ଜଙ୍ଗଲରେ ନିଆଁ: ଭୟଭୀତ ହୋଇ ଘର ଛାଡ଼ିଲେ ଲୋକେ

ଉଦଳା,୫।୩: ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ କୁଟଲିଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ପ୍ରଥମେ ଉର୍ମଳ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗିବା ପରେ ଏହା କୁଟଲିଂ ସଂରକ୍ଷିତ ଜଙ୍ଗଲକୁ ବ୍ୟାପି ଯାଇଥିଲା। ପବନରେ ନିଆଁ ଉଡ଼ି ଉର୍ମଳ, କୁଟଲିଂ, ଗୋଧିମରା, ବହୁବନ୍ଧ ଅଞ୍ଚଳକୁ ଲାଗି ଯାଇଥିଲା। କୁଟଲିଂ ଜଙ୍ଗଲରେ ଥିବା ଗଛ ପୋଡ଼ିଯିବା ସହିତ ଶହେ ଏକରରୁ ଊର୍ଦ୍ଧ୍ୱ ପାମ୍‌ ଅଏଲ ଚାଷ ନଷ୍ଟ ହୋଇଛି। ନିଆଁ ଲାଗି ଅସୁରଖାଲ ଗ୍ରାମର ସାକଲା ସୋରେନଙ୍କ ଘର ସମେତ ଧାନ, ଆସବାବପତ୍ର ଆଦି ପୋଡି ଯାଇଛି  । ବହୁବନ୍ଧ ଅଞ୍ଚଳର କେତେଜଣ ଲୋକ ଭୟଭୀତ ହୋଇ ଘର ଛାଡ଼ି ଏକ ଫାଙ୍କା ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି। ବନ ଏବଂ ଅଗ୍ନିଶମ ବିଭାଗ ଦୀର୍ଘ ୩ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁ ଆୟତ ହୋଇଥିଲା। ତଥାପି ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ନିଅଁା ଲାଗି ରହିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶ ମାସର ଶିଶୁଙ୍କୁ ରେଲଓ୍ବେରେ ଚାକିରି

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ପଡୋଶୀ ଛତିଶଗଡ଼ରେ ଜଣେ ଦଶମାସର ଶିଶୁଙ୍କୁ ରେଳ ବିଭାଗରେ ଚାକିରି ମିଳିଛି। ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ। ତେବେ ଏତେ କମ...

ଆୟୁଷ ନିର୍ଦ୍ଦେଶକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ମହିଳା କର୍ମଚାରୀଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ଓ ମେସେଜ୍‌ ପଠାଇ ଯୌନ ଉପତ୍ୀଡ଼ନ ମାମଲାରେ ଗତ ୯ ତାରିଖରେ ଗିରଫ ହୋଇଥିଲେ ରାଜ୍ୟ ସରକାରଙ୍କ ଆୟୁଷ...

ଭକ୍ତଶୂନ୍ୟ ରଥଯାତ୍ରା ପାଇଁ କୋର୍ଟଙ୍କ ଆଗରେ ଯୁକ୍ତି ରଖନ୍ତୁ ସରକାର: ପୁରୀ ବିଧାୟକ

ପୁରୀ ଅଫିସ୍‌,୨୧।୬: ଭକ୍ତଶୂନ୍ୟ ରଥଯାତ୍ରା କିପରି ହୋଇପାରିବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର...

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି।...

ମଇଁଷିପଲକୁ ଚାପିଦେଲା ଟ୍ରେନ, ୨୭ ମୃତ

ରାୟଗଡ଼ା ଅଫିସ,୨୩ା୪: ରାୟଗଡ଼ାରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ପିତାମହଲ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର...

ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ

ଅମ୍ବାଦୋଳା,୨୨ା୧୦(ଡି.ଏନ୍‌.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି।...

୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବଡ଼ବିଲ, ୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଞ୍ଚଳରେ ଏକ ୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରୁଗୁଡି ପୋଲିସ ଏନେଇ ଏକ ମାମଲା...

ବଢ଼ୁଛି ବନ୍ୟାଜଳ: ଲୋକେ ଭୟଭୀତ

ଆରଡି,୧୬।୯,( ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବୁଧବାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ତେବେ ଉପର ମୁଣ୍ଡରେ ଲଗାଣ...

Advertisement
Archives

Model This Week