ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି। ଏଥିରେ ସବସିଷ୍ଟମ୍‌, ବୁଷ୍ଟର ମୋଟର, ନୋଜଲ-ଲେସ୍‌ ମୋଟର କାର୍ଯ୍ୟ କରିଛି। ପୂର୍ବରୁ ୨୦୧୯ରେ ଏହାର ପରୀକ୍ଷଣ ହୋଇଥିଲା। କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍‌ ରାମଜେଟ୍‌ର ସଫଳ ପ୍ରଦର୍ଶନ ଡିଆର୍‌ଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି। ଦୂରଗାମୀ ଏୟାର-ଟୁ-ଏୟାର ମିଶାଇଲ୍‌ ବିକଶିତ କରିବା କ୍ଷେତ୍ରରେ ଏହା ସାହାଯ୍ୟ କରିବ। ପରୀକ୍ଷଣ ସମୟରେ ମିଶାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା। ସେହିଭଳି ନୋଜଲ-ଲେସ୍‌ ବୁଷ୍ଟର୍‌ରେ ରାମଜେଟ୍‌ ପରୀକ୍ଷଣ ନମ୍ବର ମ୍ୟାଚ୍‌ କରାଯାଇଥିଲା। ଏହାର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆର୍‌ର ଇଲେକ୍ଟ୍ରୋ ଅପଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା। ପରୀକ୍ଷଣକୁ ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକ, ଡିଆର୍‌ଡିଏଲ୍‌, ଆର୍‌ସିଆଇ ଏବଂ ଏଚ୍‌ଇଏମ୍‌ଆର୍‌ଏଲ୍‌ଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆର୍‌ଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଡିଆର୍‌ଡିଓର ବୈଜ୍ଞାନିକ ଏବଂ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ ହେଲା ପୁରୁଷୋତ୍ତମପୁର ସହର

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ୱର ରାଓଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗ ଅଧିକାରୀ ଉମାଚରଣ...

ଚିଲିକା ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ: ତଥାପି ରହିବେ ଜେଲରେ

ଖେର୍ଦ୍ଧା ଅଫିସ,୮।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ କିଛି ପୋଲିସ କର୍ମଚାରୀଙ୍କ ଉପରେ...

‘କାଳିଆ ଟଙ୍କା ଆଦାୟ ସମ୍ପୂର୍ଣ୍ଣ ସ୍ଥଗିତ ହେଉ’

ଭୁବନେଶ୍ୱର,୧୧।୮ (ବ୍ୟୁରୋ): ଗତ ମାସରେ ରାଜ୍ୟ ସରକାରଙ୍କ କୃଷି ବିଭାଗ କାଳିଆ ଟଙ୍କା ହାତେଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଅର୍ଥ ଆଦାୟ ସକାଶେ ଜିଲା କୃଷି ଅଧିକାରୀମାନଙ୍କୁ...

୨ ଲକ୍ଷ ଟଙ୍କା ନେଇ ସୁରକ୍ଷା କର୍ମଚାରୀ ଫେରାର

ଅନୁଗୋଳ ଅଫିସ, ୯।୩: ଅନୁଗୋଳ ପଞ୍ଚମହଲାସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରୁ ଗତ ୬ ତାରିଖରେ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ତେବେ ଏହି ଚୋରି ଅନ୍ୟ...

ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର

ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ...

ସିପସରୁବାଲି ମୌଜାରେ ଜବରଦଖଲ ଉଚ୍ଛେଦ: ତିଆରି ହେବ ଲୋକସେବା ସଦନ

ପୁରୀ ଅଫିସ, ୨୫।୮: ବଦଳିବ ପୁରୀର ଢାଞ୍ଚା। ବିଶ୍ୱର ଐତିହ୍ୟ ସହର ଭାବେ ପାଇବ ନୂଆ ପରିଚୟ। ଏଥିପାଇଁ ସହରର ସାମ୍ପ୍ରତିକ ଚିତ୍ରରେ ବ୍ୟାପକ ପରିବର୍ତ୍ତନ...

ଅଭିଯୁକ୍ତଙ୍କ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକ

ବାରିପଦା ଅଫିସ/ବୈଶିଙ୍ଗା,୪ା୧୨- ଏକ ଛାତ୍ରୀ ଅସଦାଚରଣ ମାମଲାର ଅଭିଯୁକ୍ତ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସ ଗୁରୁତ୍ୱ ଦେଉ...

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ,...

Advertisement
Archives

Model This Week