ଆମ ଜିଲା ଖବର

ମାଲକାନଗିରିରେ ବିଏସ୍‌ଏଫ୍‌ ଏଡିଜି

ମାଲକାନଗିରି,୧୯ା୩: ବିଏସ୍‌ଏଫ୍‌ ଏଡିଜି ଡ. ଏସ୍‌.ଏଲ୍‌. ଥାଓସେନ୍‌ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ ମୁଦୁଲିପଡାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍‌ଏଫ କ୍ୟାମ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି।…

୨୭ ଜଣଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ମାଓବାଦୀ

ଗୁଡ଼ାରି/ରାୟଗଡ଼ା ଅଫିସ,୧୯ା୩: ରାୟଗଡ଼ା ଜିଲା ଗୁଡ଼ାରିରେ ଶୁକ୍ରବାର ମାଓବାଦୀ ନାମରେ ୨ଟି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରଟି ସ୍ଥାନୀୟ ବଂଶଧାରା ନଦୀ ବ୍ରିଜ୍‌(ବାଇନାଗୁଡ଼ା ଛକ) ନିକଟରେ ଲଗାଯାଇଛି। ଏଥିରେ ଅଞ୍ଚଳର ୨୭ ଜଣ ରାଜନେତା, ସରକାରୀ କର୍ମଚାରୀ, ପୂର୍ବତନ ସରପଞ୍ଚଙ୍କ ନାମ…

ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ : ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ ଏତେ ଯୋରରେ ବଢିଚାଲିଛି ଯେ, ଆୟତ୍ତ କରିବା କଷ୍ଟକର ହେଉଛି। ଜଙ୍ଗଲ ତଳି ଗାଁକୁ…

ବିଚାରପତିଙ୍କ ଘରୁ ଚୋରି

କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍‌ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନାହିଁ।…

ମହିଳାଙ୍କ ମୃତଦେହ ଜବତ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୧୯।୩: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବଡକେନ୍ଦୁଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ବନ୍ଦ କୋଠରିରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଆମପାଣି ପୋଲିସ ଜବତ କରିଛି। ସେ ହେଲେ ବଡକେନ୍ଦୁଗୁଡା ଗ୍ରାମର ଟଙ୍କଧର ପୂଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକା ପୂଝାରୀ(୩୦)।…

ପୃଥକ ୨ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ଗହଣା ଜବତ

କୋରାପୁଟ,୧୯।୩(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ପୋଲିସ ପୃଥକ ଦୁଇଟି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଦୁଇ ପୃଥକ ଲୁଟ୍‌ ଘଟଣାର…

କାରରୁ ନରକଙ୍କାଳ ମିଳିବା ଘଟଣା : ସାମ୍ନାକୁ ଆସିଲା ସ୍କେଚ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଯାଁଳା ଫାଣ୍ଡିରେ ଜବତ କାରରୁ ମାସେ ତଳେ ଏକ ନରକଙ୍କାଳ ମିଳିଥିଲା। ଏହି ଘଟଣାରେ ମହିଳାଙ୍କ ମୁହଁର ସ୍କେଚ ଆସିଛି। ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବକୁ ଏହି ଦାୟିତ୍ୱ ଦିଆଯାଇଥିଲା। ନରକଙ୍କାଳ ନମୁନାରୁ ସ୍କଲ ମ୍ୟାପିଂ…

ଚାଷରେ ଲାଗୁନିି ମନ୍ଦାକିନୀ ବ୍ୟାରେଜ୍‌

ନିରାକାରପୁର,୧୯।୩ (ଡି.ଏନ୍‌.ଏ.): ଚାଷୀଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଗଡ଼ଠାରେ ମନ୍ଦାକିନୀ ନଦୀରେ ୧୯୮୧ ଡିସେମ୍ବର ୨୧ରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା। ଫଳରେ ଜିଲାର ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଏବଂ ପୁରୀ ଜିଲା କଣାସ ବ୍ଲକର…

ଓଡିଆ ନ ଜାଣିବା ମହଙ୍ଗା ପଡ଼ିଲା: ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ଛତ୍ରପୁର,୧୯।୩(ଡି.ଏନ.ଏ): ଓଡିଆ ଲେଖାପଢ଼ା ଜାଣି ନ ଥିବା କାରଣରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ୍‌ .ଲକ୍ଷ୍ମୀଙ୍କ ପଦବୀ ଅସିଦ୍ଧ ଘୋଷଣା ହୋଇଛି। ଛତ୍ରପୁର ସିଭିଲ ଜଜ୍‌ ଜୁନିୟର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଗୁରୁବାର…

ପିଲାଚୋର ସନ୍ଦେହରେ ଛେଚା ଖାଇଲେ ୨ ଯୁବକ

ଭୋଗରାଇ,୧୯।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସଲପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଘରେ ଶୁକ୍ରବାର ଭୋର୍‌ରୁ ଏକ କାର୍‌ରେ ୪ ଜଣ ଅଚିହ୍ନା ଯୁବକ ଗାଡ଼ି ରାସ୍ତାରେ ରଖି ଘର ଭିତରକୁ ପଶିଥିଲେ। ଘରଲୋକ ଏହା ଜାଣି ପିଲା ଚୋରି…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ

ନୟାଗଡ଼ ଅଫିସ,୧୯।୩: ନୟାଗଡ଼-ଶରଣକୂଳ ରାସ୍ତାର ଜଗନ୍ନାଥପୁର ଛକରେ ଗୁରୁବାର ରାତିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଶରଣକୁଳ ଥାନା ଜଗନ୍ନାଥପୁର ଗାଁର କୃଷ୍ଣଚନ୍ଦ୍ର…

ପୋଖରୀ ଖନନ ନାମରେ ରାଜସ୍ବ ଲୁଟ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୯।୩: ଯାଜପୁର ଜିଲା ବ୍ୟାସନଗର ତହସିଲରେ ମାଟି, ମୋରମ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ମୋରମ ମାଫିଆମାନେ କେତେଜଣ ରାଜନେତା ଓ ଅସାଧୁ ଅଫିସରଙ୍କୁ ହାତବାରିସି କରି କେଉଁଠି ଦିନ ଦ୍ୱିପ୍ରହରରେ ତ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?