ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟକି ରହିଛି। ଦୀର୍ଘ ୫ବର୍ଷ ତଳେ ଢେଙ୍କାନାଳ ସହ ଆନ୍ତଃ ଜିଲା ଗମନାଗମନକୁ ଅଧିକ ସୁଗମ କରିବାକୁ ଏକ ମଡେଲ ବସ୍‌ଷ୍ଟାଣ୍ଡର ପରିକଳ୍ପନା କରାଯାଇଥିଲା। ହେଲେ ଅଦ୍ୟାବଧି ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହା ଅଟକି ରହିଛି। ପୁରୁଣା ବସ୍‌ଷ୍ଟାଣ୍ଡ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁ ନ ଥିବାବେଳେ ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନି ମଡେଲ ବସ୍‌ଷ୍ଟାଣ୍ଡ ଭାଗ୍ୟ, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ପ୍ରଶାସନିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଶିଳ୍ପଜିଲା ଢେଙ୍କାନାଳର ଗୁରୁତ୍ୱ ଅନେକ। ଏଠାରେ ଗଢ଼ିଉଠିଛି ଅନେକ କମ୍ପାନୀ। ପ୍ରତିଷ୍ଠା ହୋଇଛି ଆଇଆଇଏମ୍‌ସି ଭଳି ଜାତୀୟ ଶିକ୍ଷାନୁଷ୍ଠାନ। କପିଳାସ, ସପ୍ତଶଯ୍ୟା ଭଳି ପର୍ଯ୍ୟଟସ୍ଥଳୀ ରାଜ୍ୟ ପର୍ଯ୍ୟଟନକୁ ବଳ ଦେଉଛି। ଜିଲା ସଦର ମହକୁମା ହୋଇଥିବାରୁ ସମସ୍ତ ପ୍ରଶାସନିକ ମୁଖ୍ୟାଳୟ ଏଠାରେ ଅବସ୍ଥିତ। ଏହାକୁ ବାଦ୍‌ଦେଲେ ସୀମାନ୍ତ ଜିଲା ଯାଜପୁର, କେନ୍ଦୁଝର, ଅନୁଗୋଳ, କଟକ ସହିତ ବ୍ୟବସାୟିକ ସମ୍ପର୍କ ରହିଛି। ଏହି କାରଣରୁ ଦୈନିକ ବହୁ ଯାତ୍ରୀ ବିଭିନ୍ନ କାମରେ ଢେଙ୍କାନାଳ ଆସିଥାନ୍ତି। ସହରରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ରହଣି, ସଂଖ୍ୟାଧିକ ଯାତ୍ରୀଙ୍କ ଲାଗି ଆନୁଷଙ୍ଗିକ ଭିତ୍ତିଭୂମି ନାହିଁ। ଫଳରେ ଏକ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ।
ଏଥିପୂର୍ବରୁ ମହିଷାପାଟ ପଡ଼ିଆରେ ୫ ଏକର ଜାଗାରେ ଡ୍ରିଟ୍‌ ପକ୍ଷରୁ ଅତ୍ୟାଧୁନିକ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରସ୍ତାବ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ଭାଗ୍ୟ ଫାଇଲ ଭିତରେ ବନ୍ଦ ହୋଇ ରହିଗଲା। ଏହି ପଡ଼ିଆକୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୂଜା ସମୟରେ ପଲ୍ଲିଶ୍ରୀ ମେଳା ପାଇଁ ବ୍ୟବହାର କରାଯାଉଛି। ଏହାପରେ ପୁଣି ମଡେଲ ବସ୍‌ଷ୍ଟାଣ୍ଡ ପାଇଁ ଆରମ୍ଭ ହୋଇଥିଲା ଜାଗାଖୋଜା ପ୍ରକ୍ରିୟା। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)ର ପୁରାତନ ବସ୍‌ ଗ୍ୟାରେଜ ଏବଂ କଲୋନୀ ଥିବା ୫ ଏକର ଜାଗାକୁ ନୂତନ ବସ୍‌ଷ୍ଟାଣ୍ଡ ପାଇଁ ବଛାଯାଇଥିଲା। କିନ୍ତୁ ରିଲାଏନ୍ସ କମ୍ପାନୀ ଉକ୍ତ ଜମିକୁ ଲିଜ୍‌ରେ ନେଇଥିବାରୁ ଏହାକୁ ନେଇ ଏବେ ଖୋଳତାଡ଼ ଚାଲିଛି। ତହସିଲ ପକ୍ଷରୁ ଜାଗାର ବର୍ତ୍ତମାନସ୍ଥିତି ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲାପାଳ ଏ ସମ୍ପର୍କରେ ଓଏସ୍‌ଆରଟିସିକୁ ଜଣାଇଛନ୍ତି। ଲିଜ୍‌ର ବର୍ତ୍ତମାନ ସ୍ଥିତି ଜଣାଇବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଅପରପକ୍ଷେ ପରିଚାଳନା ଅଭାବରୁ କାର୍ଯ୍ୟକ୍ଷମ ଥିବା ବସ୍‌ଷ୍ଟାଣ୍ଡ ଅବହେଳିତ ହୋଇପଡ଼ିଛି। ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ପରିଦର୍ଶନ କରି ଯାଇଛନ୍ତି। ତଥାପି ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଉନାହିଁ। ଏହା ଅନ୍ୟ ଏକ ସମସ୍ୟା ହୋଇଛି।

ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ପାଇଁ ଆର୍‌ଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଏସ୍‌ଆରଟିସିର ଜାଗାର ଲିଜ୍‌ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୁହନ୍ତି, ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରାଜ୍ୟ ପରିବହନ ବିଭାଗ ସଚିବ, ଅଧିକାରୀ ଏବଂ ଜିଲାପାଳଙ୍କ ସହ ଖୁବଶୀଘ୍ର ମିଳିତ ଆଲୋଚନା କରାଯିବ। ୫୫ନଂ. ଜାତୀୟ ରାଜପଥ ନିକଟରେ ଥିବାରୁ ଓଏସ୍‌ଆରଟିସିର ଜାଗାକୁ ପ୍ରାଥମିକତା ଦିଆଯିବ। ସେଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ସୁବିଧା ହେବ। ଲିଜ୍‌ର ସ୍ଥିତି ସମ୍ପର୍କରେ ଜାଣିବା ପରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?