ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଏବେ ଅଣ୍ଟା ଭିଡ଼ିଛି ା କରୋନା, ବ୍ଲାକ ଫଙ୍ଗସ୍‌ ଭଳି ମହାମାରୀ ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ‘ହୁ’ ପକ୍ଷରୁ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି ା
ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ ସନ୍ନିକଟ ଯେକୌଣସି ସ୍ଥାନରେ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ଲାଗି ଜମି ସର୍ଭେ ଆରମ୍ଭ ହୋଇଛି। ଲକ୍ଷ୍ମଣନାଥରୋଡ଼ ନିକଟ ପୁରୁଣା ୟୁନିଫାଏଡ଼ ଚେକ୍‌ଗେଟ୍‌ ନିକଟରେ ୫୨ ଏକର ସରକାରୀ ଉପଯୁକ୍ତ ଜମି ରହିଛି। ଏହି ସ୍ଥାନ ପଶ୍ଚିମବଙ୍ଗରୁ ମାତ୍ର ୨କି.ମି. ଦୂର ଏବଂ ଭୋଗରାଇ, ବସ୍ତା, ବାଲିଆପାଳରୁ କେନ୍ଦ୍ରସ୍ଥଳ ହୋଇଥିବାରୁ ତାହା ପ୍ରକୃଷ୍ଟ ବୋଲି ମତପ୍ରକାଶ ପାଇଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ନେତୃତ୍ୱରେ ‘ହୁ’ର ରାଜ୍ୟ ଅଧିକାରିଣୀ ଅର୍ଚ୍ଚନା ଗାୟଣ, ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ପ୍ରଭାସ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ବିପିଏମ୍‌ ଅନୀଲ ମହାନ୍ତି, ବିଡ଼ିଓ ଦିପ୍ତୀରଞ୍ଜନ ସେଠୀ, ମ୍ୟୁନିସିପାଲିଟି ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ଉକ୍ତ ସ୍ଥାନ ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ୯୬ ବେଡ୍‌ ବିଶିଷ୍ଟ ଏହି ହସ୍‌ପିଟାଲ ନିର୍ମାଣ ହେଲେ ମହାମାରୀ ସମୟରେ ଉତ୍ତର ଓଡ଼ିଶାର ୪ଟି ବ୍ଲକ ଉପକୃତ ହୋଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?