କୋଟିଆର ତିନି ଗ୍ରାମରେ ଆନ୍ଧ୍ର କରିବ ଜିଲା ପରିଷଦ ନିର୍ବାଚନ

ପଟ୍ଟାଙ୍ଗୀ,୫।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଗତ ଫେବୃୟାରୀ୧୩ରେ କରିଥିଲା। ଏହାକୁ ନେଇ ଏବେବି ବାଦ ବିବାଦ ଲାଗିରହିଥିବାବେଳେ ରବିବାର ସମ୍ପୃକ୍ତ ପଞ୍ଚାୟତଗୁଡିକରେ ଜିଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଯାହାକି କୋରାପୁଟ ଜିଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ଆନ୍ଧ୍ର ସୀମାନ୍ତ ଫଗୁଣସିନେରି ଓ ଫାଟୁସିନେରି ପଞ୍ଚାୟତରେ ଆସନ୍ତା ୮ ତାରିଖରେ ଆନ୍ଧ୍ରର ତିନୋମ ଜିଲା ପରିଷଦ ସଭ୍ୟ ପାଇଁ ଭୋଟ ହେବ। ତଳଗଞ୍ଜେଇ ପଦରବାସୀ ମଧ୍ୟ ନେରେଡିବାଲସା ଗ୍ରାମରେ ଏହି ଦିନ ଭୋଟ ଦେବେ। ଫଗୁଣସିନେରି ପଞ୍ଚାୟତର ସଲପଗୁଡା, ଏଗୁମାଣ୍ଡାଙ୍ଗି, ମହିପାଣି ଓ ଫଗୁଣସିନେରି ଆଦି ୪ଟି ଗ୍ରାମର ୪୮୯ ଭୋଟର ତିନୋମରେ ଭୋଟ ଦେବେ। ଏହି ପଞ୍ଚାୟତର ଡୋଲିଆମ୍ବ, ମାଡକାର, କୋନାଦୋରା, ବର୍ଣ୍ଣନା ପାଡୁ, ଚିକାପାରୁ, ନିମାଲପାଡୁ, କୋମେଟିବାଲସା, ପାନସାବାଲସା, ଗୁଞ୍ଜିମାଡା, ଡୋଙ୍କେଲୱବାଲସା, କତୁରୁ ଏବଂ ଫାଟୁସିନେରି ଆଦି ଗ୍ରାମର ୧୦୨୫ ଭୋଟର ମଧ୍ୟ ତିନୋମ ଅଞ୍ଚଳରେ ଭୋଟ ଦେବେ। ସେହିପରି ତଳ ଗଞ୍ଜେଇ ପଦର ପଞ୍ଚାୟତର ଧୂଳିପଦର , ଦିଗୁସେମ୍ବି , ଏଗୁସେମ୍ବି, କୋଟିଆ, ରଣାସିଂ, ଉପର ଗଞ୍ଜେଇ ପଦର, ସିମାଗେଡା, ପାନୁକୁଲାଭା, କୁରୁଡିପଦର ଏବଂ ତଳ ଗଞ୍ଜେଇ ପଦର ଆଦି ଗ୍ରାମର ୧୨୭୨ ଭୋଟର ନେରେଡିବାଲସା ଗ୍ରାମରେ ଭୋଟ ଦେବାକୁ ଆନ୍ଧ୍ର ପକ୍ଷରୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା

ଭୁବନେଶ୍ବର,୪।୩(ବ୍ୟୁରୋ): ପିଆଜ ଉତ୍ପାଦନରେ ଓଡ଼ିଶା ଖୁବଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ବର୍ତ୍ତମାନ ବଳକା ପିଆଜ ଛତିଶଗଡ଼କୁ ରପ୍ତାନୀ ହେଉଛି। ଏଥର ମଧ୍ୟ ବଜେଟ୍‌ରେ କୃଷିପ୍ରତି ପ୍ରବଳ...

କ୍ରେଡାଇ ଓଡ଼ିଶାର ଇଜିଏମ୍‌

ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ...

ଉନ୍ନତୀକରଣ ପାଇଁ ଉଚ୍ଛେଦ

ଅନୁଗୋଳ ଅଫିସ, ୪।୧୧ – ଅନୁଗୋଳ ସହରର ହେବ ଉନ୍ନତୀକରଣ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ...

ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଇଟାଭାଟି

ନୀଳଗିରି, ୬।୨(ସ୍ବ.ପ୍ର.):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଇକୋ ସେନସିଟିଭ୍‌ ଜୋନ୍‌ (ଜୈବ ସମ୍ବେଦନଶୀଳ ଅଞ୍ଚଳ) ଭିତରେ ଏକାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ସାଧାରଣରେ...

ଶଙ୍ଖ ଧରିଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର,୫।୧(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି। ସେ...

ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି ।...

ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୧୭ା୨:ପବିତ୍ର ମାଘପୂର୍ଣ୍ଣିମାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ପରେ ପତନି ଲାଗି କରାଯାଇଥିଲା। ଏହାପରେ...

ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ...

Advertisement
Archives

Model This Week