ବ୍ରାହ୍ମଣୀ ସହ ସଂଯୋଗୀକରଣ ଯୋଜନା ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ,୭ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ ପଟ୍ଟାମୁଣ୍ଡାଇରେ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ଦାବି ଫଳରେ ଓଡ଼ିଶା ଷ୍ଟେଟ କନ୍‌ଷ୍ଟ୍ରକଶନ କମ୍ପାନୀ(ଓସିସି) ପକ୍ଷରୁ ଗୋବରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀକୁ ସଂଯୋଗ କରିବାକୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାର ଗମ୍ଭୀରତା ବିଚାରକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍‌ଭି ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଳିକ, ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ବିଚାର କରି କେନ୍ଦ୍ରାପଡା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ବିଚାରପତି ମଳୟ କୁମାର ପ୍ରଧାନ କେସ୍‌ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରିଥିଲେ। ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋବରୀ ନଦୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେଇଛନ୍ତି। ଫଳରେ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀକୁ ସଂଯୋଗ ନେଇ ସମସ୍ୟା ଦେଖାଦେଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଓ ଗୋବରୀ ନଦୀ ଜମିକୁ ଉଦ୍ଧାର କରିବାକୁ ଅଞ୍ଚଳବାସୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି।
ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀ ନଦୀ ସଂଯୋଗ ହେଲେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ଶତାଧିକ ଗଁାର ଅଧିବାସୀ ଉପକୃତ ହେବେ। ପୂର୍ବରୁ ପଟ୍ଟାମୁଣ୍ଡାଇଠାରେ ପ୍ରବାହିତ ବ୍ରାହ୍ମଣୀ ସହ ଗୋବରୀ ନଦୀରେ ସଂଯୋଗ ହୋଇଥିଲା। ଏହି ନଦୀ ଚିରସ୍ରୋତା ସହ ନୌବାଣିଜ୍ୟ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୬୦ ଦଶକ ପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ-ଗୋବରୀ ନଦୀର ସଂଯୋଗ ପଥକୁ ପୋତି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶ ହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ଗୋବରୀ ନଦୀ କ୍ରମଶଃ ପୋତି ଯାଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ୧୯୩୦ରେ ହୋଇଥିବା ବନ୍ଦୋବସ୍ତରେ ହେରଫେର କରି ହାତେଇ ନେଇଛନ୍ତି। ପୋତି ହୋଇ ପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ଗୁମାସ୍ତା, ଜମିଦାରଙ୍କ ପୁଅମାନଙ୍କଠାରୁ ହାତଲେଖା ଆଣି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗ ଦଖଲ କରିବା ସହ ଜଳାଶୟକୁ ବିକ୍ରିବଟା କରିଛନ୍ତି। ଜମିଦାରଙ୍କ ହାତଲେଖା ଦେଖାଇ ତହସିଲରେ ନାମ ଦରଜ କରିଥିବା ଲୋକ ୧୯୮୪ ଚକବନ୍ଦୀରେ ନିଜ ନାମରେ ପଟ୍ଟା କରାଇ ନେବାକୁ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ସବୁ ଜାଣି ମଧ୍ୟ କିପରି ଲୋକଙ୍କ ନାମରେ ରେକର୍ଡ କରିଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଲୋକେ ଆଇନର ଆଶ୍ରୟ ନେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି। ନଦୀ ପୋତି ହୋଇଯିବାରୁ ଉଭୟପାର୍ଶ୍ୱରେ ଥିବା ଶତାଧିକ ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଗୋବରୀ ନଦୀ ସମ୍ପୂର୍ଣ୍ଣ ଖନନ କରାଯାଇ ବ୍ରାହ୍ମଣୀ ସହ ସଂଯୋଗ କରାଗଲେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୫୦ ହଜାର ଚାଷୀଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?