ଆନ୍ଧ୍ର-ଓଡ଼ିଶାର ଅବହେଳିତ ସୀମା ବିବାଦ: କୋଟିଆର କାନ୍ଦ

ଉତ୍କଳର ଯୋଗ୍ୟ ସନ୍ତାନ ନିଜ ଜୀବନକୁ ବାଜି ଲଗାଇ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ପରିଚୟ ଦେଇଥିଲେ। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ପରି ୬ ଜିଲାକୁ ନେଇ ଏହାର ରୂପରେଖ ସଜେଇ ହୋଇଥିଲା। ପରବର୍ତ୍ତୀ ସମୟରେ ୧୩ ଏବଂ ପରେ ୩୦ ଜିଲାରେ ପରିଣତ ହୋଇଥିବା ଓଡ଼ିଶାକୁ ଇତିମଧ୍ୟରେ ୮୫ ବର୍ଷ ବିତିଯାଇଛି। ଅନେକ ଘାତ ପ୍ରତିଘାତ ଭିତରୁ ମୁକୁଳି ଓଡ଼ିଶା ଆଜି ସମୃଦ୍ଧ ତଥା ବିକାଶ ପଥରେ ଅଗ୍ରସର ହେଉଛି। ହେଲେ ୧୯୫୬ରେ ରାଜ୍ୟ ମାନ୍ୟତା ପାଇଥିବା ଆନ୍ଧ୍ର ଓଡ଼ିଶାର କୋଟିଆ ପଞ୍ଚାୟତର ଅନେକ ଗ୍ରାମପୁଞ୍ଜକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେବାକୁ ପ୍ରୟାସ ଜାରି ରଖିଛି, ଯାହା ଓଡ଼ିଶା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫଗୁଣସେନେରୀ, ଫାଟୁସେନେରୀ ଗ୍ର୍ରାମରେ ନିକଟରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାରେ ସଫଳ ହୋଇଛି। ଏହା ପଛରେ କେତେକ ଓଡ଼ିଆ ଲୋକଙ୍କ ସମ୍ପୃକ୍ତି ରହିଛି। ଏହି ଅଞ୍ଚଳକୁ ନିଲାମ କରୁଥିବା ସେହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସରକାର ରାଜଦ୍ରୋହ ମାମଲାରେ ଜେଲ ପଠାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ଖୁବ୍‌ଶୀଘ୍ର ଆନ୍ଧ୍ର ଅକ୍ତିଆର କରିନେବ। କୋଟିଆରେ ଆନ୍ଧ୍ର କିପରି ନିର୍ବାଚନ କରିବାକୁ ସକ୍ଷମ ହେଲା, ଏହାକୁ ଦଖଲ କରିବାରେ ଆନ୍ଧ୍ରର କ’ଣ ସ୍ବାର୍ଥ ରହିଛି, ସେଠାକାର ସାଲୁର ନିର୍ବାଚନ ମଣ୍ଡଳୀର ଜଣେ ବିଧାୟକଙ୍କ ଇସାରାରେ ଆମ ରାଜ୍ୟର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଆନ୍ଧ୍ର ସହ କିପରି ହାତ ମିଶାଇ ସମ୍ପୃକ୍ତ ଅଞ୍ଚଳକୁ ଟେକିଦେବାକୁ ଉଦ୍ୟମ ଚଳାଇଛନ୍ତି, ଏପରି କି କୋଟିଆ ପଞ୍ଚାୟତର ଗ୍ରାମଗୁଡ଼ିକରେ ଥିବା ସମସ୍ୟାକୁ ଜିଲା ପ୍ରଶାସନ କିପରି ଅଣଦେଖା କରୁଛିି, ସେ ସବୁ ସମ୍ପର୍କରେ ‘ଧରିତ୍ରୀ’ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳ ବୁଲି ଦେଖିବା ପରେ ଆମେ ସାଉଁଟିଥିଲୁ ଏହି ତଥ୍ୟ।

ମାଡ୍ରାସ ପ୍ରେସିଡେନ୍ସିରୁ ଆନ୍ଧ୍ର ଅଲଗା ହେଲା

୧୯୫୩ରେ ଯେତେବେଳ ମାଡ୍ରାସ ପ୍ରେସିଡେନ୍ସିରୁ ଆନ୍ଧ୍ର ଅଲଗା ହୋଇଥିଲା। ସେତେବେଳେ ଆନ୍ଧ୍ର ସରକାର କୋଟିଆ ଜନଜାତିକୁ ଗୁରୁତ୍ୱ ଦେବା ତ ଦୂରର କଥା ସହଯୋଗର ହାତ ମଧ୍ୟ ବଢାଇ ନ ଥିଲେ। ସେଠାରେ ରହୁଥିବା ଜନଜାତି କୋରାପୁଟ ଓ ପଟ୍ଟାଙ୍ଗୀ ଉପରେ ନିର୍ଭରଶୀଳ ଥିଲେ। ୧୯୬୨-୬୩ରେ କୋଟିଆର ଥୁରିଆ ଓ ଆଖପାଖ ପାର୍ବତ୍ୟାଞ୍ଚଳରେ ମାଟି ଖୋଳିବା ପରେ ସୁନା ପ୍ଲାଟିନମ, ରତ୍ନପଥର ସହ ମାଙ୍ଗାନିଜ, ବକ୍ସାଇଟ, ଖଣିଜପଥର, ଗ୍ରାଫାଇଟ, ଲାଇମ୍‌ଷ୍ଟୋନ ପରି ମୂଲ୍ୟବାନ ଖଣିଜ ପଦାର୍ଥ ରହିଥିବା ଯେତେବେଳେ ଜାଣିବାକୁ ମିଳିଲା, ସେତେବେଳେ ଉକ୍ତ ଅଞ୍ଚଳ ପ୍ରତି ଆନ୍ଧ୍ରର ଅହେତୁକ ଅନୁକମ୍ପା ଓ ଆଗ୍ରହ ବଡ଼ିବାରେ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିସହ ଓଡ଼ିଶା ଉପରେ ପୂର୍ଣ୍ଣ ନିର୍ଭରଶୀଳଥିବା କୋଟିଆର ଗ୍ରାମପୁଞ୍ଜଗୁଡ଼ିକ ଉପରେ ଆନ୍ଧ୍ର ନିଜର ହକ୍‌ ଜାହିର କରିବାକୁ ଆରମ୍ଭ କଲା। ୧୯୬୪ରେ ପଟ୍ଟାଙ୍ଗୀ ବିଡିଓ ଏବଂ ତହସିଲଦାର ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିଲା। ଅପରପକ୍ଷେ ଆନ୍ଧ୍ର ପକ୍ଷରୁ କୋଟିଆରେ ଥାନା ନିର୍ମାଣ କରିଥିଲା। ହେଲେ ପରବର୍ତ୍ତୀ ସମୟରେ କୋଟିଆରେ ଥିବା ଆନ୍ଧ୍ର ଥାନାକୁ ହଟାଇ ଦିଆଯାଇଥିଲା।

୨୧ଗ୍ରାମ ଉପରେ ଉଭୟଙ୍କ ନଜର

ଇତିହାସରୁ ଜଣାଯାଏ ୧୯୩୬ ପୂର୍ବରୁ କୋଟିଆ ଜୟପୁର ଇଷ୍ଟେଟ ଅଧୀନରେ ରହିଥିଲା। ୧୯୪୩ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶର ମିଳିତ ସର୍ଭେରେ କୋଟିଆର ୭ଟି ଗଁା ଥୁରିଆ, ବାରବନ୍ଧ, ତଳକଣ୍ଟି, ରୁମେଲପଦର, ମାଥାଲାମ୍ବା, ସୁଲିଆମାରି ଓ କାଟ୍ରାଗୁଡ଼ା ପଟ୍ଟାଙ୍ଗୀ ବ୍ଲକର ରାଜସ୍ବ ଗ୍ରାମଭାବେ ରେକର୍ଡଭୁକ୍ତ ହୋଇଥିଲା। କୋଟିଆ ପଞ୍ଚାୟତରେ ୧୮ଟି ଗ୍ରାମ ରହିଥିବାବେଳେ ଗମନାଗମନ ସମସ୍ୟା କାରଣରୁ ଭୁଲବଶତଃ ୨୧ଟି ଗ୍ରାମ ସର୍ଭେରୁ ବାଦ୍‌ ପଡ଼ିଥିଲା। ସେହିପରି ଆନ୍ଧ୍ରପ୍ରଦେଶ ଗଠନବେଳେ ଉକ୍ତ ୨୧ଟି ଗ୍ରାମକୁ ଆନ୍ଧ୍ର ସରକାର ସର୍ଭେରେ ସାମିଲ କରି ନ ଥିଲେ। ଫଳରେ ବାହ୍ୟ ଦୁନିଆରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ବଞ୍ଚତ୍ଥିବା ୨୧ଟି ଗ୍ରାମର ଜନଜାତି ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେ ସମୟରୁ ବିବାଦ ଚାଲିଆସିଛି।

ସୁପ୍ରିମକୋର୍ଟରେ ଓଡ଼ିଶାର ଲଢ଼େଇ

କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର ଦାଦାଗିରି ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିବାଦୀୟ ୨୧ଟି ଗ୍ରାମର ସ୍ବତ୍ୱ , ଅଧିକାର ଓ ଅଧିଗ୍ରହଣ ପାଇଁ ୧୯୬୮ରେ ଏକ ମାମଲା ରୁଜୁ କରିଥିଲେ। ସୁପ୍ରିମକୋର୍ଟ ଉକ୍ତ ମାମଲାର ବିଚାର ସରିବା ପର୍ଯ୍ୟନ୍ତ ସାମୟିକ ସ୍ଥିତାବସ୍ଥା ଜାରି କରିଥିଲେ। ରାଜ୍ୟ -ରାଜ୍ୟ ମଧ୍ୟରେ ଉପୁଜୁଥିବା ସୀମା ବିବାଦର ସମାଧାନ ସୁପ୍ରିମ୍‌କୋର୍ଟର ପରିସରଭୁକ୍ତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ୨୦୦୬ ମାର୍ଚ୍ଚ ୩୦ରେ ଦର୍ଶାଇଥିଲେ। ଏହାର ସମାଧାନ ପାର୍ଲାମେଣ୍ଟ କରିପାରିବ ବୋଲି ମତ ରଖିଥିଲେ। ଏଥିସହ ସୁପ୍ରିମକୋର୍ଟ ଏହି ବିବାଦୀୟ ସ୍ଥାନ ଉପରେ ସ୍ଥିତାବସ୍ଥା ଜାରି ରଖିଥିଲେ। କୋଟିଆ ଉପରେ ଅଧିକାର ସ୍ବତ୍ୱ ମାମଲା ଏବେବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।

ଫେଲ ମାରୁଛି ପ୍ରଶାସନିକ ନୀତି

କୋଟିଆ ସୀମା ବିବାଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ବିଭ୍ରାନ୍ତି ସୃଷ୍ଟି କରି ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ ଜାରି ରଖିଛି। ଆନ୍ଧ୍ର ତା’ର ସରକାରୀ ରେକର୍ଡରେ ତଳ ଗଞ୍ଜେଇପଦର, ଫଗୁଣସେନେରୀ ଓ ଫାଟୁସେନେରୀକୁ ସାଲୁର ମଣ୍ଡଳର ୩ଟି ଗ୍ରାମ ପଞ୍ଚାୟତର ମାନ୍ୟତା ଦେଇସାରିଛି। ଏପରି କି ଧୂଳିଆପଦର ଗାଁ ଦେଇ କୋଟିଆ ପର୍ଯ୍ୟନ୍ତ ୧୫ କିମି ରାସ୍ତା ତିଆରି କରିଛି। ସେହିପରି ଗଞ୍ଜେଇପଦରରେ ତେଲୁୁଗୁ ସ୍କୁଲ ଓ ଉପରସେମ୍ବି ଗ୍ରାମରେ ଆନ୍ଧ୍ର ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କରିଛି। ଏପରିକି ବର୍ତ୍ତମାନ ଫାଟୁସେନେରୀରେ ଏକ ଅସ୍ଥାୟୀ ଛପର ଘରେ ତେଲୁଗୁ ଶିକ୍ଷା କେନ୍ଦ୍ର ଆରମ୍ଭ ହୋଇଛି। ୧୫ଟି ଗ୍ରାମକୁ ବିଦ୍ୟୁତ୍‌ ସେବା ଆନ୍ଧ୍ର ଯୋଗାଇଛି। ଅପରପକ୍ଷରେ ଓଡ଼ିଶା ସରକାରଙ୍କ ତରଫରୁ ବର୍ତ୍ତମାନ ବିକାଶ କାର୍ଯ୍ୟ ଚାଲିଥିବାବେଳେ କୁନ୍ଦୁଲିଠାରୁ କୋଟିଆ ଦେଇ ଫାଟୁସିନେରୀ ପର୍ଯ୍ୟନ୍ତ ୪୦ କିମିରୁ ଊର୍ଦ୍ଧ୍ୱ ରାସ୍ତା ତିଆରି ହୋଇଛି। ମାଡକାର ଓ ସୁଲିଆମାରିକୁ ଯୋଗାଯୋଗ ନିମନ୍ତେ ବ୍ରିଜ୍‌ କାମ ଠାରୁ ଆରମ୍ଭ କରି ଦେଓମାଳି ଓ ତାରପଦର ରାସ୍ତା କାମର ଉନ୍ନତି ଜାରି ରହିଛି। ହେଲେ ପ୍ରଶାସନିକ ଅଧିକାରୀମାନେ ବିକାଶ କାର୍ଯ୍ୟରେ ଅଧିକ ତପତ୍ର ହେବାସହ ପୋଲିସ ଫୋର୍ସ ଦ୍ୱାରା ସୀମା ସୁରକ୍ଷାର ସୁବନ୍ଦୋବସ୍ତ କରିବା ଆବଶ୍ୟକ ହୋଇପଡ଼ିଛି।

