ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଲକ୍ଷ୍ମୀପ୍ରିୟା ରଣା (୫୮) ଏବଂ ଲିପିକା ପ୍ରିୟଦର୍ଶିନୀ ସାହୁ(୪)।

ପ୍ରକାଶ ଯେ, ଲିପିକାର ମାନସିକ କେଶଦାନ କରିବାକୁ ପରିବାର ଓ କିଛି ସମ୍ପର୍କୀୟ କେନ୍ଦୁଝର ଜିଲା ବେଗୁନିଆ ପାଟଣା ଗ୍ରାମରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଏକ ବୋଲେରୋ ଯୋଗେ ପୁରୀ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟା ରଣା ଓ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ୧୨ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବରପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତକରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ...

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ...

ପିକଅପ୍‌ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର

ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍‌ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ...

ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦିଆଯାଉ: ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଅହିଂସା ବିଶ୍ୱକୁ ଭାରତର...

ପୁଅର ଠେଙ୍ଗା ମାଡ଼ରେ ମା’ମୃତ

ହିଞ୍ଜିଳିକାଟୁ, ୨୮।୪(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ମା’ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିନ...

ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର...

ଏପ୍ରିଲ ୨୬ରୁ ସିବିଏସ୍‌ଇ ଦଶମ,ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୧୧।୩(ବ୍ୟୁରୋ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଦଶମ ବୋର୍ଡ...

କୋଟିଆରେ ମାର୍କେଟ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ତଦାରଖକଲେ ସାଲୁର ବିଧାୟକ

ପଟ୍ଟାଙ୍ଗୀ,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ହାତେଇବା ଲାଗି ଆନ୍ଧ୍ର ବିଭିନ୍ନ ସମୟରେ କଳକୌଶଳ ପ୍ରୟୋଗ ଜାରି...

Advertisement
Archives

Model This Week