ଓଡ଼ିଶା ତଟକୁ ସୁରକ୍ଷା ଦେବ ବନାନୀ

କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍‌ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା। ଝଡ଼ ପ୍ରଭାବରେ ରଙ୍ଗଣୀ, ତାଳଚୁଆ, ସାତଭାୟା ଅଞ୍ଚଳ ମଧ୍ୟକୁ ସମୁଦ୍ର ଜୁଆର ମାଡ଼ି ଆସିଥିଲା। ଧନ ଜୀବନ ସଙ୍କଟରେ ପଡ଼ିଗଲା। ହାବେଳିଖଟିର ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ଅନୂ୍ୟନ ୧୦୦ ଗଛ ଉପୁଡ଼ିବା ସହ ୬ଟି ପର୍ଯ୍ୟଟକଙ୍କ ରହିବା ଘରର ଆଂଶିକ କ୍ଷତି ହୋଇଥିଲା। ତେବେ ଏହାଠାରୁ ନିମ୍ନରେ ଥିବା ଭିତରକନିକାସ୍ଥ କାଳିଭଞ୍ଜଡିହା ଦ୍ୱୀପାଞ୍ଚଳରେ ପ୍ରବଳ ପବନ ମାଡ଼ ସହ ସମୁଦ୍ର ଜୁଆର ମାଡ଼ି ଯାଇଥିବା ବେଳେ କ୍ଷତିର ପରିମାଣ ନଗଣ୍ୟ ଅଛି। ଏହି ୮.୫ ବର୍ଗ କି.ମି. ଅଞ୍ଚଳରେ ଥିବା ହେନ୍ତାଳବଣ ୟାସ୍‌ ପ୍ରଭାବକୁ ହ୍ରାସ କରିଦେଇଛି। ସାମୁଦ୍ରିକ ଝଡ଼ ପ୍ରଭାବକୁ ହେନ୍ତାଳବଣ ରୋକିପାରିବ ବୋଲି କାଳିଭଞ୍ଜଡିହା ଏହାର ଉଦାହରଣ ପାଲଟିଛି। ଏହା ରାଜ୍ୟ ସରକାର, ସ୍ଥାନୀୟ ଅଧିବାସୀ, ପରିବେଶବିତ୍‌ମାନେ ହୃଦୟଙ୍ଗମ କରିଛନ୍ତି। ଓଡ଼ିଶାର ସମୁଦ୍ର ତଟକ୍ଷୟ, ଧନଜୀବନ ନଷ୍ଟକୁ ବନ୍ୟା, ବାତ୍ୟା ଓ ସୁନାମି ସମୟରେ ରକ୍ଷା ପାଇଁ ୩,୫୦୦ ହେକ୍ଟର ତଟାଞ୍ଚଳରେ ସବୁଜ ବନାନୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହେବ ବୋଲି ପଦାଧିକାରୀମାନେ ସୂଚନା ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ଦୋଳଗୋବିନ୍ଦ ଜେନା, ଆଲୋକ ପରିଡ଼ା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ସବୁବେଳେ ସାମୁଦ୍ରିକ ଝଡ଼, ବନ୍ୟା ଓ ସୁନାମି ଭୟ ରହିଛି। ୧୯୯୯ ମହାବାତ୍ୟାଠାରୁ ଅଦ୍ୟାବଧି ୬ଟି ପ୍ରଭାବଶାଳୀ ସାମୁଦ୍ରିକ ଝଡ଼ ସହ ପ୍ରତିବର୍ଷ ବନ୍ୟା ହେଉଥିଲେ ମଧ୍ୟ ଭିତରକନିକା ହେନ୍ତାଳବଣ ପାଇଁ କ୍ଷତି ପରିମାଣ ଅନ୍ୟ ସ୍ଥାନଠାରୁ କମ ରହିଛି। ମହାବାତ୍ୟା ସମୟରେ ସୁନାମି ପରି ସମୁଦ୍ର ଜୁଆର କୂଳ ଲଙ୍ଘିଥିଲା। ତେବେ ଏହି ସମୟରେ ୧୦ ହଜାରରୁ ଅଧିକଙ୍କ ଜୀବନ ଯାଇଥିବା ବେଳେ ମାତ୍ର ୩୯୭ଜଣ ଏହି ଜିଲାର ଅଧିବାସୀଙ୍କର ମୃତ୍ୟୁ ହୋଇଥିଲା। ୟାସ୍‌ ଝଡ଼ରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର ୧୫୦ଗଁାକୁ ଏହା ପ୍ରଭାବ ପକାଇଛି। ଭିତରକନିକାରେ ମାତ୍ର ୪୮.୩୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅପରପକ୍ଷରେ ଏହା ମଧ୍ୟରେ ଥିବା କାଳିଭଞ୍ଜଡିହା ଦ୍ୱୀପାଞ୍ଚଳ ଆଶ୍ଚର୍ଯ୍ୟଜନକ ଭାବେ ସାମୁଦ୍ରିକ ଝଡ଼କୁ ସମ୍ମୁଖୀନ କରିଛି। ଏହି ୮.୫ ବର୍ଗ କି.ମି. ପରିଧି ମଧ୍ୟରେ ପୃଥିବୀରେ ଦେଖାଯାଉଥିବା ୭୦% ହେନ୍ତାଳ ପ୍ରଜାତିର ଗଛ ଅଛି। ଏହି ଅଞ୍ଚଳରେ ଗୋଟିଏ ହେଲେ ଗଛ ଉପୁଡ଼ିବା ଅଥବା ତଟକ୍ଷୟ ଦେଖାଯାଇନାହିଁ। ଫଳରେ ହେନ୍ତାଳବଣ ହିଁ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ହେବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବନ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପଚାରିବାରେ ରାଜ୍ୟ ସରକାର ଚଳିତବର୍ଷ ସମୁଦ୍ର ତଟାଞ୍ଚଳରେ ୩,୫୦୦ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଞ୍ଚଳରେ ଝାଉଁ ଓ କାଜୁ ଚାରା ଲଗାଯିବ। ସେହିପରି ଏବେ ରାଜ୍ୟରେ ମୋଟ ୨୨୦ ବର୍ଗ କି.ମି. ହେନ୍ତାଳ ବଣ ଅଛି। ଅଧିକ ୪୦୦ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ବାତ୍ୟା, ବନ୍ୟା, ସୁନାମି ଭୟ କିଛି ପରିମାଣରେ କମିଯିବ। ସେହିପରି ତଟକ୍ଷୟକୁ ରୋକାଯାଇପାରିବ ବୋଲି ନିର୍ଦ୍ଦେଶକ ନନ୍ଦ କହିଛନ୍ତି। ଡିଏଫ୍‌ଓ ବିକାଶ ଚନ୍ଦ୍ର ଦାଶ କହିଛନ୍ତି, ସମୁଦ୍ର ତଟକ୍ଷୟକୁ ରୋକିବା ଆମର ପ୍ରଥମ କର୍ତ୍ତବ୍ୟ ହୋଇଛି। ଏଥିପାଇଁ ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରିର ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି ହେବ। ଏଥିପାଇଁ ନୂତନ ଚାରା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?