ଗୁରୁଜଙ୍ଗ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୮।୨: ଗୁରୁଜଙ୍ଗ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁମାରବସ୍ତ ଗ୍ରାମର ଦୀପୁ ଓରଫ ଦୀପକ କୁମାର ପ୍ରଧାନଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଶନିବାର ଗିରଫ କରିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ଦୀପୁଙ୍କ ନାମରେ ପୂର୍ବରୁ ଖୋର୍ଦ୍ଧା ଆଦର୍ଶ ଥାନାରେ ୬ ଏବଂ ଭୁବନେଶ୍ୱର ଏସ୍‌ଟିଏଫ୍‌ ଥାନାରେ ଗୋଟିଏ ଆପରାଧିକ ମାମଲା ରହିଛି। ଉକ୍ତ ଘଟଣାରେ ପୋଲିସ ପୂର୍ବରୁ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଅପରାଧରେ ବ୍ୟବହୃତ ୭ଟି ବାଇକ ଜବତ କରିଥିଲା। ଦୀପୁ ଗ୍ୟାଙ୍ଗ ସୃଷ୍ଟି କରି ନିଜ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲେ। ଗୁଳିକାଣ୍ଡ ପରଠାରୁ ସେ ଫେରାର ଥିଲେ। ତାଙ୍କୁ ଧରିବା ଲାଗି ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ ଚଳାଇଥିଲା। ଏହି ଟିମ୍‌ ଦୀପୁଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅଢେଇ ମାସର ଲୁଚକାଳି ଖେଳ ପରେ ଶେଷରେ ପୋଲିସ ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତ ଦୀପୁଙ୍କୁ ତାଙ୍କ ନିଜ ଗ୍ରାମ କୁମାରବସ୍ତରୁ ଧରିବାରେ ସଫଳ ହୋଇଛି। ଶନିବାର ଖୋର୍ଦ୍ଧା ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଥାନାଧିକାରୀ ସିଂ ଉପସ୍ଥିତ ଥିଲେ।
ପୋଲିସ ସୂଚନା ଅନୁଯାୟୀ, ଗତ ଡିସେମ୍ବର ୮ତାରିଖରେ ଗୁରୁଜଙ୍ଗ ମଝି ସାହିର ସନ୍ତୋଷ କୁମାର ସାହୁଙ୍କ ଘରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ସମ୍ପର୍କୀୟମାନଙ୍କୁ ନେବା ପାଇଁ ଏକ ବୋଲେରୋ ଘର ଆଗରେ ରହିଥିଲା। ସେମାନେ ଯିବାକୁ ବାହାରିବା ବେଳକୁ ବୋଲେରୋ ଆଗରେ ଏକ ବାଇକ୍‌ ରହିଥିବା ସନ୍ତୋଷ ଦେଖିବାକୁ ପାଇଥିଲେ। ସେ ବାଇକ ସାଇଡ୍‌ କରିବାକୁ ସମ୍ପୃକ୍ତ ଚାଳକଙ୍କୁ କହିଥିଲେ। ଏଥିରେ ବାଇକ ଚାଳକ ରାଗି ଯାଇ ତାଙ୍କର ଅନ୍ୟ ୪ଜଣ ସମର୍ଥକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବା ଦେଖି ସନ୍ତୋଷଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ଦୀପୁ ଏକ ପିସ୍ତଲ ବାହାର କରି ସନ୍ତୋଷଙ୍କ ଉପରକୁ ଗୁଳି ଚଳାଇଥିଲେ। ସନ୍ତୋଷ କୌଶଳ କ୍ରମେ ବର୍ତ୍ତିଯିବା ସତ୍ତ୍ୱେ ଆହତ ହୋଇଥିଲେ। ଗୁଳିଟି ଘର କବାଟରେ ବାଜିଥିଲା। ଦୀପୁ ପୁଣି ବ୍ଲାଙ୍କ୍‌ ଫାୟାରିଂ କରି ସ୍ଥାନୀୟ ଲୋକଙ୍କୁ ଡରାଇ ସେଠାରୁ ଫେରାର ହୋଇଯାଇଥିଲେ। ସନ୍ତୋଷଙ୍କ ଅଭିଯୋଗ କ୍ରମେ ଥାନାରେ ଦଫା ୩୪୧, ୩୨୩, ୩୨୫, ୩୦୭, ୫୦୬, ୩୪ ଆଇପିସି, ୨୫-୨୭ ଆର୍ମ୍‌ସ ଆକ୍ଟରେ ଏକ କେସ୍‌ (ନଂ. ୪୪୨/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri