କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢାଲି ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲା ପରିଷଦକୁ ୫ମ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ବାବଦକୁ ୧,୪୫,୭୧,୬୫୦ ଏବଂ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନଙ୍କ ଠାରୁ ୧,୭୯,୭୭,୭୦୭ ଟଙ୍କା ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ କରିଥିବା ସୂଚନା ମିଳିଛି।
ଜିଲାରେ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ ଲାଗି ମନ୍ତ୍ରୀ ପଣ୍ଡା କହିଥିଲେ। ଟିକରପଡ଼ା ବ୍ରିଜ ଏବଂ ମହାବୀର ନଗର ରାସ୍ତା ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷ କର। ଏଥିସହ କୁଆଖାଇ ଓ କୁଶଭଦ୍ରା ନଦୀରେ ଜଳ ସଂରକ୍ଷଣ ଓ ଜଳସେଚନ ଉପରେ ମନ୍ତ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ। ଖୋର୍ଦ୍ଧା ବିଜ୍ଞାନ ପାର୍କ ଲାଗି ପଣ୍ଡା ସବୁଜ ସଙ୍କେତ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଫେଜ୍‌-୧ରେ ୮ଟି ରାସ୍ତା କାମ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଫେଜ୍‌-୨ରେ ୧୯ଟି ଗ୍ରାମ୍ୟ ରାସ୍ତା ତ୍ୱରିିତ ଗତିରେ ଶେଷ କରାଯିବ। ଫେଜ-୩ରେ ୧୦ ବ୍ଲକରେ ୩୩୬କି.ମି. ରାସ୍ତା ନିର୍ମାଣ କରାଯିବା ଲାଗି ସ୍ଥିର ହୋଇଛି। ଜିଲାପାଳ ସନତ ମହାନ୍ତି କହିଥିଲେ, ଗ୍ରୀଷ୍ମଋତୁରେ ଜିଲାର ବିଭିନ୍ନ ଜଙ୍ଗଲରେ ନିଅଁା ଲାଗିବା ଆଶଙ୍କା ରହିଛି। ଏଥିଲାଗି ବନବିଭାଗ ଏବଂ ପଞ୍ଚାୟତସ୍ତରରେ ଜିଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ଲୋକପ୍ରତିନିଧି ସଜାଗ ରହିବେ। ଚଳିତ ବର୍ଷ ଖରିଫ ଋତୁରେ ୧୬ଲକ୍ଷ ଧାନ କ୍ରୟ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ୮୩ ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କିଣାଯିବ। ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନକିଣା ଚାଲିଛି। ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଜିଲା ପରିଷଦ ବୈଠକ ବିବରଣୀ ପାଠ କରିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚି୍‌ତ କର୍ମ ନିଯୁକ୍ତି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷ ଜିଲାର ୧୦ଟି ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ୨୫ ଲକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୪୯ହଜାର ୭୭୦ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୨୦୨୧-୨୨ରେ ୧୬ଲକ୍ଷ ଶ୍ରମ ଦିବସ କରାଯିବା ଯୋଜନା ରହିଛି। ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ କହିଥିଲେ, କୁଆଖାଇ ଓ କୁଶଭଦ୍ରା ନଦୀରେ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଚଳ ନଳକୂପକୁ ତ୍ୱରିତ ସଜଡ଼ା ଯିବ। ଜଳକ୍ଳିଷ୍ଟ ଅଞ୍ଚଳକୁ ପାନୀୟଜଳ ବ୍ୟବସ୍ଥା କରାଯିବ। ଯେପରି ଜିଲାରେ ପାନୀୟଜଳ ସମସ୍ୟା ରହିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ଲୋକପ୍ରତିନିଧିମାନେ କହିଥିଲେ। ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କହିଥିଲେ, ଶିକ୍ଷା ସଂଯୋଗ, ଶିକ୍ଷାର ଶିଖର ଓ ଶିକ୍ଷା ସମ୍ଭବ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପାଠପଢ଼ା ଚାଲିଛି। ବୈଠକରେ ସମସ୍ତ ଜିଲା ପରିଷଦ ସଭ୍ୟା, ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri