ଗୁରୁଜଙ୍ଗ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୮।୨: ଗୁରୁଜଙ୍ଗ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁମାରବସ୍ତ ଗ୍ରାମର ଦୀପୁ ଓରଫ ଦୀପକ କୁମାର ପ୍ରଧାନଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଶନିବାର ଗିରଫ କରିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ଦୀପୁଙ୍କ ନାମରେ ପୂର୍ବରୁ ଖୋର୍ଦ୍ଧା ଆଦର୍ଶ ଥାନାରେ ୬ ଏବଂ ଭୁବନେଶ୍ୱର ଏସ୍‌ଟିଏଫ୍‌ ଥାନାରେ ଗୋଟିଏ ଆପରାଧିକ ମାମଲା ରହିଛି। ଉକ୍ତ ଘଟଣାରେ ପୋଲିସ ପୂର୍ବରୁ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଅପରାଧରେ ବ୍ୟବହୃତ ୭ଟି ବାଇକ ଜବତ କରିଥିଲା। ଦୀପୁ ଗ୍ୟାଙ୍ଗ ସୃଷ୍ଟି କରି ନିଜ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲେ। ଗୁଳିକାଣ୍ଡ ପରଠାରୁ ସେ ଫେରାର ଥିଲେ। ତାଙ୍କୁ ଧରିବା ଲାଗି ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ ଚଳାଇଥିଲା। ଏହି ଟିମ୍‌ ଦୀପୁଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅଢେଇ ମାସର ଲୁଚକାଳି ଖେଳ ପରେ ଶେଷରେ ପୋଲିସ ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତ ଦୀପୁଙ୍କୁ ତାଙ୍କ ନିଜ ଗ୍ରାମ କୁମାରବସ୍ତରୁ ଧରିବାରେ ସଫଳ ହୋଇଛି। ଶନିବାର ଖୋର୍ଦ୍ଧା ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଥାନାଧିକାରୀ ସିଂ ଉପସ୍ଥିତ ଥିଲେ।
ପୋଲିସ ସୂଚନା ଅନୁଯାୟୀ, ଗତ ଡିସେମ୍ବର ୮ତାରିଖରେ ଗୁରୁଜଙ୍ଗ ମଝି ସାହିର ସନ୍ତୋଷ କୁମାର ସାହୁଙ୍କ ଘରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ସମ୍ପର୍କୀୟମାନଙ୍କୁ ନେବା ପାଇଁ ଏକ ବୋଲେରୋ ଘର ଆଗରେ ରହିଥିଲା। ସେମାନେ ଯିବାକୁ ବାହାରିବା ବେଳକୁ ବୋଲେରୋ ଆଗରେ ଏକ ବାଇକ୍‌ ରହିଥିବା ସନ୍ତୋଷ ଦେଖିବାକୁ ପାଇଥିଲେ। ସେ ବାଇକ ସାଇଡ୍‌ କରିବାକୁ ସମ୍ପୃକ୍ତ ଚାଳକଙ୍କୁ କହିଥିଲେ। ଏଥିରେ ବାଇକ ଚାଳକ ରାଗି ଯାଇ ତାଙ୍କର ଅନ୍ୟ ୪ଜଣ ସମର୍ଥକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବା ଦେଖି ସନ୍ତୋଷଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ଦୀପୁ ଏକ ପିସ୍ତଲ ବାହାର କରି ସନ୍ତୋଷଙ୍କ ଉପରକୁ ଗୁଳି ଚଳାଇଥିଲେ। ସନ୍ତୋଷ କୌଶଳ କ୍ରମେ ବର୍ତ୍ତିଯିବା ସତ୍ତ୍ୱେ ଆହତ ହୋଇଥିଲେ। ଗୁଳିଟି ଘର କବାଟରେ ବାଜିଥିଲା। ଦୀପୁ ପୁଣି ବ୍ଲାଙ୍କ୍‌ ଫାୟାରିଂ କରି ସ୍ଥାନୀୟ ଲୋକଙ୍କୁ ଡରାଇ ସେଠାରୁ ଫେରାର ହୋଇଯାଇଥିଲେ। ସନ୍ତୋଷଙ୍କ ଅଭିଯୋଗ କ୍ରମେ ଥାନାରେ ଦଫା ୩୪୧, ୩୨୩, ୩୨୫, ୩୦୭, ୫୦୬, ୩୪ ଆଇପିସି, ୨୫-୨୭ ଆର୍ମ୍‌ସ ଆକ୍ଟରେ ଏକ କେସ୍‌ (ନଂ. ୪୪୨/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?