୮ ବର୍ଷ ହେବ ବନ୍ଦୀ ଜୀବନ

ନିଶ୍ଚିନ୍ତକୋଇଲି,୧୨।୩: ସରକାର ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନାର ଲାଭ ହିତାଧିକାରୀଙ୍କୁ ମିଳିପାରୁନାହିଁ। ବହୁ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ କଷ୍ଟ ପାଉଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଞ୍ଚାୟତ ପାଟପୁର ଗ୍ରାମର ମାନସିକ ବିକାରଗ୍ରସ୍ତ ମହିଳା ରଜନୀ ରଣାଙ୍କୁ ପରିବାର ଲୋକେ ଚିକିତ୍ସା କରି ନ ପାରି ଘରେ ବାନ୍ଧିବାକୁ ବାଧ୍ୟ ହେଉଛନ୍ତି। ଫଳରେ ୮ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ବନ୍ଦୀ ଜୀବନ କଟାଉଛନ୍ତି। ମାତ୍ର ସରକାରୀ ସହାୟତା ତାଙ୍କ ପାଇଁ ସାତସପନ ପାଲଟିଛି। ସ୍ବାମୀ ଶିବ ରଣା ଓ ୨ ଝିଅଙ୍କୁ ନେଇ ତାଙ୍କ ପରିବାର। ଉଭୟ ଝିଅଙ୍କ ବିବାହ ହୋଇଯାଇଛି। ପୂର୍ବରୁ ରଜନୀଙ୍କ ମାନସିକ ରୋଗ ଥିଲା। ମାତ୍ର ଝିଅଙ୍କ ବିବାହ ପରେ ଏହା ବଢ଼ିଯାଇଥିଲା। ଶିବ ତାଙ୍କୁ ନେଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଆର୍ଥତ୍କ ସଙ୍କଟ ହେବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଅପରପକ୍ଷେ ରାଶନ କାର୍ଡରେ ମିଳୁଥିବା ୧୦ କିଲୋ ଚାଉଳରେ ସ୍ବାମୀ ଓ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡ଼ୁଛି। ଶିବ ମଜୁରି ଲାଗି ଏବେ ପରିବାର ପୋଷଣ କରୁଛନ୍ତି। ରଜନୀ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ବହୁ ସମୟରେ ହିଂସ୍ର ହୋଇଯିବା ସହ ଘରେ ନ ରହି ଏଣେତେଣେ ଚାଲିଯାଉଛନ୍ତି। ବାଧ୍ୟ ହୋଇ ତାଙ୍କୁ ବାନ୍ଧି ଦେଇ ଶିବ କାମକୁ ଯାଉଛନ୍ତି। ଫେରିବା ପରେ ବି ସୁରକ୍ଷା ଦୃଷ୍ଟିରୁ ରଜନୀଙ୍କ ବେଡି ଫିିଟି ନ ଥାଏ। ଏଭଳି ଦୁଃଖରେ ଦିନ କଟୁଥିବାବେଳେ ତାଙ୍କୁ ଭତ୍ତା ଅବା ସରକାରୀ ସହାୟତା ମିଳିପାରିନାହିଁ। ପୂର୍ବରୁ ଆବାସ ଯୋଜନାରେ ତାଙ୍କ ପରିବାରକୁ ସାମିଲ କରାଯାଇଥିଲା। ମାତ୍ର ପ୍ରଥମ କିସ୍ତିର ୫ ହଜାର ଟଙ୍କା ସ୍ତ୍ରୀ ଚିକିତ୍ସାରେ ଶିବ ଖର୍ଚ୍ଚ କରିଦେଇଥିଲେ। ଫଳରେ ଆଉ ଉକ୍ତ ଯୋଜନାରେ ଅର୍ଥ ମିଳି ନ ଥିଲା। ରଜନୀଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ବି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଶିବ କୁହନ୍ତି। ଏ ସମ୍ପର୍କରେ ସରପଞ୍ଚ ନୃସିଂହ ବିଶ୍ୱାଳ କୁହନ୍ତି ରଜନୀଙ୍କୁ ଭତ୍ତା ଦେବାପାଇଁ ଆବେଦନ କରାଯାଇଛି। ପୂର୍ବରୁ ଯୋଜନାର ପ୍ରଥମ କିସ୍ତି ଟଙ୍କା ପରିବାର ଲୋକେ ଖର୍ଚ୍ଚ କରି ଦେଇଥିବାରୁ ଏବେ ନୂଆ ସ୍କିମରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ବିଡିଓ କର୍ଣ୍ଣଦେବ ସମାଦ୍ଧାର କୁହନ୍ତି ପୂର୍ବରୁ ଏନେଇ ଏକ ଅଭିଯୋଗ ଆସିଥିଲା ଏହାପରେ ରଜନୀଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଖୁବଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ।

ଅଶୋକ କୁମାର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri