ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଜହ୍ନେଇ ନାଳକୁ ମଙ୍ଗଳବାର ଅପରାହ୍ନରେ ଗାଧୋଇବାକୁ ଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ପରଲୋକ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ପୁରୁଣିଆ ଗ୍ରାମର ତନୁରାମ ମହାନ୍ତ।
ସୂଚନାନୁଯାୟୀ, ତନୁରାମ ପୁରୁଣିଆରୁ ବଲାଣିପଶିସ୍ଥିତ ଶ୍ୱଶୁର ଘରକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଯାଇଥିଲେ। ମଙ୍ଗଳବାର ବଲାଣିପଶି ଜହ୍ନେଇ ନାଳରେ ପୋଲ ନିର୍ମାଣ ପାଇଁ ବନ୍ଧା ଯାଇଥିବା ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ସେ ବୁଡି ଯାଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତନୁରାମଙ୍କୁ ଉଦ୍ଧାର କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ତୁରୁମୁଙ୍ଗା ଥାନାରେ (କେସ୍ ନଂ. ୫/୨୧) ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All

ପିପିଲି ଟୋଲ୍ ପ୍ଲାଜାରୁ ଟିକସ ଆଦାୟ ଆରମ୍ଭ
ପିପିଲି,୨୧ା୪ (ସ୍ବ.ପ୍ର): ରାଜ୍ୟ ସରକାର ଲକ୍ଡାଉନକୁ କିଛିମାତ୍ରାରେ କୋହଳ କରିଛନ୍ତି। ପୁରୀ ଜିଲା ପିପିଲି ଟୋଲ ପ୍ଲାଜା ସିଲକୁ ସୋମବାରଠାରୁ ଖୋଲା ଯାଇଛି। ଏଥିସହ କର୍ମଚାରୀମାନେ...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମଦ ଦୋକାନରେ ପିଓଏସ୍ ବ୍ୟବସ୍ଥା
ଜଗତ୍ସିଂହପୁର ଅଫିସ, ୧୭ା୯: ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଆଧାରରେ ଦଶହରା ସମୟରେ ଜଗତ୍ସିଂହପୁର ସହରରେ ଥିବା ମଦ ଦୋକାନଗୁଡିକରେ...

ସଫେଇ କାମକୁ ନେଇ ଲଙ୍କାକାଣ୍ଡ ଘଟଣା: ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର
ବ୍ରହ୍ମପୁର ଅଫିସ ,୨।୧୨: ବ୍ରହ୍ମପୁର ମହାନଗର ନିଗମ( ବିଏମ୍ସି)ର ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଙ୍ଗଠିତ ଲଙ୍କାକାଣ୍ଡ ଘଟଣାରେ ବଡ଼ବଜାର ପୋଲିସ...

ନିୟମ ଭିତରେ ରଥ ନିର୍ମାଣ
ଢେଙ୍କାନାଳ ଅଫିସ, ୨୦।୫ ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ ଆଗେଇ ଚାଲିଛି। ଲକ୍ଡାଉନ୍ ନିୟମକୁ ମାନି ରଥ ତିଆରି କରାଯାଉଛି। ମହାରଣା ସେବକ...

ପୁଣି ଏକ ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ
ଦେବଗଡ଼, ୬ା୫(ଡି.ଏନ.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ରାଇତାଳ ଗ୍ରାମରେ ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ରୋକାଯାଇଛି। ମିଳିଥିବା...

ଅସ୍ଥାୟୀ ମେଡ଼ିକାଲ୍ କ୍ୟାମ୍ପ ପରିଦର୍ଶନ କଲେ ଏମ୍ପି
ବାରିପଦା ଅଫିସ, ୬ା୫- ମୟୂରଭଞ୍ଜ ଏମ୍ପି ଇଂ. ବିଶେଶ୍ୱର ଟୁଡ଼ୁ ଶିମିଳିପାଳ ଭିତରେ ଥିବା ୩ଟି ପଞ୍ଚାୟତର ସମସ୍ତ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବୁଲି ଦେଖିଛନ୍ତି।...

ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା
କର୍ଲାମୁଣ୍ଡା,୨ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍ରୁ ମଙ୍ଗଳବାର ରାତିରେ...

ରେଳ ଧାରଣାରୁ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୭ା୧୦(ଡି.ଏନ୍.ଏ.)- ସରକାରୀ ରେଳବାଇ ପୋଲିସ (ଜିଆର୍ପି) ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହଟି ଜଗନ୍ନାଥପୁର ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିବା...