ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ ଏବେ ଏକ ୩ଜଣିଆ କମିଟି ଗଠନ କରିଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଘଟଣାର ତଦନ୍ତ ସହ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜଣାଇବାକୁ କମିଟି ଗଠନ କରିଛନ୍ତି। ଏହି କମିଟିରେ ବାଙ୍ଗାଲୋରସ୍ଥିତ ଇଣ୍ଡିୟାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍‌ସ ଏବଂ ସେଣ୍ଟର ଫର ଇକୋଲୋଜିକାଲ ସାଇନ୍ସର ଆସୋସିଏଟ ପ୍ରଫେସର କାର୍ତ୍ତିକ ଶଙ୍କର, ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଏବଂ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରଓ୍ବାଲ ରହିଛନ୍ତି। ଉକ୍ତ କମିଟି ଗହୀରମଥା ଏବଂ ରୁଷିକୂଲ୍ୟା ମୁହାଣ ଗସ୍ତ କରିବା ସହ ସେଠାକାର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏପରି କି ମତ୍ସ୍ୟଜୀବୀ ଏବଂ ଅଲିଭ୍‌ ରିଡ୍‌ଲେଙ୍କ ସଂରକ୍ଷଣ, ସୁରକ୍ଷା ତଥା ଉକ୍ତ ଅଞ୍ଚଳରେ ଜୈବବିବିଧତା ରକ୍ଷା କରିବାରେ କାର୍ଯ୍ୟ କରୁଥିବା ଲୋକଙ୍କ ସହ ମିଶି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ନେଇ କ’ଣ କରାଯାଇପାରିବ ସେନେଇ ଆଲୋଚନା କରିବେ। ଏପରି କି କୋର୍ଟ ପୂର୍ବରୁ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶର କିଭଳି ଅନୁପାଳନ କରାଯାଇଛି ସେନେଇ ତର୍ଜମା କରିବେ। କମିଟି ଏହାର ରିପୋର୍ଟ ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫କୁ ଅଦାଲତ ଧାର୍ଯ୍ୟ କରିଛନ୍ତି। କମିଟି ସଦସ୍ୟମାନେ ଉକ୍ତ ଅଞ୍ଚଳକୁ ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଅଧିକାରୀ ଯେଭଳି ସହଯୋଗ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି।
ପ୍ରକାଶ ଯେ, ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମାସକ ମଧ୍ୟରେ ପ୍ରାୟ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟିବା ନେଇ ଗତ ୪ତାରିଖରେ ଜାତୀୟସ୍ତରର ଏକ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଓଡ଼ିଶା ହାଇକୋର୍ଟ ଗତ ମଙ୍ଗଳବାର ନିଜ ଆଡ଼ୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମୁଖ୍ୟବିଚାରପତି ଏସ୍‌. ମୁରଲୀଧର, ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଛି, ସେନେଇ ୨୬ତାରିଖ ମଧ୍ୟରେ ଅଦାଲତଙ୍କୁ ଜଣାଇବାକୁ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ରାଜନଗର ହେନ୍ତାଳ ବନଖଣ୍ଡର ସହକାରୀ ବନ ଅଧିକାରୀ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ, ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଏହି ନୋଟିସ୍‌ କରାଯାଇଥିଲା। ଉକ୍ତ ନୋଟିସ ବଳରେ ରାଜନଗର ବନଖଣ୍ଡ ଅଧିକାରୀ ୨୫ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କଇଁଛ ସୁରକ୍ଷା କ୍ୟାମ୍ପରୁ ମିଳିଥିବା ତଥ୍ୟ ଅନୁସାରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୪୦୬ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟିଛି। କଇଁଛ ପ୍ରଜନନ ଋତୁରେ ସାଧାରଣଭାବେ ମୃତ କଇଁଛମାନେ ବେଳାଭୂମିରେ ଭାସନ୍ତି। ଆଉ ଏହା ବିଶେଷକରି ମାଛଧରା ଜାଲରେ ଛନ୍ଦି ହୋଇ କିମ୍ବା ଟ୍ରଲରରେ ପିଟି ହୋଇ ମୃତ୍ୟୁବରଣ କରୁଛନ୍ତି। ବେଳାଭୂମିରେ ପଡ଼ୁଥିବା କଇଁଛର ମୃତଦେହ କେବଳ ସେଠାକାର ନୁହେଁ ବରଂ ଗଭୀର ସମୁଦ୍ରରେ ମରିଯାଉଥିବା କଇଁଛଗୁଡ଼ିକ ପବନ ଓ ଢେଉରେ ଭାସି ଆସି ବେଳାଭୂମିରେ ଲାଗିଥାନ୍ତି ବୋଲି ବନ ଅଧିକାରୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଚଳିତ ବର୍ଷ ଗହୀରମଥା ଅଭୟାରଣ୍ୟ ଅଞ୍ଚଳରେ ୨୦ଟି ବୋଟ ଜବତ କରାଯାଇଥିବାବଳେ ୧୬୭ଜଣଙ୍କୁ ଗିରଫ କରାଯାଇଛି। ସରକାରୀ ଅଧିକାରୀଙ୍କ ସମ୍ମିଳିତ ଉଦ୍ୟମରେ କଇଁଛ ମୃତ୍ୟୁର ହାର ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୫୦% କମିପାରିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri