୧୨ବର୍ଷରେ ୨୦ ଜୀବନ ନେଲାଣି ହାତୀ

ଖୋର୍ଦ୍ଧା ଅଫିସ,୫।୪: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟ ଲାଲସାରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ଦୀର୍ଘ ମାସ ଧରି ହାତୀଙ୍କ ଉପଦ୍ରବ ଯୋଗୁ ଗ୍ରାମବାସୀଙ୍କ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଖୋର୍ଦ୍ଧା ବନାଞ୍ଚଳ ରାମଚଣ୍ଡୀରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଟାଙ୍ଗୀ ବନାଞ୍ଚଳ ଡମଣଭୂଇଁରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବନଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ୨୦୦୯ରୁ ରବିବାର ସୁଦ୍ଧା ୨୦ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ୨୦୦୬ରୁ ରବିବାର ସୁଦ୍ଧା ୧୨ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଯେ, ଚନ୍ଦକା ଅଞ୍ଚଳରୁ ଖସି ଆସିଥିବା ଏକ ୨୮ଟିକିଆ ହାତୀ ପଲ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳର ଜରିପୁଟ, ଦଲେଇପୁଟ, ପାନବରଜ, ଦେଉଳଟାଙ୍ଗୀ, କାଇପଦର, ବେରୁଅଁା, ଶରଧାପୁର, ଛତିପୁର, ରାମେଶ୍ୱର ଗୟାବନ୍ଧ, ଡମଣଭୂଇଁ, ଜଙ୍କିଆ, ବାଲିଗାଡିଆ, ମୋଟା, ଗୋଳବାଇ, ହଜ, ନାରଗୋଦା, ଟାଙ୍କୋଳ, ସିକୋ
ଉପଦ୍ରବ କରୁଛନ୍ତି। ଲଘୁଚାପ ଜନିତ ବନ୍ୟା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରବି ଫସଲ ଅମଳ ସମୟରେ ହାତୀପଲ ଦାଉ ସାଧୁଛନ୍ତି ବୋଲି ଜରିପୁଟ ଗ୍ରାମର ଚିତ୍ତରଞ୍ଜନ ସାମନ୍ତରାୟ, ମନୋରଞ୍ଜନ ସାମନ୍ତରାୟ, କାଶୀନାଥ ଜଗଦ୍ଦେବ, ନଳୀନିକାନ୍ତ ଛୋଟରାୟ, ଶିବଶଙ୍କର ଦାସ, ସୁକାନ୍ତ ଛୋଟରାୟ, ଶିବ ଚମ୍ପତି ପ୍ରମୁଖ କହିଛନ୍ତି। ଖୋର୍ଦ୍ଧା ସହରରେ ମଧ୍ୟ ୫ଥର ହାତୀ ପ୍ରବେଶ କରିଥିବା ଜଣାପଡିଛି। ହାତୀପଲ ଏହି ବନାଞ୍ଚଳରେ ଆଡ୍ଡା ଜମାଇ ରହିଛନ୍ତି। ଏନେଇ ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ହାତୀ-ମଣିଷ ଲଢେଇରେ ଖୋର୍ଦ୍ଧା ବନଖଣ୍ଡରେ ୨୦୦୬ରୁ ୨୦୨୧ ରବିବାର ସୁଦ୍ଧା ୧୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୦୦୬ରେ ୧, ୨୦୦୮ରେ ୨, ୨୦୧୦ରେ ୧, ୨୦୧୭ରେ ୧, ୨୦୧୯ରେ ୧, ୨୦୨୦ରେ ଏକ ମାଇହାତୀ(ଗର୍ଭସ୍ଥ ଶିଶୁ) ସହ ୫ ଏବଂ ୨୦୨୧ ଜାନୁୟାରୀରେ ଏକ ହାତୀର ମୃତ୍ୟୁ ଘଟିଛି। ସେହିପରି ୨୦୦୯ରୁ ରବିବାର ସୁଦ୍ଧା ୨୦ଜଣଙ୍କ ଜୀବନ ଯାଇଛି। ସେଥିରୁ ୨୦୦୯ରେ ୨, ୨୦୧୨ରେ ୨, ୨୦୧୩ରେ ୨, ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୩, ୨୦୨୦ରେ ୫ ଏବଂ ୨୦୨୧ ଏପ୍ରିଲରେ ଜଣେ ମହିଳାଙ୍କ ମତ୍ୟୁ ଘଟିଛି। ଖୋର୍ଦ୍ଧା ବନଖଣ୍ଡରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି। ୨୦୧୭-୧୮ରେ ୨୫୩୩ ଚାଷୀଙ୍କ ୫୫୮ଏକର ଫସଲ ନଷ୍ଟ କରିଛନ୍ତି। ୨୦୧୮-୧୯ରେ ୨୨୩୬ଚାଷୀଙ୍କ ୪୯୪ଏକର, ୨୦୧୯-୨୦ରେ ୧୪୨୬ଜଣ ଚାଷୀଙ୍କ ୨୪୩.୧୧ଏକର ଏବଂ ୨୦୨୦-୨୧ରେ ୨୦୭୫ ଚାଷୀଙ୍କ ପ୍ରାୟ ୫୫୩୨ଏକର ଫସଲ ନଷ୍ଟ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ଏସିଏଫ୍‌ ଗୌରଗୋପାଳ ସ କହିଛନ୍ତି, ହାତୀଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରହିଛି। ହାତୀ ଆକ୍ରମଣରେ ମୃତକଙ୍କ ପରିବାର ଏବଂ ଫସଲ କ୍ଷତିପୂରଣ ଦିଆଯାଉଛି। ଏହି ଦୁଇ ବନାଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ଦିଆଯାଉଛି ବୋଲି କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?