ଜଳୁଛି କୁଲଡ଼ିହା: ନିଆଁ ଲିଭାଉଛନ୍ତି ଡିଏଫ୍‌ଓ, ରେଞ୍ଜର

ସଜନାଗଡ଼, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୫ ଦିନ ହେବ ନିଅଁା ଜଳୁଛି। ଫେବୃୟାରୀ ୪ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ବର୍ଗ କି.ମି. ପରିବ୍ୟାପ୍ତ ଭିତରେ ଏକାଧିକ ପାହାଡ଼ ମଧ୍ୟରେ ଥିବା ଏକର ଏକର ଜମିରେ ଥିବା ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଉଛି। ବନାଗ୍ନି ଯୋଗୁ ଲକ୍ଷ ଲକ୍ଷ କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜି ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସେମାନଙ୍କ ଜୀବନ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି। ବିଭିନ୍ନ ଜୀବଜନ୍ତୁ ପ୍ରଭାବିତ ସହିତ କୁଲଡ଼ିହା ପାଦଦେଶର ଆଖପାଖ ପରିବେଶ ପ୍ରଦୂଷଣ ସହ ଅଞ୍ଚଳର ତାପମାତ୍ରା ବୃଦ୍ଧି ପାଇଛି।
ଅଭୟାରଣ୍ୟର ଜୋଡାଚୂଆ, କୁଲଡ଼ିହା, ଦେବଗିରି, ନଣ୍ଡାରୀ ପାହାଡ଼ ସହିତ ବାଲିଆନାଳ, ପଞ୍ଚଲିଙ୍ଗେଶ୍ୱର ଆଦି ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ରେ ନିଆଁ ଲାଗିଥିଲା। ଗୋଟିଏ ପାହାଡ଼ର ଜଙ୍ଗଲରୁ ଆଉ ଗୋଟିଏ ପାହାଡ଼ ଜଙ୍ଗଲକୁ ବ୍ୟାପୁଛି ନିଆଁ। ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେବା ବେଳକୁ ଅନ୍ୟ ସ୍ଥାନରେ ଲାଗି ଯାଉଛି। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଅଭୟାରଣ୍ୟରେ ନିଆଁ ଲାଗିବା ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ପ୍ରତି ବିପଦ ବଢ଼ାଇଛି। ପାହାଡ଼ର ଅଗ୍ରଭାଗରେ ନିଆଁ ଲାଗିଥିବାରୁ ଦମକଳ ବାହିନୀ ସେଠାରେ ପହଞ୍ଚତ୍ବା ଅସମ୍ଭବ ହୋଇପଡିଛି। ସରକାର ଜଙ୍ଗଲ ଜୀବଜନ୍ତୁଙ୍କ ଅଭିବୃଦ୍ଧି, ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ଜଗିବା, କାଠଚୋର, ଶିକାରୀ ଉପଦ୍ରବ ରୋକିବା ଓ ହାତୀ ଘଉଡ଼ାଇବା ଠାରୁ ଆରମ୍ଭ କରି ନିଆଁ ଲିଭାଇବା ପାଇଁ କର୍ମଚାରୀମାନଙ୍କୁ ନିଯୁକ୍ତ କରିଛନ୍ତି। ଏଥିସହିତ ଖୋଦ୍‌ ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ଓ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ନିଆଁଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି। ମଙ୍ଗଳବାର ମଧ୍ୟ କୁଲଡ଼ିହା ଅଭୟାରଣ୍ୟରେ ନିଆଁ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଦେଖାଯାଇଛି। ଏ ସମ୍ପର୍କରେ ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା କହିଛନ୍ତି, ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛୁ। ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ଏହି ବିଷୟକୁ ଗୁରୁତ୍ୱ ଦିଆଯିବା ସହ ଘଟଣାସ୍ଥଳରେ କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ସମେତ ୩୦ଜଣ ଫାୟାର ସ୍କ୍ବାଡ୍‌ ଓ ଫାୟାର ଭେଇକେଲ୍‌ ୫୦ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ଅଭୟାରଣ୍ୟରେ ଡେରା ପକାଇଛନ୍ତି। କର୍ମଚାରୀଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଇ ତଦାରଖ କରିବା ସହ କିଛି ସୀମାନ୍ତ ଗାଁର ଲୋକଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?