ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ବେଗୁନିଆ,୫।୪(ଡି.ଏନ୍‌.ଏ.): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଶୁଦ୍ଧ ପାନୀୟ ପାଇଁ ସ୍ଥାନୀୟ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଶନିବାର ଏକ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ ମେଲ ମାଧ୍ୟମରେ ପଠାଯାଇଛି ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଗୋବିନ୍ଦପୁର ଗ୍ରାମର ୩ଟି ଓ୍ବାର୍ଡରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗ୍ରାମରେ ପାନୀୟ ଜଳ ପାଇଁ ୭ଟି ଖୋଲା କୂପ,୧୨ଟି ନଳକୂଅ ଏବଂ ୨ଟି ସାନିଟାରି କୂପ ରହିଛି। ଗ୍ରାମବାସୀଙ୍କ ସୁବିଧା ପାଇଁ ୨୦୧୨ରେ ଏଠାରେ ୧୭ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପରେ ଗ୍ରାମ୍ୟ କମିଟି ଗଠନ କରାଯାଇ ପାଇପ ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଥିଲା। କିଛି ବର୍ଷ ଲୋକେ ଜଳ ସଙ୍କଟରୁ ମୁକ୍ତି ପାଇଥିଲେ। ଗତ ୫ବର୍ଷ ହେଲା କମିଟି ଭାଙ୍ଗି ଯାଇଥିବାବେଳେ କେତେଜଣ ଲୋକ ମନଇଚ୍ଛା ଜଳର ଅପବ୍ୟବହାର କରିଥିଲେ। ପ୍ରକଳ୍ପ ଯନ୍ତ୍ରାଂଶ ଉପରେ ଚାପ ପଡ଼ିବାରୁ ମୋଟର ପୋଡିଯାଇଛି ବୋଲି କହି ବିଭାଗ ପକ୍ଷରୁ ଗ୍ରାମକୁ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଫଳରେ ଲୋକେ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ତୁରନ୍ତ ଏହି ପ୍ରକଳ୍ପର ମରାମତି କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ ରଶ୍ମି ରେଖା ଦାସ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ପ୍ରକଳ୍ପ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?