କଷ୍ଟ ଦେଲାଣି ଜଳ ସଙ୍କଟ

ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇଲେଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି ନିମନ୍ତେ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବାରୁ ସମସ୍ୟା ଧୀରେ ଧୀରେ ବଢ଼ିଚାଲିଛି। ଛେଣ୍ଡିପଦା ବ୍ଲକର ଅନେକ ପଞ୍ଚାୟତରେ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଛି। କେଉଁଠି ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ନଳକୂଅରୁ ପାଣି ବାହାରୁ ନାହିଁ। ହେଲେ ଏସବୁ ତଦାରଖ କରିବା ପରିବର୍ତ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗକୁ ଅପେକ୍ଷା କରି ବସିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ଛେଣ୍ଡିପଦା ବ୍ଲକର ମୋଟ ୩୪ ପଞ୍ଚାୟତ ମଧ୍ୟରୁ ୨୦ଟିରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। କଣଲୋଇ, ନୂଆଗାଁ, ବରସାହି, ପାତ୍ରପଡା, ପାଟକମୁଣ୍ଡା, ଛେଣ୍ଡିପଦା, ଜରପଡା, ରାଇଝରଣ, ବସ୍ତପୁର, ଶିମିଳିପାଳ, ତେଣ୍ଟୁଲୋଇ, ଟାଙ୍ଗିରି, କଙ୍କରେଇ, ନିଶା, ବାଲିପଟା, ବସନ୍ତପୁର ଆଦି ପଞ୍ଚାୟତରେ ବସୁଧା ଯୋଜନାରେ ମୋଟ ୫୭ଟି ଜଳ ଯୋଗାଣ ପ୍ରକଳ୍ପ ରହିଛି। ସେହିପରି ବ୍ଲକ ଅଞ୍ଚଳରେ ୧୮୯୬ଟି ନଳକୂପ, ୧୨ଟି ସାନିଟାରି କୂପ ରହିଛି। କିନ୍ତୁ ସେଥିରୁ ବହୁ ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ ରହିଛି। କେଉଁ ପଞ୍ଚାୟତରେ ପାଇପ୍‌ ଫାଟିଯାଇଛି ତ ଆଉ କେଉଁଠି ପାଣି ଅଭାବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ଠିକ୍‌ ଭାବେ ତଦାରଖ କରାଯାଉ ନାହିଁ। ସେହିପରି ଖନନ କରାଯାଇଥିବା ୧୮୯୬ଟି ନଳକୂପ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ୱ ଅଚଳ ରହିଛି। ଜଳସ୍ତର ହ୍ରାସ କାରଣରୁ ଅନେକ ନଳକୂଅ, କୂଅ ଶୁଖିଲା ଅବସ୍ଥାରେ ପଡ଼ିଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ତଥା ୬୩ନଂ ରାଜପଥ ପାର୍ଶ୍ୱରେ ଥିବା ନଳକୂପ, ମାମୁରିଆ ଗାଁର ଜାତୀୟ ରାଜପଥ କଡରେ ଥିବା ଦୁଇଟି ନଳକୂପ, କଙ୍କରେଇ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ନଳକୂପଗୁଡିକ ଅଚଳ ଅବସ୍ଥାରେ ଅଛି। କେତେକରୁ ଗୋଳିଆ ପାଣି, କଳଙ୍କି ମିଶା ପାଣି ବାହାରୁଥିବାରୁ ତାହାକୁ ବ୍ୟବହାର କରାଯାଉ ନାହିଁ। ସମସ୍ୟା ସମ୍ପର୍କରେ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ମୁର୍ମୁ କହିଛନ୍ତି, ଛେଣ୍ଡିପଦା ବ୍ଲକରେ ଥିବା ନଳକୂଅ, ସାନିଟାରି କୂଅ ଓ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବର୍ତ୍ତମାନ କେତୋଟି ଅଚଳ ଅବସ୍ଥାରେ ଅଛି ସେ ନେଇ ତଥ୍ୟ ନାହିଁ। ଅଭିଯୋଗ ଆସିଲେ ତାହାର ସମାଧାନ କରାଯିବ। ବିଡିଓ ବିଶ୍ୱନାଥ ସାହୁ କହିଛନ୍ତି, ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ବିଭଗୀୟ ଯନ୍ତ୍ରୀଙ୍କୁ ରିପୋର୍ଟ ମଗାଯାଇଛି। ଲୋକଙ୍କୁ ନିଶ୍ଚିତ ଭାବେ ପିଇବା ପାଣି ଯୋଗାଇ ଦିଆଯିବ। ଯେଉଁ ପଞ୍ଚାୟତରେ ସମସ୍ୟା ରହିଛି, ସେଠାରୁ ଅଭିଯୋଗ ଆସିଲେ ପ୍ରକଳ୍ପ ମରାମତି କରାଯିବ।

ଅଭିଯୋଗ କେହି ଶୁଣୁନାହାନ୍ତି
ଟାଙ୍ଗିରି ପଞ୍ଚାୟତ ପୁରୁଣାଗଡ ଗ୍ରାମ ବୁଢ଼ାଢ଼ିପ ସାହିରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମର ପ୍ରାୟ ୩୫୦ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ୨୧ ବର୍ଷ ତଳେ ଖନନ କରାଯାଇଥିଲା। ଫଳରେ ସେଥିରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଅନେକ ସମୟରେ ଗୋଳିଆ ଓ କଳଙ୍କି ମିଶା ପାଣି ବାହାରୁଛି। ଅନ୍ୟ ଏକ ନଳକୂପ ଖନନ କରାଯାଇଥିଲେ ମଧ୍ୟ ତାହା ମଧ୍ୟକୁ ଅପରିଷ୍କାର ପାଣି ପଶୁଥିବା ଦେଖାଯାଉଛି। ଏ ନେଇ ଅଭିଯୋଗ କଲେ କେହି ଶୁଣୁନାହାନ୍ତି।
-ରୋହିତ କୁମାର ସାହୁ, ପୁରୁଣାଗଡ଼

ଦୀର୍ଘଦିନ ହେଲା ଅଚଳ ପଡ଼ିଛି
କଣଲୋଇ ପଞ୍ଚାୟତ କଣଲୋଇ ଗ୍ରାମରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେବ ଅଚଳ ହୋଇପଡିଛି। ଏହା କୌଣସି ଲୋକଙ୍କ କାମରେ ଆସୁନି। ଗ୍ରାମରେ ନିର୍ମାଣ ହୋଇଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକ ମଧ୍ୟ ଭାଙ୍ଗିଗଲାଣି। ଏ ନେଇ ବାରମ୍ବର ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଦୁଃଶାସନ ମାଝି, କଣଲୋଇ

ପିଇବା ପାଣି ଯୋଗାଇ ଦିଆଯାଉ
ଛେଣ୍ଡିପଦା ପଞ୍ଚାୟତ ମାମୁରିଆ ଗଁ।ରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ଥିବାବେଳେ ୨ଟି ନଳକୂପରୁ ପାଣି ବାହାରୁ ନାହିଁ। ଅନ୍ୟ ଏକ ନଳକୂପରୁ ନାଲି ପାଣି ବାହାରୁଛି। ଫଳରେ ପିଇବା ପାଣି ପାଇବାକୁ ଘରୋଇ ନଳକୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି କରାଯାଉ।
-ସୁଲୋଚନା ଖିଲାର, ମାମୁରିଆ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri