ଆମ ଜିଲା ଖବର

ଟ୍ରାକ୍ଟର ଧକ୍କାରେ ପୁତୁରା ମୃତ, ଦାଦା ଗୁରୁତର

ଦାରିଙ୍ଗବାଡ଼ି,୨୧।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସୁଲୁମାହା ଘାଟିରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଟ୍ରାକ୍ଟର ଧକ୍କାରେ ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଦାଦା ଗୁରୁତର ହୋଇଛନ୍ତି। ମୃତକ ହେଲେ ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଡବୁଲମାହା...

ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ ଘରକୁ ଯାଇଥିଲେ। ସେଠାରେ ରାତ୍ରଭୋଜନ ସାରି ପ୍ରାୟ ୧୦ଟାରେ ଘରକୁ ଫେରିଥିଲେ। ଗ୍ରୀଲ୍‌...

ଏପିଡିଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସ କବାଟ ଭାଙ୍ଗି ଉଦ୍ଧାର କରାଗଲା ମୃତଦେହ

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଧ୍ରୁବ କୁମାର ସିଂ(୩୭)ଙ୍କ ମୃତଦେହ ଶୁକ୍ରବାର ତାଙ୍କ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଧ୍ରୁବଙ୍କ ମୃତ୍ୟୁ ଘଟିଛି ନା...

ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା ସାହୁ ଏବଂ କଳାରେ ରାଜଲକ୍ଷ୍ମୀ ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା...

ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର

ଆମ୍ବାଦୋଳା,୨୧।୬(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ସୁକଲାଭଟା ଗ୍ରାମରେ ଗୁରୁବାର ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ମୃତକ ଦ୍ୱୟ ହେଲେ ମକର ନାଏକ (୫୫) ଓ କରୁଣା ନାଏକ(୪୫) । ଏହି ଘଟଣାରେ ପୋଲିସ...

ସୁବର୍ଣ୍ଣପୁରରେ ବିଶ୍ୱ ଯୋଗ ଦିବସ: ସ୍ବାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ରହିଛି

ସୋନପୁର,୨୧।୬(ନି.ପ୍ର.)- ସୁବର୍ଣ୍ଣପୁର ରୟାଲ ପଡ଼ିଆ ଓ ଟାଉନହଲ୍‌ଠାରେ ବିଶ୍ୱ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ଟାଉନହଲ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଗୋପାଲଜୀ ଯୋଗାଳୟର ଉପଦେଷ୍ଟା ମଧୁସୂଦନ ପୂଜାରୀ...

ଗଛରେ ପିଟି ହେଲା ବୋଲେରୋ: ଜଣେ ମୃତ, ୪ ଗୁରୁତର

ଧର୍ମଗଡ,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନିଠାରେ ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ...

ବିଦ୍ୟାଳୟ ଜମିରେ ଜବର ଦଖଲକୁ ବିରୋଧ: କାଟିଙ୍ଗିଆ ବନ୍ଦ, ସ୍କୁଲ, ସରକାରୀ କାର୍ଯ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୧।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦୁର୍ଗମ ପଞ୍ଚାୟତ କାଟିଙ୍ଗିଅ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ଜମିରେ ଗତ ୧୦ବର୍ଷ ହେଲା ଜବରଦଖଲ କରି ଜଣେ ବ୍ୟକ୍ତି ଘର କରି ରହିଛନ୍ତି। ଏନେଇ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି...

ପୋଲିସ ଗାଡ଼ି ଧକ୍କାରେ ଜଣେ ଗୁରୁତର: ଭଞ୍ଜନଗର-ଆସିକା ରାସ୍ତା ଅବରୋଧ

ଭଞ୍ଜନଗର,୨୧।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ଦମକଳ କେନ୍ଦ୍ର ନିକଟରେ ଶୁକ୍ରବାର ଅପରାହ୍ନରେ ପୋଲିସ ଗାଡି (କୋର୍ଟ ଭ୍ୟାନ୍‌) ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କାଳିଆପଲ୍ଲୀର ପାଣୁ ମଲ୍ଲିକ (୫୦)। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଭଞ୍ଜନଗର-ଆସିକା...

ନାବାଳିକାଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୧।୬ – ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭବତୀ ମାମଲାର ବିଚାର କରି ଭଦ୍ରକ ସ୍ବତନ୍ତ୍ର ଅଦାଲତ ତଥା ଅତିରିକ୍ତ ଦୌରାଜଜ୍‌ ପ୍ରଣତି ସାହା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି। ଶିଶୁ ଯୌନ ଉତ୍ପୀଡ଼ନ...

ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ ଛାତ୍ରୀ ଛାତ୍ର ଏକତ୍ର ହୋଇ ଯୋଗାଭ୍ୟାସ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଓଁକାର ନାଥ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପାଟଣାଗଡ଼ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାଟଣାଗଡ଼,୨୧।୬ (ଡି.ଏନ୍‌.ଏ.): ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନକୁ ନେଇ ଶୁକ୍ରବାରଠାରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବିଗତ ୯ ମାସ ଧରି ସିଜ୍‌ୱାର୍କ କରାଯାଇଥିଲେ ସୁଦ୍ଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri