ଏବେ ବି ଲୋକେ ପିଉଛନ୍ତି ଚୁଆପାଣି

ଯାଜପୁର ଅଫିସ,୧୨।୩: ଡ୍ୟାସ୍‌ ବୋର୍ଡ ମନିଟରିଂ ସିଷ୍ଟମ୍‌ (ଡିବିଏମ୍‌ଏସ୍‌)ରେ ଫେବୃୟାରୀ ସୁଦ୍ଧା ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ୮୩୦ଟି ଅଭିଯୋଗର ସମାଧାନ ହୋଇଛି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଇଞ୍ଜିନିୟର-ଇନ୍‌-ଚିଫ୍‌(ସର୍ବୋଚ୍ଚ ଯନ୍ତ୍ରୀ)ଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ଏହାର ବାସ୍ତବ ସ୍ଥିତି ଜିଲାର କୋରେଇ ବ୍ଲକ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ତଳେ ଏହି ଗ୍ରାମରେ ଆରମ୍ଭ ହୋଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପ କାମ ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗ୍ରାମବାସୀ ଏବେ ବି ଚୁଆ ପାଣି ପିଉଛନ୍ତି। ସେହି ଗ୍ରାମବାସୀଙ୍କ ଏଭଳି ଜୀବନଧାରଣ ଦେଖିଲେ ବିକାଶ କ୍ଷେତ୍ରରେ ଆମେ କେତେ ପଛରେ ତାହା ସ୍ପଷ୍ଟ ହୋଇଛି।
ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା ରହିଛି । ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ରିପୋର୍ଟ ଅନୁଯାୟୀ, ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସେଥିରୁ ବହୁ ପ୍ରଳଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ କେତେକ ପ୍ରକଳ୍ପର କାମ ଚାଲିଛି । ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଆରଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟ ପାଣିରେ ସର ପକାଇବା ସଦୃଶ୍ୟ ହୋଇଛି। ବର୍ଷବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପର କାମ ଚାଲିଥିବା ଉଲ୍ଲେଖ ରହୁଛି । ବିଭାଗ, ପ୍ରଶାସନିକ ଏବଂ ବିଧାନସଭା କମିଟିର ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଥିବା ଦେଖିବାକୁ ମିଳୁଛି । ଏହା ପରେ ବି ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି । କଡ଼ମା ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଦୀର୍ଘବର୍ଷ ହେବ ଏହି ଗ୍ରାମବାସୀ ଜଳ ସଙ୍କଟ ଭିତରେ ଘାଣ୍ଟି ହେଉଛନ୍ତି।  ଏ ସଂକ୍ରାନ୍ତରେ ସେମାନେ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ ଜିଲା ପ୍ରଶାସନକୁ ଏକାଧିକବାର ଜଣାଇଛନ୍ତି। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୦୯ରେ ଏଠାରେ ଏକ ପମ୍ପ ହାଉସ ନିର୍ମାଣ ହୋଇଥିଲା। କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ସେହି ପ୍ରକଳ୍ପ କିଛିବର୍ଷ ଚାଲିବା ପରେ ଅଚଳ ହୋଇପଡିଥିଲା । ଗାଁରେ ପାଣି ପାଇଁ ହାହାକାର ପଡିଲା। ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଗାଁର ମହିଳାମାନଙ୍କୁ ଚୁଆରୁ ପାଣି ସଂଗ୍ରହ ପାଇଁ ମାଇଲ ମାଇଲ ଯିବାକୁ ପଡିଲା। ଏ ସଂକ୍ରାନ୍ତରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ନୂତନ ପ୍ରକଳ୍ପ ନିମନ୍ତେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୨୦୧୪-୧୫ରେ ପୁଣି ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହାର ଗୋଟିଏ ବର୍ଷ ପରେ ୨୦୧୬-୧୭ରେ ୧୨ ମିଟର ଉଚ୍ଚତା ଓ ଦେଢ଼ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣିଟାଙ୍କି ୨୬ ଲକ୍ଷ ଟଙ୍କା ବ୍ୟୟରେ ମା’କାମୁଡେଇ ପଡ଼ିଆ ନିକଟରେ ନିର୍ମାଣ କରାଯାଇଥିଲା । ଇତିମଧ୍ୟରେ ପାଣି ଟାଙ୍କି କାମ ସମ୍ପୂର୍ଣ୍ଣ ହୋଇଛି। ହେଲେ ଗତ ୪ ବର୍ଷ ହେବ ପାଇପ ବିଛା କାମ ସରିପାରୁନାହିଁ । ଫଳରେ ଗ୍ରାମବାସୀ ଚୁଆରୁ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ-୧ ସୋମନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ବିଦ୍ୟୁତ୍‌ ବିଲ୍‌ ୧ ଲକ୍ଷ ୬୭ ହଜାର ଟଙ୍କା ବାକି ଅଛି। ସେଥିପାଇଁ ନୂତନ ପ୍ରକଳ୍ପ ପାଇଁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଏହାବାଦ୍‌ ପାଇପ ବିଛା କାମ ସରିନାହିଁ। ଅନ୍ୟପକ୍ଷେ ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?