ଏବେ ବି ଲୋକେ ପିଉଛନ୍ତି ଚୁଆପାଣି

ଯାଜପୁର ଅଫିସ,୧୨।୩: ଡ୍ୟାସ୍‌ ବୋର୍ଡ ମନିଟରିଂ ସିଷ୍ଟମ୍‌ (ଡିବିଏମ୍‌ଏସ୍‌)ରେ ଫେବୃୟାରୀ ସୁଦ୍ଧା ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ୮୩୦ଟି ଅଭିଯୋଗର ସମାଧାନ ହୋଇଛି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଇଞ୍ଜିନିୟର-ଇନ୍‌-ଚିଫ୍‌(ସର୍ବୋଚ୍ଚ ଯନ୍ତ୍ରୀ)ଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ଏହାର ବାସ୍ତବ ସ୍ଥିତି ଜିଲାର କୋରେଇ ବ୍ଲକ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ତଳେ ଏହି ଗ୍ରାମରେ ଆରମ୍ଭ ହୋଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପ କାମ ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗ୍ରାମବାସୀ ଏବେ ବି ଚୁଆ ପାଣି ପିଉଛନ୍ତି। ସେହି ଗ୍ରାମବାସୀଙ୍କ ଏଭଳି ଜୀବନଧାରଣ ଦେଖିଲେ ବିକାଶ କ୍ଷେତ୍ରରେ ଆମେ କେତେ ପଛରେ ତାହା ସ୍ପଷ୍ଟ ହୋଇଛି।
ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା ରହିଛି । ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ରିପୋର୍ଟ ଅନୁଯାୟୀ, ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସେଥିରୁ ବହୁ ପ୍ରଳଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ କେତେକ ପ୍ରକଳ୍ପର କାମ ଚାଲିଛି । ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟ ପାଣିରେ ସର ପକାଇବା ସଦୃଶ୍ୟ ହୋଇଛି। ବର୍ଷବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପର କାମ ଚାଲିଥିବା ଉଲ୍ଲେଖ ରହୁଛି । ବିଭାଗ, ପ୍ରଶାସନିକ ଏବଂ ବିଧାନସଭା କମିଟିର ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଥିବା ଦେଖିବାକୁ ମିଳୁଛି । ଏହା ପରେ ବି ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି । କଡ଼ମା ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଦୀର୍ଘବର୍ଷ ହେବ ଏହି ଗ୍ରାମବାସୀ ଜଳ ସଙ୍କଟ ଭିତରେ ଘାଣ୍ଟି ହେଉଛନ୍ତି।  ଏ ସଂକ୍ରାନ୍ତରେ ସେମାନେ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ ଜିଲା ପ୍ରଶାସନକୁ ଏକାଧିକବାର ଜଣାଇଛନ୍ତି। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୦୯ରେ ଏଠାରେ ଏକ ପମ୍ପ ହାଉସ ନିର୍ମାଣ ହୋଇଥିଲା। କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ସେହି ପ୍ରକଳ୍ପ କିଛିବର୍ଷ ଚାଲିବା ପରେ ଅଚଳ ହୋଇପଡିଥିଲା । ଗାଁରେ ପାଣି ପାଇଁ ହାହାକାର ପଡିଲା। ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଗାଁର ମହିଳାମାନଙ୍କୁ ଚୁଆରୁ ପାଣି ସଂଗ୍ରହ ପାଇଁ ମାଇଲ ମାଇଲ ଯିବାକୁ ପଡିଲା। ଏ ସଂକ୍ରାନ୍ତରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ନୂତନ ପ୍ରକଳ୍ପ ନିମନ୍ତେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୨୦୧୪-୧୫ରେ ପୁଣି ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହାର ଗୋଟିଏ ବର୍ଷ ପରେ ୨୦୧୬-୧୭ରେ ୧୨ ମିଟର ଉଚ୍ଚତା ଓ ଦେଢ଼ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣିଟାଙ୍କି ୨୬ ଲକ୍ଷ ଟଙ୍କା ବ୍ୟୟରେ ମା’କାମୁଡେଇ ପଡ଼ିଆ ନିକଟରେ ନିର୍ମାଣ କରାଯାଇଥିଲା । ଇତିମଧ୍ୟରେ ପାଣି ଟାଙ୍କି କାମ ସମ୍ପୂର୍ଣ୍ଣ ହୋଇଛି। ହେଲେ ଗତ ୪ ବର୍ଷ ହେବ ପାଇପ ବିଛା କାମ ସରିପାରୁନାହିଁ । ଫଳରେ ଗ୍ରାମବାସୀ ଚୁଆରୁ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ-୧ ସୋମନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ବିଦ୍ୟୁତ୍‌ ବିଲ୍‌ ୧ ଲକ୍ଷ ୬୭ ହଜାର ଟଙ୍କା ବାକି ଅଛି। ସେଥିପାଇଁ ନୂତନ ପ୍ରକଳ୍ପ ପାଇଁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଏହାବାଦ୍‌ ପାଇପ ବିଛା କାମ ସରିନାହିଁ। ଅନ୍ୟପକ୍ଷେ ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri