ଆମ ଜିଲା ଖବର

ଘରେ ରହି ନୂଆବର୍ଷ ସ୍ବାଗତ କରିବାକୁ ପରାମର୍ଶ

ଛତ୍ରପୁର,୩୧ା୧୨(ଡି.ଏନ୍‌.ଏ.)-ଘରେ ନିଜ ପରିବାର ସହ ରହି ନୂଆବର୍ଷର ପ୍ରଥମ ଦିନକୁ ସ୍ବାଗତ କରିବାକୁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜିଲାପାଳ କହିଛନ୍ତି, ନୂଆବର୍ଷ ପାଇଁ ବାହାରକୁ ଯଥା ପାର୍କ, ବେଳାଭୂମିକୁ ଯାଇ…

ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି।…

କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ନିୟୁଷ୍ଟାର ଚାମ୍ପିୟନ

ମନମୁଣ୍ଡା,୩୧।୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଶଗଡ଼ା ପଞ୍ଚାୟତ ଶରଧାପାଲିରେ ଚାଳିଥିବା ମା’କନ୍ଧେନବୁଢ଼ୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତେଲିବନ୍ଧ ଦଳକୁ ହରାଇ ସୋନପୁର ନିୟୁଷ୍ଟାର ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ୩ଟି ଫର୍ମାଟରେ ହୋଇଥିଲା। ପ୍ରଥମ ମ୍ୟାଚରେ ତେଲିବନ୍ଧ…

କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି…

ଆଧୁନିକ ପ୍ରଣାଳୀରେ କଲରା ଚାଷ: ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରଶ୍ମି

ପୁରୁଣାକଟକ,୩୧ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୁତା ଗ୍ରାମର ଯୁବ ଚାଷୀ ରଶ୍ମି ରଞ୍ଜନ ବାଘ(୩୫)। ବର୍ତ୍ତମାନ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରି ଆର୍ଥତ୍କ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଧୁନିକ…

ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ପିଇଓଙ୍କ ଶାନ୍ତିପଡ଼ା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢ଼ାଉ ଜାରି…

ବରଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟଙ୍କ ମୃତଦେହ ବରଗଛରେ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀଯୁଗଳ ବୋଲି ଅନୁମାନ…

ସୁଧୁରୁନି ସମସ୍ୟା, ଅଣନିଃଶ୍ୱାସୀ ଲୋକେ

ଫୁଲବାଣୀ ଅଫିସ, ୩୧।୧୨: କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି କଖାରୁଝୋଳ ପଞ୍ଚୟତ ଅଧୀନ ଗେଣ୍ଡୁଲିପିଟା ଗାଁ।…

ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

କେନ୍ଦୁଝର, ୩୧।୧୨(ଡି.ଏନ୍‌.ଏ.): ରତ୍ନଗର୍ଭା କେନ୍ଦୁଝର ଜିଲା ଉପରେ ପ୍ରତିଷ୍ଠିତ ଖଣି କମ୍ପାନୀଗୁଡ଼ିକ ଆଖି ପକାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଜିଲାବାସୀଙ୍କ ଦୀର୍ଘଦିନର ଦାବି ବୃହତ୍‌ ଇସ୍ପାତ ପ୍ରକଳ୍ପ ସ୍ବପ୍ନ ହୋଇ ରହିଯାଇଛି। ତେବେ ଜିଲାରେ ଯେଉଁ କେତେକ କାରଖାନା ରହିଛି ସେଥିରେ…

ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

ଚମ୍ପୁଆ,୩୧।୧୨(ଡି.ଏନ.ଏ): କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରେ ରହିଥିବା ପର୍ଯ୍ୟଟନସ୍ଥଳୀ କେଶରୀ କୁଣ୍ଡ ଓ କଙ୍ଗିରା ମୁହାଣ(ଦୋ ମୁହାଣି) ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନି। କୋଭିଡ୍‌ କଟକଣା ଏହାର ପ୍ରମୁଖ କାରଣ ସାଜିଥିବା ବେଳେ ବଣଭୋଜିର ଆସର ଏଠାରେ ଦେଖିବାକୁ ମିଳୁନାହିଁ।…

ନକଲି ପନିର୍‌ ମାମଲା: ବ୍ୟବସାୟୀ ଗିରଫ

କଟକ ଅଫିସ୍‌,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍‌ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪ ଆପିସି ଧାରା ଏବଂ ଖାଦ୍ୟ ନିରାପତ୍ତା ଦଫାରେ ତାଙ୍କୁ ଗିରଫ କରାଯାଇଛି। କଟକର ଚାଉଳିଆଗଞ୍ଜ…

ଗଛରେ ପିଟି ହେଲା ବୋଲେରୋ: ଚାଲିଗଲା ୪ ଜୀବନ

କେନ୍ଦୁଝର,୩୧।୧୨:(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବୋଲେରୋ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?