କଷ୍ଟ ଦେଲାଣି ଜଳ ସଙ୍କଟ

ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇଲେଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି ନିମନ୍ତେ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବାରୁ ସମସ୍ୟା ଧୀରେ ଧୀରେ ବଢ଼ିଚାଲିଛି। ଛେଣ୍ଡିପଦା ବ୍ଲକର ଅନେକ ପଞ୍ଚାୟତରେ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଛି। କେଉଁଠି ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ନଳକୂଅରୁ ପାଣି ବାହାରୁ ନାହିଁ। ହେଲେ ଏସବୁ ତଦାରଖ କରିବା ପରିବର୍ତ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗକୁ ଅପେକ୍ଷା କରି ବସିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ଛେଣ୍ଡିପଦା ବ୍ଲକର ମୋଟ ୩୪ ପଞ୍ଚାୟତ ମଧ୍ୟରୁ ୨୦ଟିରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। କଣଲୋଇ, ନୂଆଗାଁ, ବରସାହି, ପାତ୍ରପଡା, ପାଟକମୁଣ୍ଡା, ଛେଣ୍ଡିପଦା, ଜରପଡା, ରାଇଝରଣ, ବସ୍ତପୁର, ଶିମିଳିପାଳ, ତେଣ୍ଟୁଲୋଇ, ଟାଙ୍ଗିରି, କଙ୍କରେଇ, ନିଶା, ବାଲିପଟା, ବସନ୍ତପୁର ଆଦି ପଞ୍ଚାୟତରେ ବସୁଧା ଯୋଜନାରେ ମୋଟ ୫୭ଟି ଜଳ ଯୋଗାଣ ପ୍ରକଳ୍ପ ରହିଛି। ସେହିପରି ବ୍ଲକ ଅଞ୍ଚଳରେ ୧୮୯୬ଟି ନଳକୂପ, ୧୨ଟି ସାନିଟାରି କୂପ ରହିଛି। କିନ୍ତୁ ସେଥିରୁ ବହୁ ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ ରହିଛି। କେଉଁ ପଞ୍ଚାୟତରେ ପାଇପ୍‌ ଫାଟିଯାଇଛି ତ ଆଉ କେଉଁଠି ପାଣି ଅଭାବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ଠିକ୍‌ ଭାବେ ତଦାରଖ କରାଯାଉ ନାହିଁ। ସେହିପରି ଖନନ କରାଯାଇଥିବା ୧୮୯୬ଟି ନଳକୂପ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ୱ ଅଚଳ ରହିଛି। ଜଳସ୍ତର ହ୍ରାସ କାରଣରୁ ଅନେକ ନଳକୂଅ, କୂଅ ଶୁଖିଲା ଅବସ୍ଥାରେ ପଡ଼ିଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ତଥା ୬୩ନଂ ରାଜପଥ ପାର୍ଶ୍ୱରେ ଥିବା ନଳକୂପ, ମାମୁରିଆ ଗାଁର ଜାତୀୟ ରାଜପଥ କଡରେ ଥିବା ଦୁଇଟି ନଳକୂପ, କଙ୍କରେଇ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ନଳକୂପଗୁଡିକ ଅଚଳ ଅବସ୍ଥାରେ ଅଛି। କେତେକରୁ ଗୋଳିଆ ପାଣି, କଳଙ୍କି ମିଶା ପାଣି ବାହାରୁଥିବାରୁ ତାହାକୁ ବ୍ୟବହାର କରାଯାଉ ନାହିଁ। ସମସ୍ୟା ସମ୍ପର୍କରେ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ମୁର୍ମୁ କହିଛନ୍ତି, ଛେଣ୍ଡିପଦା ବ୍ଲକରେ ଥିବା ନଳକୂଅ, ସାନିଟାରି କୂଅ ଓ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବର୍ତ୍ତମାନ କେତୋଟି ଅଚଳ ଅବସ୍ଥାରେ ଅଛି ସେ ନେଇ ତଥ୍ୟ ନାହିଁ। ଅଭିଯୋଗ ଆସିଲେ ତାହାର ସମାଧାନ କରାଯିବ। ବିଡିଓ ବିଶ୍ୱନାଥ ସାହୁ କହିଛନ୍ତି, ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ବିଭଗୀୟ ଯନ୍ତ୍ରୀଙ୍କୁ ରିପୋର୍ଟ ମଗାଯାଇଛି। ଲୋକଙ୍କୁ ନିଶ୍ଚିତ ଭାବେ ପିଇବା ପାଣି ଯୋଗାଇ ଦିଆଯିବ। ଯେଉଁ ପଞ୍ଚାୟତରେ ସମସ୍ୟା ରହିଛି, ସେଠାରୁ ଅଭିଯୋଗ ଆସିଲେ ପ୍ରକଳ୍ପ ମରାମତି କରାଯିବ।

ଅଭିଯୋଗ କେହି ଶୁଣୁନାହାନ୍ତି
ଟାଙ୍ଗିରି ପଞ୍ଚାୟତ ପୁରୁଣାଗଡ ଗ୍ରାମ ବୁଢ଼ାଢ଼ିପ ସାହିରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମର ପ୍ରାୟ ୩୫୦ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ୨୧ ବର୍ଷ ତଳେ ଖନନ କରାଯାଇଥିଲା। ଫଳରେ ସେଥିରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଅନେକ ସମୟରେ ଗୋଳିଆ ଓ କଳଙ୍କି ମିଶା ପାଣି ବାହାରୁଛି। ଅନ୍ୟ ଏକ ନଳକୂପ ଖନନ କରାଯାଇଥିଲେ ମଧ୍ୟ ତାହା ମଧ୍ୟକୁ ଅପରିଷ୍କାର ପାଣି ପଶୁଥିବା ଦେଖାଯାଉଛି। ଏ ନେଇ ଅଭିଯୋଗ କଲେ କେହି ଶୁଣୁନାହାନ୍ତି।
-ରୋହିତ କୁମାର ସାହୁ, ପୁରୁଣାଗଡ଼

ଦୀର୍ଘଦିନ ହେଲା ଅଚଳ ପଡ଼ିଛି
କଣଲୋଇ ପଞ୍ଚାୟତ କଣଲୋଇ ଗ୍ରାମରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେବ ଅଚଳ ହୋଇପଡିଛି। ଏହା କୌଣସି ଲୋକଙ୍କ କାମରେ ଆସୁନି। ଗ୍ରାମରେ ନିର୍ମାଣ ହୋଇଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକ ମଧ୍ୟ ଭାଙ୍ଗିଗଲାଣି। ଏ ନେଇ ବାରମ୍ବର ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଦୁଃଶାସନ ମାଝି, କଣଲୋଇ

ପିଇବା ପାଣି ଯୋଗାଇ ଦିଆଯାଉ
ଛେଣ୍ଡିପଦା ପଞ୍ଚାୟତ ମାମୁରିଆ ଗଁ।ରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ଥିବାବେଳେ ୨ଟି ନଳକୂପରୁ ପାଣି ବାହାରୁ ନାହିଁ। ଅନ୍ୟ ଏକ ନଳକୂପରୁ ନାଲି ପାଣି ବାହାରୁଛି। ଫଳରେ ପିଇବା ପାଣି ପାଇବାକୁ ଘରୋଇ ନଳକୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି କରାଯାଉ।
-ସୁଲୋଚନା ଖିଲାର, ମାମୁରିଆ


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?