ଝଲସୁଛି କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୩ – ଦିନକ ପରେ ବିଶ୍ୱପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ନେଇ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ ଝଲସୁଛି। ମହାଦେବଙ୍କ ଏହି ମହାନ୍‌ ପର୍ବରେ ସାମିଲ ହେବାକୁ ଶ୍ରଦ୍ଧାଳୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।
ଚଳିତବର୍ଷ କୋଭିଡ୍‌ କଟକଣା ଭିତରେ ଠାକୁରଙ୍କ ଯାତ୍ରା ସମାପନ କରାଯିବାକୁ ନିଷ୍ପତ୍ତି ହୋଇଛି। କେବଳ ଜିଲାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟଧାରୀ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଥିବାବେଳେ ଏଥିଲାଗି ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି। ପୀଠକୁ ନୂଆ ରୂପ ଦିଆଯିବା ସହ ସାଜସଜ୍ଜା କରାଯାଉଛି। ମୁଖ୍ୟ ମନ୍ଦିର, ପାର୍ଶ୍ୱ ମନ୍ଦିର, ରୋଷଘର, ମୁଖଶାଳା, ଧର୍ମଶାଳା, ମୁଖଶାଳାଠାରେ ଥିବା ବୃଷଭ, ପ୍ରବେଶ ଦ୍ୱାର ନୂଆ ଚୂନ ଲାଗି ପରେ ଦାଉଦାଉ ହୋଇଉଠିଛି। ଦୀର୍ଘଦିନରୁ ଅଚଳ ହୋଇପଡ଼ିଥିବା ବଡ଼ ଏଲ୍‌ଇଡି ସ୍କ୍ରିନକୁ ମରାମତି କରାଯାଇଛି। ମନ୍ଦିର ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ଯାତ୍ରା ସମୟରେ ପୀଠରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଥିଲା। ଚଳିତବର୍ଷ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଉଦ୍ୟମରେ ଏହାର ସ୍ଥାୟୀ ସମାଧାନ କରାଯାଇଛି। ପାହାଡ଼ ପାଦଦେଶରୁ ପୀଠକୁ ପାଇପ୍‌ ବିଛାଯାଇଛି। ପୀଠ ଉପରେ ୧ଲକ୍ଷ ଲିଟରର ପାଣି ରଖିବାକୁ ଷ୍ଟୋରେଜ ପଏଣ୍ଟ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ୨ ସ୍ଥାୟୀ ଶୌଚାଳୟ ନିର୍ମିତ ହୋଇଛି। ଜାଗରଯାତ୍ରାରେ ଏହା ଲୋକାର୍ପିତ ହେବ। ସେହିପରି ପାହାଚ ଓ ଘାଟିରାସ୍ତାକୁ ଆଲୋକୀକରଣ କରାଯାଇଛି। ପୀଠରେ ଅଧିକ ୧୬ ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି। ଠାକୁରଙ୍କ ନୀତିକାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ପ୍ରସ୍ତୁତିର ତଦାରଖ କରିଛନ୍ତି। ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ଏଡ଼ାଇବାକୁ ଜିଲା ଏବଂ ରାଜ୍ୟ ବାହାର ଲୋକଙ୍କ ସମାଗମକୁ ବାରଣ କରାଯାଇଛି। ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେହିପରି ସେହିପରି ପୀଠର ସ୍ବଚ୍ଛତା ବଜାୟ ରଖିବାକୁ ପଲିଥିନ ଏବଂ ପ୍ଲାଷ୍ଟିକ୍‌ ସାମଗ୍ରୀ ଉପରେ କଟକଣା ଲାଗିଛି। ଭୋଗ ପାଇଁ ଶ୍ରଦ୍ଧାଳୁମାନେ ପେପର ବ୍ୟାଗ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ମହାଦୀପ ଉଠିବା ପରେ ହରିହର ଭେଟ
କପିଳାସ ପୀଠ ଜାଗରଯାତ୍ରାରେ ଠାକୁରଙ୍କ ମହାସ୍ନାନ ପରେ ରୁଦ୍ରାଭିଷେକ ହୋଇଥାଏ। ଶିବରାତ୍ରିରେ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ। ଏହାପରେ ନାଗାଭରଣ ବେଶରେ ମହାଦେବ ଦର୍ଶନ ଦେଇଥାନ୍ତି। ମହାଦୀପ ଉଠିବା ପରେ ହରିହର ଭେଟ ହୋଇଥାଏ।
-ପଞ୍ଚାନନ ମିଶ୍ର, ରାଜ ପୁରୋଧା
ପାନୀୟ ଜଳର ସ୍ଥାୟୀ ସମାଧାନ ହୋଇଛି
କପିଳାସ ପୀଠରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଇଛି। ଅଧିକ ୧୬ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି। ମୋବାଇଲ ନେଟୱର୍କ ସମସ୍ୟା ଏଡ଼ାଇବାକୁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ପାହାଚ, ଘାଟି ରାସ୍ତାକୁ ସଫା କରାଯାଇଛି। ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଯାଇଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଦେବୋତ୍ତର ଅଧିକାରୀ
ଶାନ୍ତିଶୃଙ୍ଖଳା ଜଗିବେ ପୋଲିସ ଫୋର୍ସ
ଜାଗର ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ କରାଯିବ। ବୁଧବାର ଏସ୍‌ପି ପୀଠ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଏହାପରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ଯାନବାହନ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି । ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି।
-ଶ୍ରୀହର୍ଷ ମିଶ୍ର, ସଦର ଏସ୍‌ଡିପିଓ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri