ଗ୍ରାମାଞ୍ଚଳରେ ନକଲି ଡାକ୍ତର

ମହାକାଳପଡା,୧୨।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି। ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି। ଏମାନେ ଡାକ୍ତରୀ ପାଠ ପଢି ନ ଥିବା ବେଳେ ନିଜକୁ ଆତ୍ମଘୋଷିତ ଡାକ୍ତର କହି ଗାଁ ଲୋକଙ୍କୁ ଭୁଆଁ ବୁଲାଇ ବେସ୍‌ ଫାଇଦା ଉଠାଉଛନ୍ତି। ରାଜ୍ୟ ବାହାର କୋଲକାତାର କେତେଜଣ ନକଲି ଡାକ୍ତର କ୍ଲିନିକ୍‌ ଖୋଲିଛନ୍ତି ତ ଆଉ କେଉଁଠି ହାଟ ବଜାରରେ ପସରା ମେଲାଇ ଓ ଗାଁ ଗାଁ ବୁଲି ଉପାନ୍ତ ଅଞ୍ଚଳରେ ସାଇକେଲ ଯୋଗେ ମାଇକରେ ପ୍ରଚାର କରି ରୋଗୀଙ୍କୁ ଲୁଟୁଛନ୍ତି। ବିଭିନ୍ନ ରୋଗର ମେଡିସିନ କହି ଚଢ଼ା ଦରରେ ବିକୁଥିବା ଦେଖିବାକୁ ମିଳିଛି। ଏହି ନକଲି ଡାକ୍ତରମାନେ ଉପାନ୍ତ ଗାଁଗୁଡିକରେ ଘରଭଡ଼ା ନେଇ ଆସ୍ଥା ଜମାଇଛନ୍ତି। ଅପରପକ୍ଷେ କିଛିମାସ ତଳେ ଜମ୍ବୁ ଭାଟେଣି ଅଞ୍ଚଳର ଜଣେ ନକଲି ଡାକ୍ତରଙ୍କ ଟିକାରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଉପକୂଳ ଅଞ୍ଚଳରେ ଏହି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ବିଶେଷକରି ଜିଲାର ଉପକୂଳ ବତୀଘର, ଜମ୍ବୁ, ସୁନିତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣୀ, ପେଟଛେଲା, ଖରିନାଶୀ, ରାମନଗର ଆଦି ଅଞ୍ଚଳରେ ଦିନକୁଦିନ ନକଲି ଡାକ୍ତର ଆଡ୍ଡା ଜମାଇଛନ୍ତି। ଏମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ ତଥା ବେଆଇନ ଗର୍ଭପାତ କରିବା ସହ ଗର୍ଭପାତ ପାଇଁ ଟାବ୍‌ଲେଟ ଓ ତରଳ ଔଷଧ ରୋଗୀଙ୍କୁ ଦେଉଛନ୍ତି। ନକଲି ଡାକ୍ତରଙ୍କୁ କେଉଁଠାରୁ ଆସିଛନ୍ତି ପଚାରିବାରେ ବାଂଲାଦେଶ, ପଶ୍ଚିମବଙ୍ଗ ଆଦି ସ୍ଥାନରୁ ଆସିଥିବା କହିଛନ୍ତି। ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଔଷଧ ସମେତ କେତେଜଣ ଗୁଣୀ ଗାରେଡ଼ି ଓ ଝଡ଼ା ଫୁଙ୍କାରେ ଶିଶୁ ଓ ମହିଳାଙ୍କ ଚିକିତ୍ସା କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗ ଉପାନ୍ତ ଅଞ୍ଚଳରେ ଏହି ନକଲି ଡାକ୍ତର, କ୍ୱାକ୍‌ଙ୍କ ଉପରେ ନଜର ରଖିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏମାନଙ୍କ ଉପରେ ନଜର ରଖାଯିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri