ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟକି ରହିଛି। ଦୀର୍ଘ ୫ବର୍ଷ ତଳେ ଢେଙ୍କାନାଳ ସହ ଆନ୍ତଃ ଜିଲା ଗମନାଗମନକୁ ଅଧିକ ସୁଗମ କରିବାକୁ ଏକ ମଡେଲ ବସ୍‌ଷ୍ଟାଣ୍ଡର ପରିକଳ୍ପନା କରାଯାଇଥିଲା। ହେଲେ ଅଦ୍ୟାବଧି ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଏହା ଅଟକି ରହିଛି। ପୁରୁଣା ବସ୍‌ଷ୍ଟାଣ୍ଡ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁ ନ ଥିବାବେଳେ ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନି ମଡେଲ ବସ୍‌ଷ୍ଟାଣ୍ଡ ଭାଗ୍ୟ, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ପ୍ରଶାସନିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଶିଳ୍ପଜିଲା ଢେଙ୍କାନାଳର ଗୁରୁତ୍ୱ ଅନେକ। ଏଠାରେ ଗଢ଼ିଉଠିଛି ଅନେକ କମ୍ପାନୀ। ପ୍ରତିଷ୍ଠା ହୋଇଛି ଆଇଆଇଏମ୍‌ସି ଭଳି ଜାତୀୟ ଶିକ୍ଷାନୁଷ୍ଠାନ। କପିଳାସ, ସପ୍ତଶଯ୍ୟା ଭଳି ପର୍ଯ୍ୟଟସ୍ଥଳୀ ରାଜ୍ୟ ପର୍ଯ୍ୟଟନକୁ ବଳ ଦେଉଛି। ଜିଲା ସଦର ମହକୁମା ହୋଇଥିବାରୁ ସମସ୍ତ ପ୍ରଶାସନିକ ମୁଖ୍ୟାଳୟ ଏଠାରେ ଅବସ୍ଥିତ। ଏହାକୁ ବାଦ୍‌ଦେଲେ ସୀମାନ୍ତ ଜିଲା ଯାଜପୁର, କେନ୍ଦୁଝର, ଅନୁଗୋଳ, କଟକ ସହିତ ବ୍ୟବସାୟିକ ସମ୍ପର୍କ ରହିଛି। ଏହି କାରଣରୁ ଦୈନିକ ବହୁ ଯାତ୍ରୀ ବିଭିନ୍ନ କାମରେ ଢେଙ୍କାନାଳ ଆସିଥାନ୍ତି। ସହରରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ରହଣି, ସଂଖ୍ୟାଧିକ ଯାତ୍ରୀଙ୍କ ଲାଗି ଆନୁଷଙ୍ଗିକ ଭିତ୍ତିଭୂମି ନାହିଁ। ଫଳରେ ଏକ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ।
ଏଥିପୂର୍ବରୁ ମହିଷାପାଟ ପଡ଼ିଆରେ ୫ ଏକର ଜାଗାରେ ଡ୍ରିଟ୍‌ ପକ୍ଷରୁ ଅତ୍ୟାଧୁନିକ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରସ୍ତାବ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ଭାଗ୍ୟ ଫାଇଲ ଭିତରେ ବନ୍ଦ ହୋଇ ରହିଗଲା। ଏହି ପଡ଼ିଆକୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୂଜା ସମୟରେ ପଲ୍ଲିଶ୍ରୀ ମେଳା ପାଇଁ ବ୍ୟବହାର କରାଯାଉଛି। ଏହାପରେ ପୁଣି ମଡେଲ ବସ୍‌ଷ୍ଟାଣ୍ଡ ପାଇଁ ଆରମ୍ଭ ହୋଇଥିଲା ଜାଗାଖୋଜା ପ୍ରକ୍ରିୟା। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)ର ପୁରାତନ ବସ୍‌ ଗ୍ୟାରେଜ ଏବଂ କଲୋନୀ ଥିବା ୫ ଏକର ଜାଗାକୁ ନୂତନ ବସ୍‌ଷ୍ଟାଣ୍ଡ ପାଇଁ ବଛାଯାଇଥିଲା। କିନ୍ତୁ ରିଲାଏନ୍ସ କମ୍ପାନୀ ଉକ୍ତ ଜମିକୁ ଲିଜ୍‌ରେ ନେଇଥିବାରୁ ଏହାକୁ ନେଇ ଏବେ ଖୋଳତାଡ଼ ଚାଲିଛି। ତହସିଲ ପକ୍ଷରୁ ଜାଗାର ବର୍ତ୍ତମାନସ୍ଥିତି ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲାପାଳ ଏ ସମ୍ପର୍କରେ ଓଏସ୍‌ଆରଟିସିକୁ ଜଣାଇଛନ୍ତି। ଲିଜ୍‌ର ବର୍ତ୍ତମାନ ସ୍ଥିତି ଜଣାଇବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଅପରପକ୍ଷେ ପରିଚାଳନା ଅଭାବରୁ କାର୍ଯ୍ୟକ୍ଷମ ଥିବା ବସ୍‌ଷ୍ଟାଣ୍ଡ ଅବହେଳିତ ହୋଇପଡ଼ିଛି। ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ପରିଦର୍ଶନ କରି ଯାଇଛନ୍ତି। ତଥାପି ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଉନାହିଁ। ଏହା ଅନ୍ୟ ଏକ ସମସ୍ୟା ହୋଇଛି।

ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ପାଇଁ ଆର୍‌ଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଏସ୍‌ଆରଟିସିର ଜାଗାର ଲିଜ୍‌ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୁହନ୍ତି, ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରାଜ୍ୟ ପରିବହନ ବିଭାଗ ସଚିବ, ଅଧିକାରୀ ଏବଂ ଜିଲାପାଳଙ୍କ ସହ ଖୁବଶୀଘ୍ର ମିଳିତ ଆଲୋଚନା କରାଯିବ। ୫୫ନଂ. ଜାତୀୟ ରାଜପଥ ନିକଟରେ ଥିବାରୁ ଓଏସ୍‌ଆରଟିସିର ଜାଗାକୁ ପ୍ରାଥମିକତା ଦିଆଯିବ। ସେଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ସୁବିଧା ହେବ। ଲିଜ୍‌ର ସ୍ଥିତି ସମ୍ପର୍କରେ ଜାଣିବା ପରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri