ବାହାବେଦିରୁ ମଶାଣି ଭୂଇଁରେ ନବବଧୂ

ବିନିକା,୫।୩: ସରିଥିଲା ବିବାହ, ଯିବାକୁ ଥିଲା ଶାଶୁଘର। ହେଲେ ନବବଧୂ ବର ସହିତ ସଜ୍ଜିତ ଗାଡ଼ିରେ ଯିବା ବଦଳରେ କୋକେଇରେ ଯାଇଥିଲେ ମଶାଣି ଭୂଇଁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ଗ୍ରାମରେ
ମେନକା ସାହୁଙ୍କ ଏକମାତ୍ର ଝିଅ ଗୁପ୍ତେଶ୍ବରୀ ଓରଫ ରୋଜିଙ୍କ ବିବାହ ବଲାଙ୍ଗୀର ଜିଲା ତେନ୍ତୁଳିଗାଁର ରାଧେଶ୍ୟାମ ପଧାନଙ୍କ ଏକମାତ୍ର ପୁତ୍ର ବିଶିକେଶନଙ୍କ ସହିତ ଗୁରୁବାର ସ୍ଥିର ହୋଇଥିଲା। ବନ୍ଧୁବାନ୍ଧବ ସମସ୍ତେ ଆସିଥିଲେ। ଘର ହସଖୁସିରେ ପୂରି ଉଠିଥିଲା। ରାତିରେ ବରଯାତ୍ରୀ ଆସି କନ୍ୟା ଘରେ ପହଞ୍ଚିଥିଲେ। ରୀତିନୀତିରେ ହାତଗଣ୍ଠି ପଡ଼ି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶୁକ୍ରବାର ପ୍ରତ୍ୟୁଷରେ ଝିଅ ବିଦାୟ ଦେବା ବେଳେ ପରିବାର ଲୋକେ କାନ୍ଦିଥିଲେ। ଏହି ସମୟରେ ବାପଘର ଲୋକଙ୍କୁ ଛାଡ଼ି ଯାଉଥିବାରୁ ରୋଜି ମଧ୍ୟ କାନ୍ଦିଥିଲେ। ସେ କାନ୍ଦିକାନ୍ଦି ଚେତାଶୁନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଡ଼ୁଙ୍ଗୁରିପାଲି ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ରୋଜିଙ୍କୁ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ନବବଧୂ ସାଜି ଅଳତା, ସିନ୍ଦୂର ପିନ୍ଧି ଶାଶୁଘର ଯିବା ବଦଳରେ ଚାଲିଗଲେ ଆରପାରିକୁ। ରୋଜିଙ୍କ ବାପାଙ୍କ ଗତ କିଛିଦିନ ତଳେ ମୃତ୍ୟୁ ଘଟିଥିଲା। ସମସ୍ତେ ଭାବିଥିଲେ ରୋଜି ବାହା ହୋଇ ଶାଶୁଘରକୁ ଯାଇ ସୁଖରେ ଦିନ କାଟିବ। ବାପାଙ୍କ ମୃତ୍ୟୁର ଦୁଃଖ ଭୁଲିଯିବ। କିନ୍ତୁ ଶାଶୁଘର ଯିବା ତାଙ୍କ ଭାଗ୍ୟରେ ନ ଥିଲା। ବିନିକା ମେଡିକାଳରେ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri