ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ

ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ ଅବସ୍ଥାରେ ପରିବାର ଧରି ରହୁଥିବା ଅନେକ ଅସହାୟ, ଗରିବ ଲୋକ ସରକାରଙ୍କ ପକ୍କା ଘର ଯୋଜନାକୁ ବର୍ଷ ବର୍ଷ ଧରି ଚାହିଁ ରହିଛନ୍ତି। ବାରମ୍ବାର ପଲ୍ଲିସଭା, ଗ୍ରାମସଭାରେ ଆବେଦନ କରୁଛନ୍ତି। ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ କାକୁତିମିନତି ହେଉଛନ୍ତି। ହେଲେ ସରକାରୀ ତାଲିକାରେ ନାମ ଚଢ଼ୁନି କି ପକ୍କା ଘର ପାଇଁ ସେମାନଙ୍କ ସଂଘର୍ଷ ଶେଷ ହେଉନି। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ସରକାରଙ୍କ ପକ୍କା ଘର ଯୋଜନାରେ ଠିକ୍‌ ଏପରି ଚିତ୍ର ଦେଖିବାକୁ ମିଳୁଛି।
ଆଠମଲ୍ଲିକ ବ୍ଲକର କୁରୁମଟାପ, ପେଡ଼ିପଥର, ସାନହୁଲା ଓ କିଶୋରନଗର ବ୍ଲକର ନୁନୁକାପଶି, ଗାଁବଇଣ୍ଡା, ଲୁହାମୁଣ୍ଡା, ହଣ୍ଡପା, କଣ୍ଟେଇକୁଳିଆ ପଞ୍ଚାୟତର ବହୁ ଗରିବ ଶ୍ରେଣୀର ଲୋକଙ୍କୁ ସରକାରଙ୍କ ପକ୍କାଘର ଯୋଜନାରେ ସାମିଲ କରାଯାଇ ନାହିଁ। କୁରୁମଟାପ ପଞ୍ଚାୟତ ଗୁଣ୍ଡୁରୀଖଳି ଗ୍ରାମର ପ୍ରବୀଣ କୁମାର ସାହୁ, ପ୍ରତାପ ଚନ୍ଦ୍ର ସାହୁ, ବୀରବର ନାୟକ, ଜିତେନ୍ଦ୍ର ସାହୁ, ରାଧା ବେହେରା, ପ୍ରକାଶ ପ୍ରଧାନ, ଅବଳା ପ୍ରଧାନ, କାଞ୍ଚନ ବେହେରା, ମନମୋହନ ପ୍ରଧାନ, ଅଜୟ କୁମାର ସାହୁ, ପେଡ଼ିପଥର ପଞ୍ଚାୟତ ବରହ୍ମ ଗ୍ରାମର ସୁଷମା ଭୋଇ, ସାନହୁଲା ପଞ୍ଚାୟତ ମିଣ୍ଡୋଳ ଗ୍ରାମର ଶମ୍ଭୁ ନାୟକ, କେତେକୀ ନାୟକ ଦୀର୍ଘଦିନ ହେଲା ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କ ନାମ ସରକାରୀ ତାଲିକାରେ ଆସୁନାହିଁ। ସେହିପରି କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ମା’ ମଙ୍ଗଳା ସାହିର ଦୁର୍ଯ୍ୟୋଧନ ମୁଣ୍ଡା, ଶାଳବଣି ସାହିର ସରସ୍ବତୀ ପ୍ରଧାନ, ବୈଷ୍ଣବ ସାହିର ଧ୍ରୁବଚରଣ ପ୍ରଧାନ, ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମର ନବୀନ ନାୟକ, ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ, ଲୁହାମୁଣ୍ଡା ପଞ୍ଚାୟତ କ୍ଷେତ୍ରପାଳ ଗ୍ରାମର ଅନନ୍ତ ବେହେରା, ପ୍ରତାପ ଭୋଇ, ଜୟରାମ ନାହାକ, ବିଜୟ ନାହାକ, କାଳିଆ ବେହେରା, କଣ୍ଟେଇକୁଳିଆ ପଞ୍ଚାୟତ କଣ୍ଟେଇକୁଳିଆ ଗ୍ରାମର ସୁଦାମ ଦେହୁରୀ, ଶଙ୍କର ଗୋଚ୍ଛାୟତ, ସୁଲୋଚନା ବେହେରା, ଅଁଳାବେରେଣୀ ଗ୍ରାମର ବାବୁଲି ଦେହୁରୀ, ବିକାଶ ଦେହୁରୀ, କାଳିଆ ଷଣ୍ଢ, ଲକ୍ଷ୍ମଣ ପରିଚ୍ଛା, ଇଚ୍ଛାପୁର ଗ୍ରାମର ପୃଥିବୀ ରଞ୍ଜନ ବେହେରା, ଚିତ୍ର ଦେହୁରୀ, ଗଣେଶ୍ୱର ଦେହୁରୀ, ବାଲିଆମ୍ବର କୁଡ଼ା ଦେହୁରୀ, କୁଶ ମାହାର ସରକାରଙ୍କ ପକ୍କା ଘର ଯୋଜନାରୁ ବଞ୍ଚିତ ରହିଛନ୍ତି। ଦୀର୍ଘ ୫ ବର୍ଷ ହେବ ଏମାନେ ବାରମ୍ବାର ପଲ୍ଲିସଭା, ଗ୍ରାମସଭା, ପଞ୍ଚାୟତ ଓ ବ୍ଲକ ଅଫିସରେ ଆବେଦନ କରୁଥିଲେ ମଧ୍ୟ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ପଞ୍ଜୀକରଣ କରାଯାଉ ନାହିଁ। ତେବେ କେତେଜଣ କୋଠାଘର ଥିବା ଲୋକ ପଛରେ ଆବେଦନ କରି ଏହି ସରକାରୀ ଯୋଜନାରେ ଉପକୃତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନି
ପଲ୍ଲିସଭା ଓ ଗ୍ରାମସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନି। ଫଳରେ ଭଙ୍ଗା କୁଡ଼ିଆରେ ରହୁଥିବା ବହୁ ଗରିବ ଶ୍ରେଣୀର ଲୋକେ ସରକାରୀ ଯୋଜନାରେ ସୁବିଧା ପାଇପାରୁ ନାହାନ୍ତି। ତୁରନ୍ତ ଏ ନେଇ ବ୍ୟବସ୍ଥା କରାଯିବା ଉଚିତ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ, ବଣିନାଳୀ
ଚଞ୍ଚକତା କରି ଥିଲାବାଲା ହାତଉଛନ୍ତି
ବହୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ବେଳେ ପଛରେ ଆବେଦନ କରି ଥିଲାବାଲାମାନେ କୌଶଳକ୍ରମେ ଯୋଜନାରେ ସାମିଲ ହୋଇଯାଉଛନ୍ତି। ଏପରି ଦୁର୍ନୀତିକୁ ରୋକାଗଲେ ପ୍ରକୃତ ଲାଭ ମିଳିପାରନ୍ତା।
– ଅମାତ ସାହୁ, ପୂର୍ବତନ ସରପଞ୍ଚ, କଣ୍ଟେଇକୁଳିଆ
ପ୍ରଶାସନ ଅବହେଳା କରୁଛି
ବିଭିନ୍ନ ଗ୍ରାମରେ ବହୁ ଯୋଗ୍ୟ ଲୋକ ଅଛନ୍ତି। ସେମାନେ ଦୀର୍ଘଦିନ ତଳୁ ଆବେଦନ ମଧ୍ୟ କରିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଆବେଦନକୁ ଗ୍ରହଣ କରୁନି କି ପ୍ରକୃତ ହିତାଧିକାରୀ ଭାବେ ତାଲିକାଭୁକ୍ତ କରୁନି। ଏ ଦିଗରେ ଚରମ ଅବହେଳା କରାଯାଉଛି।
-ଅରୁଣ କୁମାର ସାହୁ, ଗୁଣ୍ଡୁରୀଖଳି
ତାଲିକା ଆସିଲେ ପଦକ୍ଷେପ ନିଆଯିବ
ପଞ୍ଚାୟତରେ ଆବେଦନ କରୁଥିବା ଲୋକଙ୍କୁ ବ୍ଲକ ପ୍ରଶାସନ ନିକଟକୁ ପଠାଇ ଦିଆଯାଉଛି। ସରକାରଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ତାଲିକା ବାହାରିଲେ ସେହି ଅନୁଯାୟୀ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯିବ।
– ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ହିତାଧିକାରୀ ଚିହ୍ନଟ ପରେ ମିଳିବ
୨୦୧୫ ମସିହାରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଉଛି। ନୂଆ ତାଲିକା ପାଇଁ ହିତାଧିକାରୀ ଚିହ୍ନଟ କରାଯାଉଥିବାରୁ ତାହାକୁ ମଞ୍ଜୁରୀ ମିଳିଲେ ବଞ୍ଚିତ ଲୋକେ ଉପକୃତ ହେବେ। ବ୍ଲକ ପ୍ରଶାସନ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଉଛି।
– ସଞ୍ଜୟ ଆଚାର୍ଯ୍ୟ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?