ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଏବେ ଅଣ୍ଟା ଭିଡ଼ିଛି ା କରୋନା, ବ୍ଲାକ ଫଙ୍ଗସ୍‌ ଭଳି ମହାମାରୀ ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ‘ହୁ’ ପକ୍ଷରୁ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି ା
ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ ସନ୍ନିକଟ ଯେକୌଣସି ସ୍ଥାନରେ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ଲାଗି ଜମି ସର୍ଭେ ଆରମ୍ଭ ହୋଇଛି। ଲକ୍ଷ୍ମଣନାଥରୋଡ଼ ନିକଟ ପୁରୁଣା ୟୁନିଫାଏଡ଼ ଚେକ୍‌ଗେଟ୍‌ ନିକଟରେ ୫୨ ଏକର ସରକାରୀ ଉପଯୁକ୍ତ ଜମି ରହିଛି। ଏହି ସ୍ଥାନ ପଶ୍ଚିମବଙ୍ଗରୁ ମାତ୍ର ୨କି.ମି. ଦୂର ଏବଂ ଭୋଗରାଇ, ବସ୍ତା, ବାଲିଆପାଳରୁ କେନ୍ଦ୍ରସ୍ଥଳ ହୋଇଥିବାରୁ ତାହା ପ୍ରକୃଷ୍ଟ ବୋଲି ମତପ୍ରକାଶ ପାଇଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ନେତୃତ୍ୱରେ ‘ହୁ’ର ରାଜ୍ୟ ଅଧିକାରିଣୀ ଅର୍ଚ୍ଚନା ଗାୟଣ, ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ପ୍ରଭାସ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ବିପିଏମ୍‌ ଅନୀଲ ମହାନ୍ତି, ବିଡ଼ିଓ ଦିପ୍ତୀରଞ୍ଜନ ସେଠୀ, ମ୍ୟୁନିସିପାଲିଟି ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ଉକ୍ତ ସ୍ଥାନ ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ୯୬ ବେଡ୍‌ ବିଶିଷ୍ଟ ଏହି ହସ୍‌ପିଟାଲ ନିର୍ମାଣ ହେଲେ ମହାମାରୀ ସମୟରେ ଉତ୍ତର ଓଡ଼ିଶାର ୪ଟି ବ୍ଲକ ଉପକୃତ ହୋଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ...

କାଳିମେଘାରୁ ନାଗ ସହ ୧୩ ଛୁଆ ଉଦ୍ଧାର

ତିହିଡ଼ି, ୨୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମର ଭାଗବତ ବାରିକଙ୍କ ଘରୁ ଗୁରୁବାର ଗୋଟିଏ ନାଗ...

ପକ୍ଷୀଗଣନା ଲାଗି କୁଲଡ଼ିହାରେ ୩ ଟିମ୍‌

ସଜନାଗଡ଼, ୬।୧(ଡି.ଏନ.ଏ.) ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି...

ଆବାସରୁ ବଞ୍ଚିତ୍ତ ଦିବ୍ୟାଙ୍ଗ ଜମ୍ବୁ

ଚମ୍ପୁଆ, ୪।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ପାଇଁ...

ନୃଶଂସତାର ସୀମା ଟପିଲେ ଜେଜେମା’: ନିଜ ନାତିକୁ ଅମାନବୀୟ ଭାବେ ପିଟିଲେ

ବସ୍ତା, ୪।୮(ସ୍ବ.ପ୍ର.)-ପିଲାମାନଙ୍କୁ ମା’ ବାପା ଆକଟ କଲା ବେଳେ ସେମାନେ ରକ୍ଷା ପାଇବା ପାଇଁ ଜେଜେମା’ ଜେଜେବାପାଙ୍କ ପାଖକୁ ଦୌଡି ଯାଇଥାନ୍ତି। ସେମାନେ ଜେଜେମା’ କୋଳରେ...

ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ,...

ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ

ଔପଦା, ୪।୫(ଡି.ଏନ୍‌.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍‌ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ...

ଜଳିଗଲା ଟମାଟୋ ବୋଝେଇ ଟ୍ରକ

ବସ୍ତା, ୨୪।୬(ସ୍ବ.ପ୍ର.)- ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଭେଲୋରା -ରାଜଘାଟ ମଝିରେ ଏକ ଟମାଟୋ ବୋଝେଇ ଟ୍ରକ ସୋମବାର ମଧ୍ୟାହ୍ନରେ ହଠାତ୍‌ ଜଳିଯାଇଥିବା...

Advertisement
Archives

Model This Week