ଗୋଟିଏ ପରିବାରରୁ ୯୬୭ କୁଇଣ୍ଟାଲ ଧାନ କିଣି ଫଶିଲେ ସମବାୟ ସମିତି ସମ୍ପାଦକ

ଭୁବନେଶ୍ୱର/ଭଣ୍ଡାରିପୋଖରୀ, ୫।୩ : ଧାନକିଣାରେ ଅନିୟମିତତା ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିସହିତ ଉକ୍ତ ସମିତିର ଡାଟାଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ବହିଷ୍କୃତ କରାଯାଇଛି। ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ କମିଟିର ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ସମିତି ସମ୍ପାଦକ ସାହୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ପରିବାରର ୬ ସଦସ୍ୟଙ୍କ ନାମରେ ଚାଷୀ କାର୍ଡ କରାଇ ୯୬୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏନେଇ ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଜିଲାପାଳ ଏଆର୍‌ସିଏସ୍‌ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଅଧିକାରୀ ମାଳଦା ସମିତିରେ ଧାନକିଣା କାଗଜପତ୍ର ଓ ଚାଷୀ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଧାନ କିଣାରେ ଅନିୟମିତତା ହୋଇଥିବା ଜଣାପଡିିଥିଲା। ଏହି ସଂକ୍ରାନ୍ତରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ପାଇବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋସାଇଟି ଆଡ଼ମିନିଷ୍ଟ୍ରେଟର ଅଭିଳାଷ ରଣା ଚିଠି ନଂ. ୧୯/ ୪/୩/୨୧ରେ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ...

ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ...

ସ୍ବାମୀଙ୍କ ଚିକିତ୍ସା ପାଇଁ ଆସିଥିଲେ ଏମ୍‌କେସିଜି: ଶୋଇଥିଲା ବେଳେ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୮: ଏମ୍‌କେସିଜି ହସ୍ପିଟାଲ ମେଡିସିନ ୱାର୍ଡରୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ଟଙ୍କା, ବିଭିନ୍ନ କାଗଜପତ୍ର ସହ ମୋବାଇଲ ଚୋରି ହୋଇଛି। ଏନେଇ ସେ ବୈଦ୍ୟନାଥପୁର...

ଡିଆର୍‌ଡିଏ ଅଫିସ୍‌ରେ ୨୦ ପଜିଟିଭ୍‌, ୩ ଦିନ ପାଇଁ ଅଫିସ୍‌ ବନ୍ଦ

ଝାରସୁଗଡ଼ା ଅଫିସ୍‌,୮।୧: ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି। ସପ୍ତାହ ହେଲାଣି ଝାରସୁଗୁଡା ଜିଲାରେ ହୁ ହୁ ହୋଇ କରୋନା ପଜିଟିଭ୍‌ ସଂଖ୍ୟା...

କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ...

୫-ଟି ସ୍କୁଲରେ ଜମୁଛି ପାଣି

ବାଲିଅନ୍ତା,୨୨।୯(ଡି.ଏନ୍‌.ଏ.): ବାଲିଅନ୍ତା ହାଇସ୍କୁଲକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। କିନ୍ତୁ ବିଦ୍ୟାଳୟ ପରିସର ଓ ପ୍ରବେଶ ପଥ ଅସରାଏ ବର୍ଷା ପାଣିରେ ଜଳମଗ୍ନ ହୋଇପଡୁଛି। ବୁଧବାର...

ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ...

ବେଆଇନ କୋଠା ନିର୍ମାଣ ଯାଞ୍ଚ ହେବ

ପୁରୀ ଅଫିସ ୧୨ା୧୨: ପୁରୀ ବଡ଼ଦାଣ୍ଡରୁ ଆରମ୍ଭକରି ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ କୋଠା ନିର୍ମାଣ ହୋଇଛି। କେଉଁଠି ପିକେଡିଏ ନିୟମ ତ ଆଉ କେଉଁଠାରେ...

Advertisement
Archives

Model This Week