ଓଡ଼ିଆ ଜାଣି କହୁନାହାନ୍ତି

ଫଗୁଣସେନେରୀ ଓ ଫାଟୁସେନେରୀ ଗ୍ରାମର ଲୋକମାନେ ଓଡ଼ିଆ ଜାଣିଥିଲେ ମଧ୍ୟ ସରକାରୀ ଅଧିକାରୀ ବା ଜନପ୍ରତିନିଧି ଗଲେ ଗାଁ ପୁରୁଷ ଶୂନ୍ୟ ହୋଇଯାଉଛି। ହାତଗଣତି ଲୋକ ଗାଁ ଦାଣ୍ଡରେ ଗଣମାଧ୍ୟମକୁ ମୁହଁ ଖୋଲୁ୍‌ଥିବାବେଳେ ଅଧିକାଂଶ ନୀରବ ରହୁଛନ୍ତି। ଓଡ଼ିଆ ଜାଣି ମଧ୍ୟ ଅଧିକାଂଶ ତେଲୁଗୁ କହୁଛନ୍ତି। ନିକଟରେ କୋରାପୁଟ ଉପଜିଲାପାଳ ଓ ପଟ୍ଟାଙ୍ଗୀ ତହସିଲଦାର ୩ ବିବାଦୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଯାଇଥିବାବେଳେ ଗ୍ରାମବାସୀ ଅନିଚ୍ଛା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।

ଆକର୍ଷଣୀୟ ଯୋଜନାରେ ଆନ୍ଧ୍ରର ପ୍ରଲୋଭନ

ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ନିର୍ବାଚନ କରିଥିବା ୩ଟି ଗ୍ରାମର ଲୋକଙ୍କୁ ଉତ୍ସାହିତ କରିବା ନେଇ ଗତ ୨ ବର୍ଷ ଧରି ବେଶ୍‌ ଆକର୍ଷଣୀୟ ଯୋଜନା କରିଛନ୍ତି। ଯାହାକି ଆନ୍ଧ୍ରପ୍ରଦେଶର ସାଲୁର ନିର୍ବାଚନ ମଣ୍ଡଳୀ ସମେତ ଅନ୍ୟ କୌଣସି ସ୍ଥାନରେ ଦିଆଯାଉନାହିଁ। ନିର୍ବାଚନ ହୋଇଥିବା ୩ଟି ଗ୍ରାମରେ ପରିବାର ପିଛା ବାର୍ଷିକ ୧୪ ହଜାର ଓ ପ୍ରତ୍ୟେକ ପରିବାରକୁ ପାଠପଢା ଖର୍ଚ୍ଚ ବାବଦ ୧୪ ହଜାର ଟଙ୍କା ଦିଆଯାଇଛି। ବିଶେଷକରି କୋଟିଆ ଅଞ୍ଚଳର କିଛି କୁଜି ନେତା ସାଲୁର ବିଧାୟକଙ୍କ ଠାରୁ ଠିକା କାମ ପାଇ ଓଡ଼ିଶା ମାଟିର ଲୋକଙ୍କୁ ଆନ୍ଧ୍ର ପକ୍ଷରୁ ହେଉଥିବା ନିର୍ବାଚନରେ ସାମିଲ ହେବାକୁ ପ୍ରବର୍ତ୍ତାଉଛନ୍ତି। ତେଣୁ ଏଭଳି ରାଜଦ୍ରୋହୀଙ୍କୁ ଚିହ୍ନଟ କରି ଜେଲ ପଠାଇବାକୁ ଗ୍ରାମବାସୀ ଜଣାଇଛନ୍ତି।

ଉପସ୍ଥାପନା: ଜ୍ୟୋତିରଞ୍ଜନ ମହାପାତ୍ର
ଫଟୋ: ମୌସମ ନନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?