ଆକର୍ଷଣ ପାଲଟିଛି ଅଲୋଡ଼ା କୁଞ୍ଜବନ ମଠ

ଖୋର୍ଦ୍ଧା ଅଫିସ,୨୮।୨: କୁହାଯାଏ ଇଚ୍ଛା ଓ ନିଷ୍ଠା ଥିଲେ ସବୁ କିଛି ସମ୍ଭବ। ସଫଳତା ଆପେ ଆପେ ମିଳିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଦୁଇ ଯୁବବନ୍ଧୁ ସନ୍ତୋଷ କୁମାର ମାନସିଂ ଓ ସୁମନ୍ତ କୁମାର ପ୍ରଧାନ। ଉଭୟଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏକଦା ଜରାଜୀର୍ଣ୍ଣ ହୋଇ ଅଲୋଡ଼ା ପଡ଼ିଥିବା କୁଞ୍ଜବନ ମଠ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ଅଧୀନ ପିଚୁକୁଳିଠାରୁ ୩କିମି ଦୂର ଗଲେ ଅସରଳା ଗ୍ରାମ ପଡ଼େ। ଏଠାରୁ ୧ କିମି ଦୂୂରରେ କୁଞ୍ଜବନ ମଠ ରହିଛି। ଅନାବନା ଗଛ ଲତା, ଶିଆଳି ଲତା ଭର୍ତ୍ତିହୋଇ ଅସ୍ବାସ୍ଥ୍ୟକର ପରିବେଶରେ ଥିବା ଏହି ମଠ ନୂତନ ରୂପ ନେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଝାଟିମାଟି, ନଡ଼ା, ବେତ, ବାଉଁଶ ପ୍ରଭୃତିରେ ସୁମନ୍ତ ଓ ସନ୍ତୋଷ ଗଢ଼ିଛନ୍ତି ଟାଇଟାନିକ ଜାହାଜର ପ୍ରତିକୃତି। ଏଥିସହ ଗ୍ରାମୀଣ ପରିବେଶର ଝଲକ ସ୍ବରୂପ ଝାଟିମାଟିର କୁଡ଼ିଆ, ସବାରି ସାଙ୍ଗକୁ ମୟୂର, ହରିଣ ପ୍ରଭୃତି ମାଟି ନିର୍ମିତ ବନ୍ୟଜନ୍ତୁ, ଦୋଳି, ଝରଣାର କୁଳୁକୁଳୁ ନାଦର ଭ୍ରମ ଏହାର ପ୍ରାକୃତିକ ପରିବେଶକୁ ଅତି ଆକର୍ଷଣୀୟ କରିପାରିଛି।
ଏକଦା ଅଲୋଡ଼ା ତଥା ଅବ୍ୟବସ୍ଥିତ ପରିବେଶରେ କୁଞ୍ଜବନ ମଠ ରହିଥିଲା। ଜାତୀୟ ରାଜପଥ ଦେଇ ଖୋର୍ଦ୍ଧା ଓ ନୟାଗଡ଼ ଯାଉଥିବା ଲୋକେ ଏହାର ମନୋରମ ପରିବେଶ ସମ୍ପର୍କରେ ଜାଣିବା ପରେ ଏଠାକୁ ବୁଲି ଆସୁଛନ୍ତି। ଟାଇଟନିକ ଜାହାଜ ଆଗରେ ଲୋକେ ଠିଆ ହୋଇ ସେଲ୍ଫି ନେବା ସହ ଏଠାକାର ମନୋରମ ପରିବେଶକୁ ଉପଭୋଗ କରୁଛନ୍ତି। ଏଠାରେ ବନ୍ଧୁମିଳନ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସୁମନ୍ତ ଓ ସନ୍ତୋଷଙ୍କ ପ୍ରୟାସ ଯୋଗୁ ଅସରଳା କୁଞ୍ଜବନ ମଠ ସମ୍ପ୍ରତି ଚର୍ଚ୍ଚାକୁ ଆସିଛି। ତେବେ ଉକ୍ତ ମଠକୁ ଯିବା ଲାଗି ଏକ ମାଟିରାସ୍ତା ରହିଛି। ସରକାର ଏହି ମଠର ପୁନରୁଦ୍ଧାର ସହ ପକ୍କା ରାସ୍ତା ନିର୍ମାଣ କଲେ ଏହାର ଗୌରବ ବୃଦ୍ଧି ପାଇବା ସହ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୁମନ୍ତ ଓ ସନ୍ତୋଷ କହିଛନ୍ତି, କରୋନା ଯୋଗୁ ଗ୍ରାମକୁ ଫେରିବା ପରେ ଆମେ ଦୁଇଜଣ କିଛି କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ଘରେ ବସିରହିବା ଅପେକ୍ଷା କିଛି ନୂତନ କାମ କରିବାକୁ ଚିନ୍ତା କଲୁ। ଦିନେ ଦୁଇ ବନ୍ଧୁ କୁଞ୍ଜବନ ମଠ ବୁଲିବାକୁ ଯାଇଥିଲୁ। ମଠର ବାବାଜୀଙ୍କଠାରୁ ଏହାର ପ୍ରାଚୀନତା ସମ୍ପର୍କରେ ଜାଣିବା ପରେ ମଠକୁ ନୂତନ ରୂପ ଦେବାକୁ ନିଷ୍ପତ୍ତି ନେଲୁ। ସେତେବେଳେ ମଠ ଚାରିପଟେ ଅନାବନା ଗଛଲତା ପରିପୂର୍ଣ୍ଣ ଥିଲା। ତେଣୁ ଏହାକୁ ସଫାସୁତୁରା କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଦୁହେଁ ମିଶି ବିଭିନ୍ନ ଯୋଜନା ପ୍ରସ୍ତୁତ କଲୁ। ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନର ଚିତ୍ର ଦେଖିବା ପରେ ଆମ ମନକୁ ଏଭଳି ପରିକଳ୍ପନା ଆସିଥିଲା। ଏଠାରେ ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି ସ୍ବଳ୍ପ ଖର୍ଚ୍ଚରେ କିପରି ନୂତନତ୍ୱ ଦିଆଯାଇପାରିବ, ସେଥିଲାଗି ପ୍ରସ୍ତୁତି ଆରମ୍ଭ କଲୁ। ପ୍ରଥମେ ବାଉଁଶ, ନଡ଼ା, ମାଟିକୁ ବ୍ୟବହାର କରି ଟାଇଟାନିକ ଜାହାଜ କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କରିଥିଲୁ। ଏଥିସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଚାଲିଥିଲା। ଏକ ଗ୍ରାମୀଣ ପରିବେଶର ଝଲକ ସୃଷ୍ଟି ଲକ୍ଷ୍ୟ ନେଇ ଯେଉଁ କାମ କରିଛୁ ତାହା ଏବେ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କ ମନ ଛୁଇଁପାରୁଛି। ଏଥିଲାଗି ଆମେ ଦୁହେଁ ବହୁତ ଖୁସି ବୋଲି ସୁମନ୍ତ ଓ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମର ବିବେକାନନ୍ଦ ସ୍ବାଇଁ କହିଛନ୍ତି, କୁଞ୍ଜବନ ମଠ ହେଉଛି ବହୁ ପ୍ରାଚୀନ। ଏଠାରେ ରାଧାକୃଷ୍ଣ ପୂଜା ପାଉଛନ୍ତି। ଜଣେ ବାବାଜୀ ରହି ମଠରେ ପୂଜାର୍ଚ୍ଚନା କରୁଛନ୍ତି। ଏକଦା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ମଠ ଦୁଇ ଯୁବକଙ୍କ ଲାଗି ଏକ ନୂତନ ପରିଚୟ ପାଇଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri