ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି। ଏଥିରେ ସବସିଷ୍ଟମ୍‌, ବୁଷ୍ଟର ମୋଟର, ନୋଜଲ-ଲେସ୍‌ ମୋଟର କାର୍ଯ୍ୟ କରିଛି। ପୂର୍ବରୁ ୨୦୧୯ରେ ଏହାର ପରୀକ୍ଷଣ ହୋଇଥିଲା। କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍‌ ରାମଜେଟ୍‌ର ସଫଳ ପ୍ରଦର୍ଶନ ଡିଆର୍‌ଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି। ଦୂରଗାମୀ ଏୟାର-ଟୁ-ଏୟାର ମିଶାଇଲ୍‌ ବିକଶିତ କରିବା କ୍ଷେତ୍ରରେ ଏହା ସାହାଯ୍ୟ କରିବ। ପରୀକ୍ଷଣ ସମୟରେ ମିଶାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା। ସେହିଭଳି ନୋଜଲ-ଲେସ୍‌ ବୁଷ୍ଟର୍‌ରେ ରାମଜେଟ୍‌ ପରୀକ୍ଷଣ ନମ୍ବର ମ୍ୟାଚ୍‌ କରାଯାଇଥିଲା। ଏହାର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆର୍‌ର ଇଲେକ୍ଟ୍ରୋ ଅପଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା। ପରୀକ୍ଷଣକୁ ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକ, ଡିଆର୍‌ଡିଏଲ୍‌, ଆର୍‌ସିଆଇ ଏବଂ ଏଚ୍‌ଇଏମ୍‌ଆର୍‌ଏଲ୍‌ଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆର୍‌ଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଡିଆର୍‌ଡିଓର ବୈଜ୍ଞାନିକ ଏବଂ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ଅନର୍ଥ…ଏମିତି କାହିଁକି ହେଲା? ଚାଇନା ଜାହାଜ ଉପରେ ଆକ୍ରମଣ କଲା ରୁଷିଆ, ତାହା ପୁଣି ପୁଟିନଙ୍କ ଗସ୍ତର ୨ ଦିନ ପୂର୍ବରୁ

ବେଜିଂ,୧୯।୫: ୟୁକ୍ରେନ ଦାବି କରିଛି ଯେ ରୁଷିଆ ତାର ଘନିଷ୍ଠ ସହଯୋଗୀ ଚାଇନାର ଏକ ଜାହାଜ ଉପରେ ଆକ୍ରମଣ କରିଛି। ଅଲ ଜାଜିରାର ଏକ ରିପୋର୍ଟ ଅନୁଯାୟୀ,…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

ରାତି ୧୦ଟା ପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ଦାବି: ଡ୍ରଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡୁ

ଲାଠୋର, ୧୯।୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ମେଡ଼ିକାଲ ଷ୍ଟୋରଗୁଡ଼ିକ ସନ୍ଧ୍ୟା ୭ଟା ପରେ ବନ୍ଦ ରହୁଛି। ସାଧାରଣ ଲୋକ ମେଡ଼ିସିନ ପାଇଁ…

ବିଚ୍‌ ରାସ୍ତାରେ ଜଣେ ଯୁବକ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ଗୁଣ୍ଡାରାଜ ଶାସନ ପାଇଁ…

ଭୁବନେଶ୍ୱର, ୧୯।୫: ବ୍ରହ୍ମପୁରର ବିଚ୍‌ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୂର୍ବତନ…

ରିପୋର୍ଟରେ ଦାବି, ଟ୍ରମ୍ପ୍ ଏବଂ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଇରାନ, ୫୬୦ କୋଟିର ଡିଲ!

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଇରାନ ଭିତରେ ଏକ ଆଲୋଚନା ଆରମ୍ଭ ହୋଇଛି…

ଫଳ ତୋଳିବାକୁ ବଗିଚାକୁ ଯାଇଥିଲେ ଧରଣୀଧର: ମାଡ଼ିଆସିଲା ଦନ୍ତା ହାତୀ, ଆଉ ତା’ପରେ…

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର…

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri