ଆମ ଜିଲା ଖବର

ନିଆଁରେ ପୋଡ଼ି ହୋଇ ମହିଳା ଜୀବନ୍ତଦଗ୍ଧ

ପଟ୍ଟାମୁଣ୍ତାଇ ୧୯।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ବାଲିକଣା ପଞ୍ଚାୟତର ବଢ଼େଇପଡ଼ା ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଗୀତାଞ୍ଜଳି ବିଶ୍ୱାଳ (୩୪)ଜୀବନ୍ତଦଗ୍ଧ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ…

ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେତେଜଣ ବ୍ୟକ୍ତି ଜେସିବି ଲଗାଇ ମାଟି ଖୋଳୁଛନ୍ତି। ସେହି ମାଟିକୁ ହାଇଓ୍ବାରେ…

ବିଦ୍ୟାଳୟ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

କଟକସଦର,୧୯।୩(ଡି.ଏନ୍‌.ଏ.): ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିସବୁ ପୁସ୍ତକ ରାଜ୍ୟ ବାହାରର ପୁସ୍ତକ ବିକ୍ରେତାମାନଙ୍କଠାରୁ…

ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି ଗାଡି ମୋଟର ଗାଁକୁ ଆସିପାରେ ନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ପଶିପାରେ ନାହିଁ। ଜରୁରୀ…

ଡାକ୍ତରଶୂନ୍ୟ ଡାକ୍ତରଖାନା

ବଇଣ୍ଡା,୧୯ା୩(ଡି.ଏନ.ଏ.) ରାଜପଥ ପାର୍ଶ୍ୱରେ ଡାକ୍ତରଖାନା। ପ୍ରତିଦିନ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଉଛି ଏଠାକୁ। ଆଖପାଖ ୭ଟି ପଞ୍ଚାୟତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି। ହେଲେ ସେବା ଯୋଗାଇବାକୁ ଏଠାରେ ଡାକ୍ତର, ଷ୍ଟାଫ୍‌ନର୍ସ ଓ ଡ୍ରେସର, ସୁଇପର କେହି ନାହାନ୍ତି।…

ସରୁନି ପ୍ରକଳ୍ପ, ମିଳୁନି ପାଣି

ଢେଙ୍କାନାଳ ଅଫିସ, ୧୯।୩ ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା। ଏଥିଲାଗି ଖର୍ଚ୍ଚ କରାଯାଉଛି ଅଜସ୍ର ଟଙ୍କା। ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ଚାଲିଛି। ଭୂତଳ ପାଇପ ବିଛାଇ…

ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ୍‌ ଗୁରୁବାର ଅଭିଯୋଗ କରିଛନ୍ତି। ଏମ୍‌ପିଙ୍କ ଏପରି କାର୍ଯ୍ୟକୁ ବ୍ଲକ ବିଜେଡି ପକ୍ଷରୁ…

ଜାଲରେ ପଡ଼ିଲା ବିରଳ ପ୍ରଜାତିର ପ୍ରାଣୀ

ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର ମତ୍ସ୍ୟଜୀବୀମାନେ ଏକ କେନାଲରେ ଜାଲ ପକାଉଥିବା ବେଳେ ଏହି ପ୍ରାଣୀ ଜାଲରେ ପଡ଼ିଥିଲା। ଏହାର…

ଆରମ୍ଭ ହେଲା ଧୁଡୁର ଚିକିତ୍ସା

ତେଲକୋଇ,୧୮।୩ (ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ଚର୍ଚ୍ଚାରେ ଥିବା ବାର୍‌ହା ଧୁଡୁର ଚିକିତ୍ସା କରାଯାଇଛି। ଜଙ୍ଗଲରେ ୯ ଦିନ ରହିବା ପରେ ଜନପଦକୁ ଫେରିଥିବା ଧୁଡୁକୁ କେନ୍ଦୁଝର ଫରେଷ୍ଟ ଡିଭିଜନ ପକ୍ଷରୁ ଚିକିତ୍ସା କରାଯାଇଛି। ଜିଲା ବନ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ l ରାୟଗଡ଼ା କସ୍ତୁରୀନଗର ବାଲାଜୀ ଟାଓ୍ବାରସ୍ଥିତ ସହକାରୀ ଯନ୍ତ୍ରୀ…

ଆତ୍ମହତ୍ୟା କରିବା ସମୟରେ ଭାଙ୍ଗିଗଲା ଗଛ ଡାଳ, ତଥାପି ବଞ୍ଚିଲେନି ଯୁବକ

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗାଁ ନୂଆ ସାହି ଗାଁମୁଣ୍ଡ ଆକାଶିଆ ଗଛ ମୂଳରେ ଗୁରୁବାର ସକାଳୁ ଜଣେ ୨୩ ବର୍ଷୀୟ ବିବାହିତ ଯୁବକଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର କରିଥିଲେ। ଖବର ପାଇ…

କଟକର ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ଘଟଣା: କଣ୍ଟାକ୍ଟ ଟ୍ରେସିଂ କରିବ ସିଏମ୍‌ସି

କଟକ ଅଫିସ,୧୮।୩: କଟକରେ ଧିରେ ଧିରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ସହରର ଏକ ଘରୋଇ କଲେଜରୁ ୧୨ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଉକ୍ତ କଲେଜକୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?