ଶଙ୍କରାନନ୍ଦ ମଠରେ ୫ଶହ ବର୍ଷର ପୁରୁଣା ଭିତ୍ତିଚିତ୍ର

ପୁରୀ ଅଫିସ,୧୨।୩: ଶ୍ରୀକ୍ଷେତ୍ରର ପ୍ରାଚୀନ ଶୈବମଠ ଶଙ୍କରାନନ୍ଦ ମଠର ଜଗମୋହନ ବାହାରପଟ କାନ୍ଥରୁ ପ୍ରାଚୀନ ଭିତ୍ତିଚିତ୍ର ଆବିଷ୍କୃତ ହୋଇଛି। ମହାଶିବରାତ୍ରି ଉପଲକ୍ଷେ ମଠର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜରାଜୀର୍ଣ୍ଣ ଜଗମୋହନର ମରାମତି ବେଳେ ଏହି କାନ୍ଥଚିତ୍ର ଦେଖିବାକୁ ମିଳିଛି। ପୂର୍ବରୁ କାନ୍ଥଗୁଡ଼ିକ କେବଳ ଧଉଳା ହୋଇଥିଲା। ଭିତ୍ତିଚିତ୍ର ଉପରେ ଚୂନ ଧଉଳା ହେବା ସତ୍ତ୍ବେ କାନ୍ଥକୁ ସଫା କରିବା ପରେ ଭିତ୍ତିଚିତ୍ରଗୁଡ଼ିକ ସ୍ପଷ୍ଟ ବାରି ହୋଇଛି। ଟ୍ରଷ୍ଟବୋର୍ଡର ସଭ୍ୟ ଦୁର୍ଗାପ୍ରସାଦ ମିଶ୍ରଙ୍କଠାରୁ ଏ ନେଇ ସୂଚନା ମିଳିବା ପରେ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ଉପସଭାପତି ରାଜକୁମାର ମହାନ୍ତି ଏବଂ ଡ. ସୁରେନ୍ଦ୍ର କୁମାର ମିଶ୍ର ଅନୁସନ୍ଧାନ ଉଦ୍ଦେଶ୍ୟରେ ଯାଇଥିଲେ। ସମୁଦାୟ ୫ଟି ଚିତ୍ର ଜଣାପଡ଼ିଥିଲେ ମଧ୍ୟ ଭିତର ଓ ବାହାର ଅଗଣାର କାନ୍ଥଗୁଡ଼ିକରେ ଏଭଳି ଐତିହ୍ୟ ଚିତ୍ର ଥିବା ଜଣାପଡ଼ିଛି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଏହି ଚିତ୍ର ପଟଚିତ୍ର ଶ୍ରେଣୀ ଅନ୍ତର୍ଭୁକ୍ତ। ଚିତ୍ରପଟ୍ଟରେ ନ ହୋଇ କାନ୍ଥରେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହୋଇଛି। ଜଗମୋହନ ବାହାର ପାର୍ଶ୍ୱ ବାରଣ୍ଡା କାନ୍ଥରେ ମା’ ବିମଳା, ଶ୍ରୀବରାହ, ଶ୍ରୀଶିବ ଏବଂ ଶ୍ରୀହୟଗ୍ରୀବଙ୍କ ଭିତ୍ତିଚିତ୍ର ରହିଛି। ଏହି ମଠର ଆଚାର୍ଯ୍ୟମାନେ ଶିବ ଉପାସକ ହୋଇଥିଲେ ମଧ୍ୟ ଦେବୀ ବିମଳାଙ୍କୁ ଭୈରବୀ ରୂପେ ଗ୍ରହଣ କରି ଉପାସନା କରୁଥିଲେ। ଶ୍ରୀମନ୍ଦିର ବେଢ଼ାରେ ଶ୍ରୀହୟଗ୍ରୀବଙ୍କ ଉପାସନା ଥିଲା, ଯାହା ଏବେ ବନ୍ଦ ହୋଇଯାଇଛି। ପାଟ ଅଗଣାର ଗୋଟିଏ ବନ୍ଦ କୋଠରୀରେ ଶ୍ରୀହୟଗ୍ରୀବଙ୍କର ୪ ଫୁଟ ଉଚ୍ଚତାର ଏକ ବିଗ୍ରହ ଥିଲା। ମଠର ଆଚାର୍ଯ୍ୟ ଏହି ନୀତି ଦାୟିତ୍ୱରେ ରହୁଥିଲେ। ଶ୍ରୀହୟଗ୍ରୀବ ପାଞ୍ଚରାତ୍ର ଆଗମ ଉପାସନାରେ ଅନ୍ୟତମ ରହସ୍ୟମୟ ତତ୍ତ୍ବ ଅଟନ୍ତି। ମଠରେ ବୈଷ୍ଣବ ଓ ପାଞ୍ଚରାତ୍ର ଆଗମ ଉପାସନାର ପ୍ରଥା ପ୍ରଚଳିତ ଥିଲା। ଜଗମୋହନ ପ୍ରବେଶ ପଥ ଦକ୍ଷିଣ ପାର୍ଶ୍ୱରେ ଏହି ୪ ମୂର୍ତ୍ତିଙ୍କ ଚିତ୍ର ରହିଥିବାବେଳେ ବାମପାର୍ଶ୍ୱରେ ଶ୍ରୀଗଣେଶଙ୍କ ଚିତ୍ର ଥିବା ଦୃଷ୍ଟିକୁ ଆସିଛି। ଉଲ୍ଲେଖଯୋଗ୍ୟ, ଶ୍ରୀକ୍ଷେତ୍ରକୁ ଆଦି ଶଙ୍କରାଚାର୍ଯ୍ୟ ଆସିବା ପୂର୍ବରୁ ଏହି ମଠ ଥିଲା। ଏଠାରେ ଥିବା ବହୁ ପୁରାତନ କାରୁକାର୍ଯ୍ୟ ଧ୍ୱଂସ ହେବାକୁ ବସିଛି। ସମ୍ପାଦକ ନନ୍ଦ ଏହି ଭିତ୍ତିଚିତ୍ର ୪ଶହରୁ ୫ଶହ ବର୍ଷ ତଳର ବୋଲି ମତ ଦେଇଛନ୍ତି। ଭିତ୍ତିଚିତ୍ରକୁ ପୁନର୍ବାର ରଙ୍ଗ ଦେଇ ସଂସ୍କାର କରାଯାଇ ପୁନରୁଦ୍ଧାର କରାଯିବାକୁ ଡ. ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri