କୋଟିଏରେ ଗୋଟିଏ ‘କୋଟଗରା’

କାମାକ୍ଷାନଗର, ୬।୩ – ରଙ୍ଗବେରଙ୍ଗ ଫୁଲଗଛରେ ଶୋଭା ବଢ଼ାଉଛି ଗ୍ରାମୀଣ ପାର୍କ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଅବସର ବିନୋଦନ ପାଇଁ ରହିଛି ଭଳିକି ଭଳି ଦୋଳି। ଖାଲି ଏତିକି ନୁହେଁ, ଗ୍ରାମ୍ୟ ପୋଖରୀରେ ବୋଟିଂ ସହିତ ମୁକ୍ତାକାଶ ଜିମ୍‌ ଯାଏ ସମସ୍ତ ଅତ୍ୟାଧୁନିକ ସୁବିଧାର ଲାଭ ଉଠାଉଛନ୍ତି ଜନସାଧାରଣ। କୌଣସି ସହରରେ ନୁହେଁ, ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ବିକାଶର ଚିତ୍ର। ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଏବଂ ଜନସାଧାରଣଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଥିବାବେଳେ କୋଟିଏରେ ଗୋଟିଏ ପାଲଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର କୋଟଗରା ପଞ୍ଚାୟତ। ଏହାକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଦେବାକୁ ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।
୧୯୯୨ରେ ରାୟନୃସିଂହପୁର ପଞ୍ଚାୟତରୁ ପୃଥକ୍‌ ହୋଇ ଗଠିତ ହୋଇଥିଲା କୋଟଗରା ପଞ୍ଚାୟତ। କୋଟଗରା, ଯୋଗୀଡ଼ିହ, ଗୋଦରିବିଲ, ଦଧିଖାଇ, ପଣ୍ଡୁଆ, ଶାଳିଅ, ମାଣ୍ଡୁକୁରା ଗ୍ରାମକୁ ଏଥିରେ ସାମିଲ କରାଯାଇଥିଲା। ପଞ୍ଚାୟତର ମୋଟ ଜନସଂଖ୍ୟା ୫,୬୨୦। ଭୋଟର ତାଲିକାରେ ୪,୨୦୩ ଜଣ ତାଲିକାଭୁକ୍ତ। ମୋଟ ଲୋକସଂଖ୍ୟା ଭିତରୁ ୩୧% ଅନୁସୂଚିତ ଜାତି ଓ ଜନଜାତିର। ରାଜ୍ୟର ଅନେକ ପଞ୍ଚାୟତରେ ସରକାରୀ ଟଙ୍କା ହେରଫେର, ଦୁର୍ନୀତି ସାଧାରଣ ଘଟଣାରେ ପରିଣତ ହୋଇଥିବାବେଳେ ଜନସାଧାରଣଙ୍କ ସହଯୋଗ ଏବଂ ଜନପ୍ରତିନିଧିଙ୍କ ଉଦ୍ୟମରୁ କୋଟଗରା ପଞ୍ଚାୟତ ପାଲଟିଛି ଅନ୍ୟମାନଙ୍କ ପାଇଁ ଆଦର୍ଶ। ପଞ୍ଚାୟତ ସଦରର ବିକାଶ ଚିତ୍ରରୁ ଏହା ବାରି ହୋଇପଡୁଛି। ଏଠାରେ ସାଧାରଣ ଲୋକଙ୍କ ଅବସର ବିନୋଦନ ପାଇଁ ତିଆରି କରାଯାଇଛି ଗ୍ରାମୀଣ ପ୍ରମୋଦ ଉଦ୍ୟାନ। ସେଠାରେ ରଙ୍ଗବେରଙ୍ଗର ଫୁଲଗଛ, ଛୋଟ ପିଲା, ବଡ଼ ଲୋକଙ୍କ ପାଇଁ ପୃଥକ୍‌ ଦୋଳି, ଓ୍ବାଟର ଫାଉଣ୍ଟେନ୍‌ ବ୍ୟବସ୍ଥା କରାଯାଇଛି। ଏହାର ନିକଟରେ ରହିଛି ଖେଳପଡ଼ିଆ, ମୁକ୍ତାକାଶ ବ୍ୟାୟାମଶାଳା। ବାର୍ଷିକ ସୂତ୍ରରେ ଗ୍ରାହକଙ୍କ ପାଇଁ ୧ ହଜାର ଟଙ୍କା, ୬ମାସ ପାଇଁ ୫୫୦ ଟଙ୍କା, ମାସିକ ୧୦୦ଟଙ୍କା ଶୁଳ୍କ ରଖାଯାଇଛି। ଦୈନିକ ପ୍ରବେଶ ଫି’ ୫ ଟଙ୍କା ଥିବାବେଳେ ୧ରୁ ୬ବର୍ଷ ଯାଏ ପିଲାଙ୍କ ପାଇଁ ଦେୟମୁ୍‌କ୍ତ ରହିଛି। ସଭାସମିତି, ବିବାହବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ଲାଗି ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ରାଜସ୍ବ ବୃଦ୍ଧିରେ ସହାୟକ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଖୋଳାଯାଇଥିବା ଆଦର୍ଶ ପୋଖରୀରେ ମାଛଚାଷ ସାଙ୍ଗକୁ ବୋଟିଂ ସୁବିଧା କରାଯାଇଛି। ପୋଖରୀ ହୁଡ଼ାରେ ବନୀକରଣ କରାଯାଇ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି।
ଆନୁଷଙ୍ଗିକ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗ୍ରାମୀଣ ପାର୍କକୁ ଆହୁରି ଆକର୍ଷଣୀୟ କରିବାକୁ ସେଠାରେ ପାଠାଗାର, ସାଧାରଣ ବୈଠକ ଗୃହ ନିର୍ମାଣ କରାଯିବ। ସକାଳେ ସନ୍ଧ୍ୟାରେ ମ୍ୟୁଜିକ୍‌ର ତାଳେ ତାଳେ ହାଲ୍‌କା ମୁହୂର୍ତ୍ତ ବିତାଇବା ଲାଗି ଆବଶ୍ୟକ ବ୍ୟବସ୍ଥା ହେବ। ପାର୍କକୁ ଆସୁଥିବା ଯାତ୍ରୀଙ୍କୁ ଚା’ ସ୍ନାକ୍ସ ସୁବିଧା ମିଳିବ। ଏବେ ଶାଳିଅକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଗ୍ରାମରେ ପାନୀୟ ଜଳ ସୁବିଧା ଉପଲବ୍ଧ। ଖୁବ୍‌ଶୀଘ୍ର ଶାଳିଅର ପାଣିକଷ୍ଟ ଦୂର କରାଯିବାକୁ ଉଦ୍ୟମ ଚାଲିଛି। ଚାଷ ସୁବିଧା ଲାଗି ଇନ୍ଦ୍ରଜିତ ନାଳ ଚେକ୍‌ଡ୍ୟାମ ଜଳକୁ ବ୍ୟବହାର କରାଯିବ। ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଲାଗି ପଣ୍ଡୁଆ ଛକଠାରୁ ପଞ୍ଚାୟତ ସଦର ମହକୁମା ଯାଏ ୨କିମି ରାସ୍ତା ଆଲୋକୀକରଣ, ଦୈନିନ୍ଦିନ ବଜାର, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ସୂତ୍ରରୁ ପଞ୍ଚାୟତକୁ ବାର୍ଷିକ ୩ ଲକ୍ଷ ଟଙ୍କା ରାଜସ୍ବ ମିଳୁଛି। ଆରମ୍ଭ ହୋଇଥିବା ପାର୍କ, ବ୍ୟାୟାମଶାଳା, କଲ୍ୟାଣମଣ୍ଡପ, ବୋଟିଂ ବ୍ୟବସ୍ଥାରୁ ଏହା ଆହୁରି ବଢ଼ିବ। ପ୍ରତି ଗ୍ରାମରେ ଆଦର୍ଶ ପୋଖରୀ ଖନନ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଶାସନ, ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରି ବିକାଶ ଧାରା ଜାରି ରଖିବାକୁ ଉଦ୍ୟମ ଚାଲିଥିବା ବିଡିଓ ଏବଂ ସରପଞ୍ଚ କହିଛନ୍ତି।

ଆଦର୍ଶ ପଞ୍ଚାୟତ ହେବା ଆଶା
ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ଜନପ୍ରତିନିଧି ଠିକ୍‌ କାମରେ ଲଗାଉଛନ୍ତି। ସ୍ଥାନୀୟ ସରପଞ୍ଚ, ପିଡି ଡିଆର୍‌ଡିଏଙ୍କ ଇଚ୍ଛାଶକ୍ତି ଏବଂ ଅଞ୍ଚଳବାସୀଙ୍କ ସହଯୋଗରୁ କୋଟଗରା ପଞ୍ଚାୟତର ବିକାଶ ହୋଇପାରିଛି। ଏହାକୁ ରାଜ୍ୟର ଆଦର୍ଶ ପଞ୍ଚାୟତ କ୍ଲବରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।
– ବିକାଶ କୁମାର ମହାନ୍ତି, ବିଡିଓ
ଜନତାଙ୍କ ସହଯୋଗରୁ ସମ୍ଭବ ହୋଇଛି
ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ପଞ୍ଚାୟତର ବିକାଶ ପ୍ରଥମ କର୍ତ୍ତବ୍ୟ ହୋଇଛି। ପଞ୍ଚାୟତବାସୀ ଗୋଟିଏ ସ୍ଥାନରେ ଯେଭଳି ସମସ୍ତ ସୁବିଧା ପାଇପାରିବେ ଏବଂ ଆମ ପଞ୍ଚାୟତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ, ସେସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି। ଜନତାଙ୍କ ସହଯୋଗରୁ ଏହା ସମ୍ଭବ ହୋଇପାରିଛି।
– ଲଳିତ କୁମାର ସାହୁ, ସରପଞ୍ଚ
ଗୋଟିଏ ସ୍ଥାନରେ ସବୁ ସୁବିଧା ମିଳୁଛି
ପଞ୍ଚାୟତରେ ଆମୋଦପ୍ରମୋଦ ପାଇଁ ସବୁ ସୁବିଧା ରହିଛି। ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲା ଯାଏ ସମସ୍ତେ ଏହାର ଲାଭ ନେଉଛନ୍ତି। ସାମରିକ ବାହିନୀରେ ଭର୍ତ୍ତି ହେବା ଲାଗି ଆଶାୟୀଙ୍କ ପାଇଁ ଓପନ ଜିମ୍‌ ବେଶ୍‌ ଉପକାରରେ ଆସୁଛି। ବିବାହ, ବ୍ରତଘର ଲାଗି ସ୍ବଳ୍ପମୂଲ୍ୟରେ କଲ୍ୟାଣମଣ୍ଡପର ସୁବିଧା ମିଳିପାରୁଛି।
– ପଙ୍କଜ ସାହୁ, କୋଟଗରା
ମନୋରଞ୍ଜନ ପାଇଁ ଭଲ ବ୍ୟବସ୍ଥା ହୋଇଛି
ପଞ୍ଚାୟତରେ ଖେଳପଡ଼ିଆ, ପାର୍କ, ବ୍ୟାୟାମଶାଳା କରାଯାଇଛି। ମନୋରଞ୍ଜନ ସାଙ୍ଗକୁ ନିଜକୁ ଫିଟ୍‌ ରଖିବାରେ ଏହା ବେଶ୍‌ ସହାୟକ ହେଉଛି। ସରପଞ୍ଚ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଭିତ୍ତିଭୂମିର ବିକାଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାର ସୁଫଳ ଅଞ୍ଚଳବାସୀଙ୍କୁ ନିଶ୍ଚିତ ଭାବେ ମିଳିବ।
– ଚନ୍ଦନ କୁମାର ସାହୁ, ଦଧିଖାଇ


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri