କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର ଅପରାହ୍ନରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଦିନତମାମ ଆକାଶ ମେଘାଚ୍ଛନ୍ନ ରହିଥିଲା। ଜଙ୍ଗଲ ନିଆଁକୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ଦୁଇତିନି ଦିନ ଧରି ବର୍ଷାର ଆବଶ୍ୟକତା ରହିଛି। ତେବେ ବିଭାଗୀୟ କର୍ମଚାରୀ ଓ ଜିଲାବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନିଆଁକୁ ରୋକାଯାଇ ପାରିଛି।
ଶିମିଳିପାଳ ଅଭୟାରଣ୍ୟରେ ଥିବା ୨୧ଟି ରେଞ୍ଜ ମଧ୍ୟରୁ ବାର୍‌ହାକାମୁଡ଼ା, ଭଞ୍ଜବସା ଓ ପୋଡ଼ାଡ଼ିହା ରେଞ୍ଜ ଅଞ୍ଚଳର କେତେକ ସ୍ଥାନରେ ନିଆଁ ଜଳୁଛି। ଗୁରୁବାର ଅପରାହ୍ନରେ ଉକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିବା ବେଳେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ା ସେହିପରି ବାରିପଦା ବନଖଣ୍ଡ ଅଧୀନ ଉଦଳା ରେଞ୍ଜର ଅନନ୍ତପୁର, ପଣସଗଡ଼ି, ଡୁବିଗଡ଼ା ଓ ଖଣ୍ଡାଗିରି ଜଙ୍ଗଲରେ ନିଆଁ ଲିଭୁନି। ଖବରପାଇ ବନକର୍ମଚାରୀ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ା ମୟୂରଭଞ୍ଜ ବିଜେଡିର କର୍ମକର୍ତ୍ତା ଓ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଯଶିପୁର ଦେଇ ଶିମିଳିପାଳ ମଧ୍ୟରେ ଥିବା ବନବାସୀଙ୍କୁ ସଚେତନ କରିଛନ୍ତି ା ସେହିପରି ଶିମିଳିପାଳର ଉତ୍ତର ଓ ଦକ୍ଷିଣରେ ଥିବା ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ନିକଟରେ ନିଆଁ ସମ୍ପର୍କିତ କୌଣସି ସୂଚନା ନ ଥିବା ରାଇରଙ୍ଗପୁରର ସହକାରୀ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ପ୍ରକାଶ କରିଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟର କେତେ ଅଞ୍ଚଳ ନିଆଁରେ ଭସ୍ମୀଭୂତ ହୋଇଛି, କେତେ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି ଓ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲର କେତେ ଅଞ୍ଚଳକୁ ନିଆଁରୁ ରକ୍ଷା କରାଯାଇଛି ସେ ନେଇ ସବିଶେଷ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ପରିବେଶବିତ ତଥା ପୂର୍ବତନ ଅବୈତନିକ ବନ୍ୟ ସରଂକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି। ପୂର୍ବାପେକ୍ଷା ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ପରିସ୍ଥିତି ସୁଧାରିବାରେ ଲାଗିଛି। ଜିଲା ପ୍ରଶାସନ, ଜଙ୍ଗଲ କମିଟି, ବନ ସୁରକ୍ଷା ସମିତି, ଏସ୍‌ଏଚ୍‌ଜି ଗ୍ରୁପର ମହିଳା, ଇକୋ କ୍ଲବ ଆଦି ବିଭିନ୍ନ ସଙ୍ଗଠନ ପକ୍ଷରୁ ଜଙ୍ଗଲ ସନ୍ନିକଟ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସବୁଜ ସୁନ୍ଦର ଶିମିଳିପାଳର ପୂର୍ବ ଗୌରବକୁ ଫେରାଇ ଆଣିବା ଓ ଏହାର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଭଞ୍ଜ ସେନାର ଜିଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ...

ଧିରେ ଧିରେ ସଂକ୍ରମିତ ହେଉଛି ଶରୀରର ଅନ୍ୟଅଙ୍ଗ

କଟକ ଅଫିସ, ୧୧ା୧୨- ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ବ୍ୟସ୍ଥାବସ୍ଥା ଏବେ ସଙ୍କଟାପନ୍ନ ରହିଛି। କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ କଟକର ଏକ...

ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି...

ନଦୀଭିତ୍ତିକ ବନ୍ଦର ସ୍ବପ୍ନ

କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍‌-ପ୍ରାଇଭେଟ୍‌-ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ...

ବିଧାନସଭା ଅଧିବେଶନ: ସରକାରଙ୍କ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ୍‌-୧୯ର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ ଆସନ୍ତା ବିଧାନସଭା ଅଧିବେଶନ ଏବଂ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ...

ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ...

ସର୍ବଦଳୀୟ ବୈଠକ : ୨୭୯ ବୁଥ୍‌ରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକର କର୍ମକର୍ତ୍ତାଙ୍କୁ...

Advertisement
Archives

Model This Week