ଆମ ଜିଲା ଖବର

ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା। ଏହି ଗଣନାରେ ବନାଞ୍ଚଳରେ ମୋଟ ୪ହଜାର ୪୯୫ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି।…

ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍‌ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବିତ ରାତିରେ…

ଆଖିବୁଜିଲା ବାଘୁଣୀ ଆନିନୀ

ବାରଙ୍ଗ,୬।୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ନନ୍ଦନକାନନର ବାଘୁଣୀ ଆନିନୀ ମଙ୍ଗଳବାର ଆଖିବୁଜିଛି। ପ୍ରାଣୀଉଦ୍ୟାନର ବାଘ ସଫାରିରେ ରହି ଆନିନୀ ପର୍ଯ୍ୟଟକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ହେଲେ ନନ୍ଦନକାନନ ଡାକ୍ତରୀ ଟିମ୍‌ ଶତ ପ୍ରଚେଷ୍ଟା ସତ୍ତ୍ୱେ ବାଘୁଣୀ ଆନିନୀକୁ…

୭୫୫୬ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ଖୋର୍ଦ୍ଧା ଅଫିସ,୬ା୧: କୋଭିଡ୍‌-୧୯ ଟିକାକରଣ ପାଇଁ ଟାସ୍କଫୋର୍ସ କମିଟିର ତୃତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପତି କହିଲେ ଯେ, ଟିକାଦାନ…

୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍‌

ବାଲୁଗାଁ,୬।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କେନ୍ଦ୍ରଟି ନାବିକଙ୍କ ନିମନ୍ତେ ପ୍ରାରମ୍ଭିକ ପ୍ରଶିକ୍ଷଣ କେନ୍ଦ୍ର ଅଟେ। ଏହି ପରେଡ୍‌କୁ ଭାଇସ୍‌ ଆଡ୍‌ମିରାଲ୍‌…

ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର ଚିଲିକାରେ…

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ ଦରରେ ବିକ୍ରି କରିବାକୁ ପଡୁଛି ଲଘୁ ବନଜାତ ଦ୍ରବ୍ୟ। ବଜାର ସୁବିଧା ନ ଥିବାରୁ…

ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି। ଗତ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ନିକଟକୁ ଏ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ପଠାଯାଇ…

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ପୁରୀ ଅଫିସ/ନିମାପଡ଼ା/ପିପିଲି, ୬ା୧ (ଡି.ଏନ୍‌.ଏ./ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଶନିବାର ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା…

ଗୋ-ରକ୍ଷା, ମନ୍ଦିର ସୁରକ୍ଷାକୁ ଗୁରୁତ୍ୱ

ପୁରୀ ଅଫିସ,୬ା୧: ପୁରୀସ୍ଥିତ ରାଧାବଲ୍ଲଭ ମଠରେ ମଙ୍ଗଳବାର ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ଶାଖାର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ଓଡ଼ିଶା ଶାଖା ସଭାପତି ସ୍ବାମୀ ଶଙ୍କରାନନ୍ଦ ଗିରି ପୌରୋହିତ୍ୟ କରିଥିଲେ। ଅଯୋଦ୍ଧାରେ ନିର୍ମାଣାଧୀନ ରାମ ମନ୍ଦିର ପାଇଁ…

ଲୋକଙ୍କ ହୃଦୟ ଜିଣିବା ଲକ୍ଷ୍ୟ

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଭୂମେଶ ଚନ୍ଦ୍ର ବେହେରା। ୧୮ ମାସ ତଳେ ରାଜ୍ୟ ସରକାର ତାଙ୍କ କାନ୍ଧରେ ନ୍ୟସ୍ତ କରିଥିଲେ ରାଜ୍ୟର ଅନ୍ୟତମ ପ୍ରଶାସନିକ କେନ୍ଦ୍ରସ୍ଥଳ ତଥା ଶିଳ୍ପ ଜିଲା ଢେଙ୍କାନାଳର ଦାୟିତ୍ୱ। କାର୍ଯ୍ୟରେ ଯୋଗଦେବାର ୮ମାସ ପରେ…

ବାପଘରକୁ ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲେ

ଉମରକୋଟ, ୬।୧(ସ୍ବ.ପ୍ର.): ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା କରିଛନ୍ତି। ଏହାପରେ ବିପ୍ଳବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ବିପ୍ଳବ ଦେଢ଼ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?