୮ ବର୍ଷ ହେବ ବନ୍ଦୀ ଜୀବନ

ନିଶ୍ଚିନ୍ତକୋଇଲି,୧୨।୩: ସରକାର ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନାର ଲାଭ ହିତାଧିକାରୀଙ୍କୁ ମିଳିପାରୁନାହିଁ। ବହୁ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ କଷ୍ଟ ପାଉଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଞ୍ଚାୟତ ପାଟପୁର ଗ୍ରାମର ମାନସିକ ବିକାରଗ୍ରସ୍ତ ମହିଳା ରଜନୀ ରଣାଙ୍କୁ ପରିବାର ଲୋକେ ଚିକିତ୍ସା କରି ନ ପାରି ଘରେ ବାନ୍ଧିବାକୁ ବାଧ୍ୟ ହେଉଛନ୍ତି। ଫଳରେ ୮ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ବନ୍ଦୀ ଜୀବନ କଟାଉଛନ୍ତି। ମାତ୍ର ସରକାରୀ ସହାୟତା ତାଙ୍କ ପାଇଁ ସାତସପନ ପାଲଟିଛି। ସ୍ବାମୀ ଶିବ ରଣା ଓ ୨ ଝିଅଙ୍କୁ ନେଇ ତାଙ୍କ ପରିବାର। ଉଭୟ ଝିଅଙ୍କ ବିବାହ ହୋଇଯାଇଛି। ପୂର୍ବରୁ ରଜନୀଙ୍କ ମାନସିକ ରୋଗ ଥିଲା। ମାତ୍ର ଝିଅଙ୍କ ବିବାହ ପରେ ଏହା ବଢ଼ିଯାଇଥିଲା। ଶିବ ତାଙ୍କୁ ନେଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଆର୍ଥତ୍କ ସଙ୍କଟ ହେବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଅପରପକ୍ଷେ ରାଶନ କାର୍ଡରେ ମିଳୁଥିବା ୧୦ କିଲୋ ଚାଉଳରେ ସ୍ବାମୀ ଓ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡ଼ୁଛି। ଶିବ ମଜୁରି ଲାଗି ଏବେ ପରିବାର ପୋଷଣ କରୁଛନ୍ତି। ରଜନୀ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ବହୁ ସମୟରେ ହିଂସ୍ର ହୋଇଯିବା ସହ ଘରେ ନ ରହି ଏଣେତେଣେ ଚାଲିଯାଉଛନ୍ତି। ବାଧ୍ୟ ହୋଇ ତାଙ୍କୁ ବାନ୍ଧି ଦେଇ ଶିବ କାମକୁ ଯାଉଛନ୍ତି। ଫେରିବା ପରେ ବି ସୁରକ୍ଷା ଦୃଷ୍ଟିରୁ ରଜନୀଙ୍କ ବେଡି ଫିିଟି ନ ଥାଏ। ଏଭଳି ଦୁଃଖରେ ଦିନ କଟୁଥିବାବେଳେ ତାଙ୍କୁ ଭତ୍ତା ଅବା ସରକାରୀ ସହାୟତା ମିଳିପାରିନାହିଁ। ପୂର୍ବରୁ ଆବାସ ଯୋଜନାରେ ତାଙ୍କ ପରିବାରକୁ ସାମିଲ କରାଯାଇଥିଲା। ମାତ୍ର ପ୍ରଥମ କିସ୍ତିର ୫ ହଜାର ଟଙ୍କା ସ୍ତ୍ରୀ ଚିକିତ୍ସାରେ ଶିବ ଖର୍ଚ୍ଚ କରିଦେଇଥିଲେ। ଫଳରେ ଆଉ ଉକ୍ତ ଯୋଜନାରେ ଅର୍ଥ ମିଳି ନ ଥିଲା। ରଜନୀଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ବି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଶିବ କୁହନ୍ତି। ଏ ସମ୍ପର୍କରେ ସରପଞ୍ଚ ନୃସିଂହ ବିଶ୍ୱାଳ କୁହନ୍ତି ରଜନୀଙ୍କୁ ଭତ୍ତା ଦେବାପାଇଁ ଆବେଦନ କରାଯାଇଛି। ପୂର୍ବରୁ ଯୋଜନାର ପ୍ରଥମ କିସ୍ତି ଟଙ୍କା ପରିବାର ଲୋକେ ଖର୍ଚ୍ଚ କରି ଦେଇଥିବାରୁ ଏବେ ନୂଆ ସ୍କିମରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ବିଡିଓ କର୍ଣ୍ଣଦେବ ସମାଦ୍ଧାର କୁହନ୍ତି ପୂର୍ବରୁ ଏନେଇ ଏକ ଅଭିଯୋଗ ଆସିଥିଲା ଏହାପରେ ରଜନୀଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଖୁବଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ।

ଅଶୋକ କୁମାର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri