେ କାମ କରୁଥିବା ସମୟରେ ମହିଳାଙ୍କୁ ଆକ୍ରମଣ କଲା ବାରହା

ରାଜନଗର,୨୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବେଲପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ଗାଁର ଅମରୀ ସାହାଣୀ ନାମକ ୬୦ ବର୍ଷୀୟା ଜଣେ ମହିଳା ଖଳାରେ କାମ କରୁଥିବା ସମୟରେ ତାଙ୍କୁ ବାରାହା ଆକ୍ରମଣ କରିଥିଲା। ଏଥିରେ ତାଙ୍କ ବାମପଟ…

ଡାକବଙ୍ଗଳା ବଜାରରେ ଭୋରୁ ଲାଗିଲା ନିଆଁ: ଚାହୁଁ ଚାହୁଁ ଜଳିଗଲା ୪ ଦୋକାନ

ଭୋଗରାଇ,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ ଡ଼ାକବଙ୍ଗଳା ବଜାରରେ ବୁଧବାର ଭୋରରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦେକାନରେ ନିଆଁ ଲାଗି ଲଖ୍ୟଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି। ଏଥି ମଧ୍ୟରୁ ଦୁଇଟି ଫଳ ଓ ଅନ୍ୟ ଦୁଇଟି…

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ। ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?