ଅଲିଭ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଆରମ୍ଭ: ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ଅଗରନାସୀ, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ କଇଁଛମାନେ ଅଣ୍ଡାଦାନ ପରେ ସମୁଦ୍ରକୁ ଫେରି ଯାଇଥାନ୍ତି। ଗୋଟିଏ ଅଲିଭ ରିଡ୍‌ଲେ ୮୦ରୁ ୧୨୦ ପର୍ଯ୍ୟନ୍ତ ବାଲିରେ ଅଣ୍ଡାଦାନ କରିଥାନ୍ତି। ତେବେ ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ପୂର୍ଣ୍ଣ ଜୀବନ ବଞ୍ଚତ୍ଥାନ୍ତି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି। ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଓ ବନ୍ୟ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏହି ବିରଳ କଇଁଛ ହ୍ରାସ ପାଉଥିବା ସେ ଦର୍ଶାଇଛନ୍ତି।
ସୂଚନା ମୁତାବକ, ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍‌ଲେ ଓ ଅଲିଭ ରିଡ୍‌ଲେ ଆଦି ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍‌ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। କେତେକ କ୍ଷେତ୍ରରେ ସମୁଦ୍ରରେ ଏମାନଙ୍କ ଆସିବା ସମୟରେ ମୃତ୍ୟୁ ହେଉଥିବା ବେଳେ ଅଣ୍ଡାରୁ ଶାବକ ହେବା ପୂର୍ବରୁ ବିପର୍ଯ୍ୟୟର ଶିକାର ହେବାକୁ ପଡ଼େ। ଅଣ୍ଡା ଓ ଶାବକକୁ କୁକୁର, କଙ୍କଡା, ପକ୍ଷୀ, ସରୀସୃପ ଓ ବନ୍ୟଜନ୍ତୁଙ୍କ ବିପଦ ଅଛି। ଶାବକମାନେ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ରାତିର ସାମାନ୍ୟ ଆଲୁଅରେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର କେତେକ ଅଞ୍ଚଳରେ ଗାଡ଼ିର ଉଜ୍ଜ୍ୱଳ ଆଲୋକ ପରି ଅନ୍ୟ ଆଲୋକ ଉତ୍ସକୁ ଅନୁସରଣ କରି ସମୁଦ୍ରର ବିପରୀତ ମୁଖା ହେବା ନଜିର ଅଛି। ସେହିପରି ସମୁଦ୍ର କୂଳରେ ପଡିଥିବା ଆବର୍ଜନା ଶାବକକୁ ଫେରିବାରେ ବାଧା ଦେଇଥାଏ। ନିଷିଦ୍ଧାଞ୍ଚଳରେ ପଶି କଇଁଛ ଅଣ୍ଡା ଓ ଶାବକକୁ କେତେଜଣ ବ୍ୟକ୍ତି ଚୋରାଇ ନେଇ ବ୍ୟବସାୟ କରିଥାନ୍ତି। ସମୁଦ୍ରରେ ପହଞ୍ଚତ୍ବା ପରେ ମଧ୍ୟ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି। ମତ୍ସ୍ୟ ବ୍ୟବସାୟୀଙ୍କ ଗିଲନେଟର, ଟ୍ରଲର ମାଡ, ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ଅନ୍ୟ ବର୍ଜବସ୍ତୁର ଆହାର, ଭାସମାନ ତୈଳ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରେ। ସମୁଦ୍ର କୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, ଜାଲରେ ଟିଇଡି (ଟର୍ଟଲ ଏକ୍ସକ୍ଲ୍ୟଡର ଡିଭାଇସ) ଲଗାଇବା, ଅଣ୍ଡାଦାନ ସମୟରେ କୃତ୍ରିମ ଆଲୋକ ବ୍ୟବହାର ନ କଲେ ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ରେଞ୍ଜ ଅଧିକାରୀ ଭୋଇ ସୂଚନା ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ସ୍ଥାନୀୟ ବନବିଭାଗର କର୍ମଚାରୀ ଅଭାବ ସହ ବେଆଇନ ମାଛ ଧରା କଇଁଛ ସୁରକ୍ଷା ପାଇଁ ବାଧକ ସାଜିଛି। ଏଥିସହ ତଟବର୍ତ୍ତୀ ଅଞ୍ଚଳରେ ବଢୁଥିବା ଚିଙ୍ଗୁଡି ଘେରିରୁ ବାହାରୁ ଥିବା ବିଷାକ୍ତ ରାସାୟନିକ ଦ୍ରବ୍ୟ କଇଁଛଙ୍କ ମୃତ୍ୟୁର କାରଣ ହୋଇଛି। ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏହି ବିରଳ କଇଁଛଙ୍କ ସମୂହ ନଷ୍ଟର କାରଣ ହେବ। ଜୀବଜନ୍ତୁଙ୍କୁ ଭଲ ପାଇବା ସହ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri