୨ ସାଇବର ଠକ ଗିରଫ

କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣପଡ଼ା ଅଞ୍ଚଳର ସୁପ୍ରଭାତ ମହାପାତ୍ର (୨୬) ଏବଂ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ମଙ୍ଗୁଳି ଅଞ୍ଚଳର ତନ୍ମୟ କୁମାର ବେହେରା (୨୪)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୯ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‌, ୪ଟି ସିମ୍‌ ସମେତ ଗୋଟିଏ ବାଇକ୍‌ (ନଂ. ଓଡି ୧୩ କେ ୯୩୯୯) ଜବତ କରିଛି।
ଡିସିପି ପ୍ରତୀକ୍‌ ସିଂଙ୍କ ସୂଚନା ଅନୁଯାୟୀ, ନୂଆବଜାର ଅଞ୍ଚଳର ରବି ନାରାୟଣ ମହାପାତ୍ରଙ୍କ ପାଖକୁ ଗତ ୩ତାରିଖରେ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଫୋନ୍‌ କଲ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର ବୋଲି ପରିଚୟ ଦେବା ସହ ରବିଙ୍କ ନାମରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଇନ୍‌ସ୍ୟୁରାନ୍ସ ପଲିସି ଚେକ୍‌ ଆସିଥିବା କହିଥିଲେ। ଏହି ଚେକ୍‌ କ୍ଲିୟରାନ୍ସ ପାଇଁ ୪୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ରବି ତାଙ୍କ କଥାକୁ ବିଶ୍ୱାସ କରି ଦୁଇଟି ଆକାଉଣ୍ଟକୁ ପ୍ରଥମେ ୩୦ହଜାର ଓ ପରେ ୧୫ହଜାର ଟଙ୍କା ପଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଟଙ୍କା ପାଇବା ପରେ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ବୋଲି ରବି ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏ ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଯେଉଁ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହା ସୁପ୍ରଭାତଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଶନିବାର ଅଭିଯୁକ୍ତ ସୁପ୍ରଭାତ ଓ ତାଙ୍କ ସାଥୀ ତନ୍ମୟଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ବିରୋଧରେ କେସ୍‌ ନଂ. ୪୧୯/୨୧ ଓ ୪୨୦/୨୧ ରୁଜୁ କରାଯାଇଛି। ପୂର୍ବରୁ ସୁପ୍ରଭାତଙ୍କ ନାମରେ ବିଭିନ୍ନ ଥାନାରେ ମୋଟ ୨୪ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri