Posted inଭଦ୍ରକ

ରାସ୍ତାକଡ଼ରେ ୧୪ ପରିବାର

ପଦ୍ମପୁର,୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତ କଣ୍ଟିଆନାଳି ଗ୍ରାମର ୧୪ ପରିବାର ୧୦ ଦିନ ଧରି ଜାମୁଝାଡ଼ି-ଧାମରା ରାସ୍ତା ବିଦେଇପୁର ଛକ ନିକଟରେ ପଲିଥିନ ତଳେ ରହୁଛନ୍ତି। ବାତ୍ୟା ୟାସ୍‌ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ପାଣି ପଶି ସେମାନଙ୍କ ଘର ଭାଙ୍ଗିଯାଇଛି। ରହିବା ପାଇଁ କୌଣସି ଉପାୟ ନ ପାଇ ରାଜରାସ୍ତା ପାର୍ଶ୍ୱରେ ସେମାନେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖଣ୍ଡିଏ ଲେଖାଏ ପଲିଥିନ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ସମସ୍ତଙ୍କ ଘର ପାଣିଘେରରେ ରହିଥିବାରୁ ସେମାନେ ଫେରି ପାରୁନାହାନ୍ତି। ରାସ୍ତାରେ ଶତାଧିକ ଭାରିଯାନ ଚଳାଚଳ କରୁଥିବା ବେଳେ ୧୪ ପରିବାରର ୬୩ରୁ ଊର୍ଦ୍ଧ୍ୱ ସଦସ୍ୟ ବିପଜ୍ଜନକ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ କୌଣସି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ଏପରିକି ବନ୍ୟା ପାଣିରେ ସେମାନଙ୍କର ଖାଦ୍ୟ ଦ୍ରବ୍ୟ, ଲୁଗାପଟା, ବାସନ ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଉ ନ ଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଆସିବାକୁ ରାଜି ହେଉନାହାନ୍ତି। ଅପରପକ୍ଷେ ଲୋକଙ୍କ କହିବା ଅନୁଯାୟୀ ସେମାନେ ପାଣିଘେରରେ ଥିବା ନିଜ ଘର ଆଗରେ ରହିଛନ୍ତି। ଫଳରେ ସେମାନଙ୍କ ଘରେ ଥିବା ସାମଗ୍ରୀ ଚୋରି ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri