ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ ଏବେ ଏକ ୩ଜଣିଆ କମିଟି ଗଠନ କରିଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଘଟଣାର ତଦନ୍ତ ସହ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜଣାଇବାକୁ କମିଟି ଗଠନ କରିଛନ୍ତି। ଏହି କମିଟିରେ ବାଙ୍ଗାଲୋରସ୍ଥିତ ଇଣ୍ଡିୟାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍‌ସ ଏବଂ ସେଣ୍ଟର ଫର ଇକୋଲୋଜିକାଲ ସାଇନ୍ସର ଆସୋସିଏଟ ପ୍ରଫେସର କାର୍ତ୍ତିକ ଶଙ୍କର, ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଏବଂ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରଓ୍ବାଲ ରହିଛନ୍ତି। ଉକ୍ତ କମିଟି ଗହୀରମଥା ଏବଂ ରୁଷିକୂଲ୍ୟା ମୁହାଣ ଗସ୍ତ କରିବା ସହ ସେଠାକାର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏପରି କି ମତ୍ସ୍ୟଜୀବୀ ଏବଂ ଅଲିଭ୍‌ ରିଡ୍‌ଲେଙ୍କ ସଂରକ୍ଷଣ, ସୁରକ୍ଷା ତଥା ଉକ୍ତ ଅଞ୍ଚଳରେ ଜୈବବିବିଧତା ରକ୍ଷା କରିବାରେ କାର୍ଯ୍ୟ କରୁଥିବା ଲୋକଙ୍କ ସହ ମିଶି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ନେଇ କ’ଣ କରାଯାଇପାରିବ ସେନେଇ ଆଲୋଚନା କରିବେ। ଏପରି କି କୋର୍ଟ ପୂର୍ବରୁ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶର କିଭଳି ଅନୁପାଳନ କରାଯାଇଛି ସେନେଇ ତର୍ଜମା କରିବେ। କମିଟି ଏହାର ରିପୋର୍ଟ ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫କୁ ଅଦାଲତ ଧାର୍ଯ୍ୟ କରିଛନ୍ତି। କମିଟି ସଦସ୍ୟମାନେ ଉକ୍ତ ଅଞ୍ଚଳକୁ ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଅଧିକାରୀ ଯେଭଳି ସହଯୋଗ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି।
ପ୍ରକାଶ ଯେ, ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମାସକ ମଧ୍ୟରେ ପ୍ରାୟ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟିବା ନେଇ ଗତ ୪ତାରିଖରେ ଜାତୀୟସ୍ତରର ଏକ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଓଡ଼ିଶା ହାଇକୋର୍ଟ ଗତ ମଙ୍ଗଳବାର ନିଜ ଆଡ଼ୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମୁଖ୍ୟବିଚାରପତି ଏସ୍‌. ମୁରଲୀଧର, ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଛି, ସେନେଇ ୨୬ତାରିଖ ମଧ୍ୟରେ ଅଦାଲତଙ୍କୁ ଜଣାଇବାକୁ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ରାଜନଗର ହେନ୍ତାଳ ବନଖଣ୍ଡର ସହକାରୀ ବନ ଅଧିକାରୀ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ, ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଏହି ନୋଟିସ୍‌ କରାଯାଇଥିଲା। ଉକ୍ତ ନୋଟିସ ବଳରେ ରାଜନଗର ବନଖଣ୍ଡ ଅଧିକାରୀ ୨୫ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କଇଁଛ ସୁରକ୍ଷା କ୍ୟାମ୍ପରୁ ମିଳିଥିବା ତଥ୍ୟ ଅନୁସାରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୪୦୬ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟିଛି। କଇଁଛ ପ୍ରଜନନ ଋତୁରେ ସାଧାରଣଭାବେ ମୃତ କଇଁଛମାନେ ବେଳାଭୂମିରେ ଭାସନ୍ତି। ଆଉ ଏହା ବିଶେଷକରି ମାଛଧରା ଜାଲରେ ଛନ୍ଦି ହୋଇ କିମ୍ବା ଟ୍ରଲରରେ ପିଟି ହୋଇ ମୃତ୍ୟୁବରଣ କରୁଛନ୍ତି। ବେଳାଭୂମିରେ ପଡ଼ୁଥିବା କଇଁଛର ମୃତଦେହ କେବଳ ସେଠାକାର ନୁହେଁ ବରଂ ଗଭୀର ସମୁଦ୍ରରେ ମରିଯାଉଥିବା କଇଁଛଗୁଡ଼ିକ ପବନ ଓ ଢେଉରେ ଭାସି ଆସି ବେଳାଭୂମିରେ ଲାଗିଥାନ୍ତି ବୋଲି ବନ ଅଧିକାରୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଚଳିତ ବର୍ଷ ଗହୀରମଥା ଅଭୟାରଣ୍ୟ ଅଞ୍ଚଳରେ ୨୦ଟି ବୋଟ ଜବତ କରାଯାଇଥିବାବଳେ ୧୬୭ଜଣଙ୍କୁ ଗିରଫ କରାଯାଇଛି। ସରକାରୀ ଅଧିକାରୀଙ୍କ ସମ୍ମିଳିତ ଉଦ୍ୟମରେ କଇଁଛ ମୃତ୍ୟୁର ହାର ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୫୦% କମିପାରିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri