କୃଷି ଆଇନକୁ ବିରୋଧ, ଉଲଗୁଲାନ୍‌ ଶପଥ ଯାତ୍ରାରେ ଭୁବନେଶ୍ବର ବାହାରିଲେ ଚାଷୀ

ବରଗଡ଼ ଅଫିସ,୨୮।୨: କେନ୍ଦ୍ରସରକାରଙ୍କ ୩ ନୂଆ କୃଷି ଆଇନ୍‌କୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଏହି କ୍ରମରେ ରବିବାର ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସ ଅବସରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ ଚାଷୀମାନେ ଭୁବନେଶ୍ବର ଅଭିମୁଖେ ଉଲଗୁଲାନ ଶପଥ ଯାତ୍ରାରେ ବାହାରିଛନ୍ତି। ବରଗଡ଼ ଗାନ୍ଧୀଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚାଷୀମାନେ ଯାତ୍ରାର ଶୁଭାରମ୍ଭ କରିଥିଲେ । ଚଳିତ ବିଧାନସଭାରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ସଂସଦରେ ପାରିତ ୩ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟର କୃଷକମାନଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ କରିବା, କେନ୍ଦ୍ର ଦ୍ବାରା ଘୋଷିତ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦରକୁ ସୁନିଶ୍ଚିତ କରିବା ପାଇଁ ମଣ୍ଡି ଜରିଆରେ ସଂଗ୍ରହ ବ୍ୟବସ୍ଥା କରିବା, ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ପ୍ରଦାନ, ଏମ୍‌ଏସ୍‌ପିଠାରୁ କମ ଦରରେ କ୍ରୟ କଲେ ଦଣ୍ଡ ବ୍ୟବସ୍ଥା କରିବା, ରାଜ୍ୟର ପ୍ରତି ପଞ୍ଚାୟତ ସ୍ତରରେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ ଓ ବ୍ୟବସ୍ଥିତ କରିବା ଏବଂ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ଧାନକୁ ତୁରନ୍ତ କିଣାଯାଇ ଏମ୍‌ଏସ୍‌ପି ପ୍ରଦାନ ଦାବିରେ ଏହି ଶପଥ ଯାତ୍ରା କରାଯାଉଛି। ଏହି ଦାବିରେ ଆସନ୍ତା ମାର୍ଚ୍ଚ ୨ତାରିଖ ଭୁବନେଶ୍ବର ପିଏମଜି ଛକରେ ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ନେତୃତ୍ୱରେ ସୁଶିଲ କୁମାର ସାହୁ, ହର ବଣିଆଙ୍କ ସମେତ ପ୍ରାୟ ୫୦ ଜଣ ବାଇକରେ ଏହି ଯାତ୍ରା କରି ଥିବାବେଳେ ବାଟରେ ସମ୍ବଲପୁର, ରେଢ଼ାଖୋଲ, ଅନୁଗୁଳ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଚାଷୀନେତା ଲିଙ୍ଗରାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା, ପୁଅ ଗିରଫ

ବିନିକା,୧୪ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ଖଇରମାଳ ଗ୍ରାମରେ ରବିବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି ା ଜଣେ ଯୁବକ ଜନ୍ମଦାତ୍ରୀ ମା’ଙ୍କୁ କାଠ ଫାଳିଆରେ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ ୩ ପରୀକ୍ଷା ଫଳ: କମିଲା ପାସ୍‌ ହାର

ଭଦ୍ରକ ଅଫିସ, ୯।୬ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଛାତ୍ରୀ ଆଗରେ...

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମଧ୍ୟସ୍ଥ

ବରଗଡ଼ ଅଫିସ/ପଦ୍ମପୁର,୩୦।୫: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଏବଂ ତାଙ୍କ ସହଯୋଗୀ ତଥା ମଧ୍ୟସ୍ଥ ସୋମଦେବ ବନଛୋର...

ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦...

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ...

ଢାବା ଉପରେ ବୋମାମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ବୁଧବାର ରାତିରେ ବୋମାମାଡ଼ ହୋଇଛି। ଏଥିରେ ଢାବାମାଲିକଙ୍କର ବୁଲେଟ୍‌ ଏବଂ କାର୍‌ଟି...

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ନିମାପଡ଼ା,୧୨।୩(ଡି.ଏନ୍‌.ଏ.):ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର...

ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ...

Advertisement
Archives

Model This Week