ନୀରବତା ସନ୍ଦେହ ସୃଷ୍ଟି କରୁଛି

ତାଳଚେର,୬ା୩ (ନି.ପ୍ର.)

ମାର୍ଚ୍ଚ ୩୧ ତାରିଖ ପରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଏ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ଏଯାଏ ନୀରବ ରହିଥିବାରୁ ଏହି ପ୍ଲାଣ୍ଟ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଟିଟିପିଏସ୍‌ କର୍ମଚାରୀ, ଶ୍ରମିକମାନଙ୍କ ମଧ୍ୟରେ ହତାଶାଭାବ ଦେଖାଦେଇଛି। ପ୍ଲାଣ୍ଟ ଚାଲୁ ରଖିବା ଓ ଫେଜ-୩ରେ ୧୩୨୦ ମେଗାଓ୍ବାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ୨ଟି ୟୁନିଟ୍‌ ସ୍ଥାପନ ଦାବିରେ ଗତ ୧୩ ଦିନ ହେଲା ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ଗଣଧାରଣା ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଉ ନାହିଁ। ଏପରି କି ପ୍ରଶାସନ,ଏନ୍‌ଟିପିସି ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ତ ଦୂରର କଥା, ଆନ୍ଦୋଳନସ୍ଥଳକୁ ଯାଇ ସମବେଦନା ଜଣାଉ ନାହାନ୍ତି। ଏହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ
ଏନ୍‌ଟିପିସର ଅବହେଳା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଟିଟିପିଏସ୍‌ ବନ୍ଦ ହେବାକୁ ଯିବାର ପ୍ରମୁଖ କାରଣ। ଏହାଦ୍ୱାରା ବହୁ ସଂଖ୍ୟକ ଠିକାଶ୍ରମିକଙ୍କ ପେଟ ପାଟଣା ଚାଲିଯିବ। ତାଳଚେରର ଅର୍ଥନୀତି ପ୍ରଭାବିତ ହେବ।
-ସମର ସାହୁ, ସମ୍ପାଦକ, ଏନ୍‌ଟିପିସି ପାୱାର ୱାର୍କର୍ସ ୟୁନିୟନ
ଦୁର୍ବଳ ରାଜନୀତି ଦାୟୀ
ଏନ୍‌ଟିପିସି ପରିଚାଳନାରେ ୪ ହଜାର କୋଟି ଟଙ୍କା ଲାଭ କରିଥିବା ଏହି ପ୍ଲାଣ୍ଟ ବନ୍ଦ ହେଲେ ତାଳଚେର ଶିଳ୍ପାଞ୍ଚଳ କରିଡର ବାଧାପ୍ରାପ୍ତ ହେବ। ଏହା ବନ୍ଦ ହେବାକୁ ଯାଉଥିବା ପଛରେ ଦୁର୍ବଳ ରାଜନୀତି ଦାୟୀ। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କଲେ ଟିଟିପିଏସ୍‌ ଚାଲୁ ରହିପାରିବ।
-ଅରବିନ୍ଦ ମିଶ୍ର, ସାଧାରଣ ସମ୍ପାଦକ, ଆଇଏନ୍‌ଟିୟୁସି
ଶ୍ରମିକଙ୍କ ଜୀବନ ସହ ଖେଳ
୨୨ବର୍ଷ କାମ କରିବା ପରେ ଏବେ ଆମ ଦାନାପାଣି ଚାଲିଯିବ। ଏଭଳି ସମସ୍ୟା ସମ୍ପର୍କରେ ଏନ୍‌ଟିପିସି, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ନେତାମାନେ କ’ଣ ଜାଣି ନ ଥିଲେ। ଜାଣିଶୁଣି ଶ୍ରମିକଙ୍କ ଜୀବନ ସହ ଖେଳ ଖେଳାଯାଉଛି।
-ଜିତେନ୍ଦ୍ର ବେହେରା,ଶ୍ରମିକ
ଏଫ୍‌ସିଆଇ ଭଳି ପରିସ୍ଥିତି ହେବ
ଖୁବ୍‌ କମ ଦରମାରେ କାମ କରୁଥିଲୁ। ଏବେ ଚାକିରି ଯିବ। ଏନ୍‌ଟିପିସିର ଅବହେଳା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ତାଳଚେର ସାର କାରଖାନା ପରି ଟିଟିପିଏସ୍‌ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ହେବାକୁ ଯାଉଛି।
-ମାତୃକା ପ୍ରସାଦ ରଥ, ଶ୍ରମିକ
ରାଜନୀତି ପାଇଁ ବଳିପଡ଼ିବ ଟିଟିପିଏସ୍‌
୧୩ ଦିନ ହେଲା ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛୁ। ପ୍ରଶାସନିକ ଅଧିକାରୀ, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଏନ୍‌ଟିପିସି ଭିତରେ ଭିତରେ ବଡ଼ ଚକ୍ରାନ୍ତ ଚାଳାଇଛି। କେନ୍ଦ୍ର ଓ ରାଜ୍ୟ ରାଜନୀତିର ପଶାପାଲିରେ ଟିଟିପିଏସ୍‌ ବଳି ପଡ଼ିବାକୁ ଯାଉଛି।
-ନୀର୍ମଳ ସେଠୀ, ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri