ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ

ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ ଅବସ୍ଥାରେ ପରିବାର ଧରି ରହୁଥିବା ଅନେକ ଅସହାୟ, ଗରିବ ଲୋକ ସରକାରଙ୍କ ପକ୍କା ଘର ଯୋଜନାକୁ ବର୍ଷ ବର୍ଷ ଧରି ଚାହିଁ ରହିଛନ୍ତି। ବାରମ୍ବାର ପଲ୍ଲିସଭା, ଗ୍ରାମସଭାରେ ଆବେଦନ କରୁଛନ୍ତି। ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ କାକୁତିମିନତି ହେଉଛନ୍ତି। ହେଲେ ସରକାରୀ ତାଲିକାରେ ନାମ ଚଢ଼ୁନି କି ପକ୍କା ଘର ପାଇଁ ସେମାନଙ୍କ ସଂଘର୍ଷ ଶେଷ ହେଉନି। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ସରକାରଙ୍କ ପକ୍କା ଘର ଯୋଜନାରେ ଠିକ୍‌ ଏପରି ଚିତ୍ର ଦେଖିବାକୁ ମିଳୁଛି।
ଆଠମଲ୍ଲିକ ବ୍ଲକର କୁରୁମଟାପ, ପେଡ଼ିପଥର, ସାନହୁଲା ଓ କିଶୋରନଗର ବ୍ଲକର ନୁନୁକାପଶି, ଗାଁବଇଣ୍ଡା, ଲୁହାମୁଣ୍ଡା, ହଣ୍ଡପା, କଣ୍ଟେଇକୁଳିଆ ପଞ୍ଚାୟତର ବହୁ ଗରିବ ଶ୍ରେଣୀର ଲୋକଙ୍କୁ ସରକାରଙ୍କ ପକ୍କାଘର ଯୋଜନାରେ ସାମିଲ କରାଯାଇ ନାହିଁ। କୁରୁମଟାପ ପଞ୍ଚାୟତ ଗୁଣ୍ଡୁରୀଖଳି ଗ୍ରାମର ପ୍ରବୀଣ କୁମାର ସାହୁ, ପ୍ରତାପ ଚନ୍ଦ୍ର ସାହୁ, ବୀରବର ନାୟକ, ଜିତେନ୍ଦ୍ର ସାହୁ, ରାଧା ବେହେରା, ପ୍ରକାଶ ପ୍ରଧାନ, ଅବଳା ପ୍ରଧାନ, କାଞ୍ଚନ ବେହେରା, ମନମୋହନ ପ୍ରଧାନ, ଅଜୟ କୁମାର ସାହୁ, ପେଡ଼ିପଥର ପଞ୍ଚାୟତ ବରହ୍ମ ଗ୍ରାମର ସୁଷମା ଭୋଇ, ସାନହୁଲା ପଞ୍ଚାୟତ ମିଣ୍ଡୋଳ ଗ୍ରାମର ଶମ୍ଭୁ ନାୟକ, କେତେକୀ ନାୟକ ଦୀର୍ଘଦିନ ହେଲା ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କ ନାମ ସରକାରୀ ତାଲିକାରେ ଆସୁନାହିଁ। ସେହିପରି କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ମା’ ମଙ୍ଗଳା ସାହିର ଦୁର୍ଯ୍ୟୋଧନ ମୁଣ୍ଡା, ଶାଳବଣି ସାହିର ସରସ୍ବତୀ ପ୍ରଧାନ, ବୈଷ୍ଣବ ସାହିର ଧ୍ରୁବଚରଣ ପ୍ରଧାନ, ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମର ନବୀନ ନାୟକ, ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ, ଲୁହାମୁଣ୍ଡା ପଞ୍ଚାୟତ କ୍ଷେତ୍ରପାଳ ଗ୍ରାମର ଅନନ୍ତ ବେହେରା, ପ୍ରତାପ ଭୋଇ, ଜୟରାମ ନାହାକ, ବିଜୟ ନାହାକ, କାଳିଆ ବେହେରା, କଣ୍ଟେଇକୁଳିଆ ପଞ୍ଚାୟତ କଣ୍ଟେଇକୁଳିଆ ଗ୍ରାମର ସୁଦାମ ଦେହୁରୀ, ଶଙ୍କର ଗୋଚ୍ଛାୟତ, ସୁଲୋଚନା ବେହେରା, ଅଁଳାବେରେଣୀ ଗ୍ରାମର ବାବୁଲି ଦେହୁରୀ, ବିକାଶ ଦେହୁରୀ, କାଳିଆ ଷଣ୍ଢ, ଲକ୍ଷ୍ମଣ ପରିଚ୍ଛା, ଇଚ୍ଛାପୁର ଗ୍ରାମର ପୃଥିବୀ ରଞ୍ଜନ ବେହେରା, ଚିତ୍ର ଦେହୁରୀ, ଗଣେଶ୍ୱର ଦେହୁରୀ, ବାଲିଆମ୍ବର କୁଡ଼ା ଦେହୁରୀ, କୁଶ ମାହାର ସରକାରଙ୍କ ପକ୍କା ଘର ଯୋଜନାରୁ ବଞ୍ଚିତ ରହିଛନ୍ତି। ଦୀର୍ଘ ୫ ବର୍ଷ ହେବ ଏମାନେ ବାରମ୍ବାର ପଲ୍ଲିସଭା, ଗ୍ରାମସଭା, ପଞ୍ଚାୟତ ଓ ବ୍ଲକ ଅଫିସରେ ଆବେଦନ କରୁଥିଲେ ମଧ୍ୟ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ପଞ୍ଜୀକରଣ କରାଯାଉ ନାହିଁ। ତେବେ କେତେଜଣ କୋଠାଘର ଥିବା ଲୋକ ପଛରେ ଆବେଦନ କରି ଏହି ସରକାରୀ ଯୋଜନାରେ ଉପକୃତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନି
ପଲ୍ଲିସଭା ଓ ଗ୍ରାମସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନି। ଫଳରେ ଭଙ୍ଗା କୁଡ଼ିଆରେ ରହୁଥିବା ବହୁ ଗରିବ ଶ୍ରେଣୀର ଲୋକେ ସରକାରୀ ଯୋଜନାରେ ସୁବିଧା ପାଇପାରୁ ନାହାନ୍ତି। ତୁରନ୍ତ ଏ ନେଇ ବ୍ୟବସ୍ଥା କରାଯିବା ଉଚିତ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ, ବଣିନାଳୀ
ଚଞ୍ଚକତା କରି ଥିଲାବାଲା ହାତଉଛନ୍ତି
ବହୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ବେଳେ ପଛରେ ଆବେଦନ କରି ଥିଲାବାଲାମାନେ କୌଶଳକ୍ରମେ ଯୋଜନାରେ ସାମିଲ ହୋଇଯାଉଛନ୍ତି। ଏପରି ଦୁର୍ନୀତିକୁ ରୋକାଗଲେ ପ୍ରକୃତ ଲାଭ ମିଳିପାରନ୍ତା।
– ଅମାତ ସାହୁ, ପୂର୍ବତନ ସରପଞ୍ଚ, କଣ୍ଟେଇକୁଳିଆ
ପ୍ରଶାସନ ଅବହେଳା କରୁଛି
ବିଭିନ୍ନ ଗ୍ରାମରେ ବହୁ ଯୋଗ୍ୟ ଲୋକ ଅଛନ୍ତି। ସେମାନେ ଦୀର୍ଘଦିନ ତଳୁ ଆବେଦନ ମଧ୍ୟ କରିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଆବେଦନକୁ ଗ୍ରହଣ କରୁନି କି ପ୍ରକୃତ ହିତାଧିକାରୀ ଭାବେ ତାଲିକାଭୁକ୍ତ କରୁନି। ଏ ଦିଗରେ ଚରମ ଅବହେଳା କରାଯାଉଛି।
-ଅରୁଣ କୁମାର ସାହୁ, ଗୁଣ୍ଡୁରୀଖଳି
ତାଲିକା ଆସିଲେ ପଦକ୍ଷେପ ନିଆଯିବ
ପଞ୍ଚାୟତରେ ଆବେଦନ କରୁଥିବା ଲୋକଙ୍କୁ ବ୍ଲକ ପ୍ରଶାସନ ନିକଟକୁ ପଠାଇ ଦିଆଯାଉଛି। ସରକାରଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ତାଲିକା ବାହାରିଲେ ସେହି ଅନୁଯାୟୀ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯିବ।
– ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ହିତାଧିକାରୀ ଚିହ୍ନଟ ପରେ ମିଳିବ
୨୦୧୫ ମସିହାରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଉଛି। ନୂଆ ତାଲିକା ପାଇଁ ହିତାଧିକାରୀ ଚିହ୍ନଟ କରାଯାଉଥିବାରୁ ତାହାକୁ ମଞ୍ଜୁରୀ ମିଳିଲେ ବଞ୍ଚିତ ଲୋକେ ଉପକୃତ ହେବେ। ବ୍ଲକ ପ୍ରଶାସନ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଉଛି।
– ସଞ୍ଜୟ ଆଚାର୍ଯ୍ୟ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri