ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା ଦିନରେ ପୌରପାଳିକା ପକ୍ଷରୁ ସଫେଇ ଟିକସ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଉଠାଦୋକାନୀ, ମଲ୍‌ ମାଲିକ, ବ୍ୟାଙ୍କ କର୍ତ୍ତୃପକ୍ଷ ସଫେଇ ପାଇଁ ପକେଟରୁ ଅର୍ଥ ଦେବେ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଫି’ ଧାର୍ଯ୍ୟ କରାଯାଇଛି। ସହରବାସିନ୍ଦାଙ୍କ ପାଇଁ ଦୈନିକ ୧ ଟଙ୍କା ଟିକସ ଧାର୍ଯ୍ୟ ହୋଇଥିବା ବେଳେ ଉଠାଦୋକାନୀ ୩ ଟଙ୍କା, ସ୍ଥାୟୀ ବ୍ୟବସାୟୀ ୫ ଟଙ୍କା, ବ୍ୟାଙ୍କ ଓ ମଲ୍‌ଗୁଡ଼ିକରୁ ୧୦ ଟଙ୍କା ଲେଖାଏ ଆଦାୟ କରାଯିବ। ତେବେ ବର୍ଷିିକିଆ ଓ ୬ ମାସିଆ ଦେୟ ଏକାବେଳେ ପୈଠ କଲେ ରିହାତି ଦିଆଯିବ। ତେବେ ସହର ସଫେଇ ବାବଦରେ ସରକାର ଅର୍ଥ ଦେଉଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଟିକସ ବସାଯିବାକୁ କେତେକ ସ୍ଥାନରେ ସ୍ବାଗତ କରାଯାଉଥିବା ବେଳେ ଅନେକେ ବିରୋଧ ମଧ୍ୟ କରୁଛନ୍ତି।
୨୩ଟି ୱାର୍ଡକୁ ନେଇ ଗଠିତ ଅନୁଗୋଳ ପୌରପାଳିକାରେ ସଫେଇ ପାଇଁ ୧୫୧ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ଠିକା ସଂସ୍ଥାର ହୋଇଥିବାବେଳେ ୨୦ ଜଣ ପୌରପାଳିକାର ସ୍ଥାୟୀ ଓ ଡିଏଲ୍‌ଆର୍‌ କର୍ମଚାରୀ ଅଛନ୍ତି। ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଦୁଇବେଳା ସହର ସଫେଇ କରୁଛି। ଏହି କାର୍ଯ୍ୟରେ ୪ ଟ୍ରାକ୍ଟର, ୨ ଛୋଟ ଗାଡ଼ି, ୨୫ ଟ୍ରଲି ସହ ୪ ସୌରଚାଳିତ ଗାଡ଼ି ବ୍ୟବହାର କରାଯାଉଛି। ଛୋଟ ୱାର୍ଡରେ ୪ ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସ୍ବଚ୍ଛସାଥୀ ତଦାରଖ କରୁଛନ୍ତି। ଏଥିସହ ବଜାର ଅଞ୍ଚଳରେ ରାତିରେ ସଫେଇ କରାଯାଉଛି। ପୌରପାଳିକାର ସ୍ଥାୟୀ ଓ ଡିଏଲ୍‌ଆର୍‌ ୨୦ ଜଣ କର୍ମଚାରୀଙ୍କ ସହ ୧୦ ଜଣ ଠିକା କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ଏଥିପାଇଁ ସରକାର ଅର୍ଥ ପ୍ରଦାନ କରୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୌରପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କୁହାଯାଉଛି। ପୌରପାଳିକାରେ ଥିବା ଘର ପ୍ରତି ମାସିକ ୩୦ ଟଙ୍କା, ଉଠା ଦୋକାନୀ ୯୦ ଟଙ୍କା, ସ୍ଥାୟୀ ଦୋକାନୀ ୧୫୦ ଟଙ୍କା, ମଲ୍‌ ଓ ବ୍ୟାଙ୍କ ୩୦୦ ଟଙ୍କା ପ୍ରଦାନ କରିବେ। ଏହି ୟୁଜର୍ସ ଫି’ ଆଦାୟ କରିବା ପାଇଁ ସ୍ବଚ୍ଛସାଥୀ କିମ୍ବା କିନ୍ନରଙ୍କୁ ଦାୟିତ୍ୱ ଦିଆଯିବାର ବନ୍ଦୋବସ୍ତ ଚାଲିଛି। ଏହି ନିୟମ ଢେର୍‌ ଦିନ ହେବ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବାରୁ ସହଯୋଗ କରିବାକୁ ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟ ସହରରେ ଲାଗୁ ହୋଇସାରିଛି
ଅନୁଗୋଳ ପୌରପାଳିକାରେ ଏହି ନିୟମ ଖୁବ୍‌ଶୀଘ୍ର ଲାଗୁ କରାଯିବ। ୨୦୧୮ରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। ଏହାଦ୍ୱାରା ସହରକୁ ଅଧିକ ସଫାସୁତରା ରଖାଯାଇ ପାରିବ। ଲୋକମାନେ ମନଇଚ୍ଛା ଏଣେତେଣେ ଅଳିଆ ପକାଇ ପାରିବେ ନାହିଁ। ସହର ସ୍ବଚ୍ଛତାରେ ପାଦେ ଆଗକୁ ଯିବ।
-ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ପୌରନିର୍ବାହୀ ଅଧିକାରୀ
ଧୀରେ ଧୀରେ ଗ୍ରହଣୀୟ ହେବ
ଏପରି ବ୍ୟବସ୍ଥା ପୂର୍ବରୁ ଲାଗୁ ହେବାର ଥିଲା। ଲୋକମାନେ ପ୍ରଥମେ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଧୀରେ ଧୀରେ ଲୋକେ ସଚେତନ ହେଲେ ଏ ଦିଗରେ ଆଗ୍ରହ ବଢ଼ିବ। ସହର ସଫେଇ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ।
-ଜୁଲି ସାହୁ, ସ୍ବଚ୍ଛ ସାଥୀ, ଅନୁଗୋଳ
ୟୁଜର ଫି’ ଚାପ ଠିକ୍‌ ଲାଗୁନି
କରୋନା ଯୋଗୁ ପୂର୍ବପରି ବେପାର ନ ଥିବାବେଳେ ପୌରପାଳିକାକୁ ମାସକୁ ୧୫୦ ଟଙ୍କା ସଫେଇ ବାବଦରେ ଦେବା କଷ୍ଟକର ହେବ। ଯେଉଁ ବ୍ୟବସାୟୀ ଆବର୍ଜନା ଏଣେତେଣେ ପକାଉଛନ୍ତି ସେମାନଙ୍କଠାରୁ ଏହି ଫି’ ଆଦାୟ କରାଯାଉ। ସମସ୍ତଙ୍କ ଉପରେ ଚାପ ନ ପକାଇ ପୌର ପ୍ରଶାସନ ସଚେତନ କଲେ ଭଲ ହୁଅନ୍ତା।
-କାଞ୍ଚନ ସିଂହ, ସ୍ଥାୟୀ ବ୍ୟବସାୟୀ
ପ୍ରଥମେ ସଚେତନ କରାଯାଉ
ଅଳିଆ ଉଠାଇବା ପାଇଁ ଟଙ୍କା ଦେବାକୁ ରାଜି ଅଛୁ। କିନ୍ତୁ ସହର ସମ୍ପୂର୍ଣ୍ଣ ସଫାସୁତରା ରହିବା ଆବଶ୍ୟକ। ପ୍ରଥମେ ଲୋକଙ୍କୁ ସଚେତନ କରାଯାଇ ପରେ ଏହି ବ୍ୟବସ୍ଥା ଲାଗୁ କରାଯାଉ। ସ୍ବଚ୍ଛତାକୁ ଅଣଦେଖା କରି କିଛି ଲୋକ, ବ୍ୟବସାୟୀ ଅଳିଆ ରାସ୍ତାକୁ ପିଙ୍ଗି ଦେଇଥାନ୍ତି। ଏଭଳି ଅମାନିଆଙ୍କ ଠାରୁ ଅଧିକ ଜରିମାନା ଆଦାୟ ବ୍ୟବସ୍ଥା ହେଲେ ସେମାନେ ସୁଧୁରିଯାଆନ୍ତେ।
-ନିବେଦିତା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri