୨ ସାଇବର ଠକ ଗିରଫ

କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣପଡ଼ା ଅଞ୍ଚଳର ସୁପ୍ରଭାତ ମହାପାତ୍ର (୨୬) ଏବଂ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ମଙ୍ଗୁଳି ଅଞ୍ଚଳର ତନ୍ମୟ କୁମାର ବେହେରା (୨୪)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୯ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‌, ୪ଟି ସିମ୍‌ ସମେତ ଗୋଟିଏ ବାଇକ୍‌ (ନଂ. ଓଡି ୧୩ କେ ୯୩୯୯) ଜବତ କରିଛି।
ଡିସିପି ପ୍ରତୀକ୍‌ ସିଂଙ୍କ ସୂଚନା ଅନୁଯାୟୀ, ନୂଆବଜାର ଅଞ୍ଚଳର ରବି ନାରାୟଣ ମହାପାତ୍ରଙ୍କ ପାଖକୁ ଗତ ୩ତାରିଖରେ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଫୋନ୍‌ କଲ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର ବୋଲି ପରିଚୟ ଦେବା ସହ ରବିଙ୍କ ନାମରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଇନ୍‌ସ୍ୟୁରାନ୍ସ ପଲିସି ଚେକ୍‌ ଆସିଥିବା କହିଥିଲେ। ଏହି ଚେକ୍‌ କ୍ଲିୟରାନ୍ସ ପାଇଁ ୪୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ରବି ତାଙ୍କ କଥାକୁ ବିଶ୍ୱାସ କରି ଦୁଇଟି ଆକାଉଣ୍ଟକୁ ପ୍ରଥମେ ୩୦ହଜାର ଓ ପରେ ୧୫ହଜାର ଟଙ୍କା ପଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଟଙ୍କା ପାଇବା ପରେ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ବୋଲି ରବି ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏ ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଯେଉଁ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହା ସୁପ୍ରଭାତଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଶନିବାର ଅଭିଯୁକ୍ତ ସୁପ୍ରଭାତ ଓ ତାଙ୍କ ସାଥୀ ତନ୍ମୟଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ବିରୋଧରେ କେସ୍‌ ନଂ. ୪୧୯/୨୧ ଓ ୪୨୦/୨୧ ରୁଜୁ କରାଯାଇଛି। ପୂର୍ବରୁ ସୁପ୍ରଭାତଙ୍କ ନାମରେ ବିଭିନ୍ନ ଥାନାରେ ମୋଟ ୨୪ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri