ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଏମ୍‌ଇଟି ସିବିକେ ମହାନ୍ତି ରବିବାର ସୂଚନା ଦେଇଛନ୍ତି। ଫଳରେ ଏଣିକି ଏହି ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର କରୋନା ରୋଗୀଙ୍କ ପାଇଁ ଏହା ସଞ୍ଜୀବନୀ ହେବ। ତେବେ ଏହି ଚିକିତ୍ସା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କ ଅଭାବ ରହିଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନାଦେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଆବଶ୍ୟକ ମାନବସମ୍ବଳର ବ୍ୟବସ୍ଥା କରାଯାଉଛି। ଏଥିସହ ସବୁ ମେଡିକାଲ କଲେଜରେ ଏହି ଚିକିତ୍ସା ସେବା ଆରମ୍ଭ ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।
ଗୁରୁତର ରୋଗରେ ପୀଡିତ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଠିକ୍‌ରେ କାମ କରୁ ନ ଥିଲେ ଏକ୍‌ମୋ ମେଶିନର ଆବଶ୍ୟକ ପଡ଼େ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସଫୁସ୍‌ ଶରୀରକୁ ଯୋଗାଇବାରେ ବିଫଳ ହୁଏ କିମ୍ବା ଭେଣ୍ଟିଲେଟର ଲାଗିବା ପରେ ଯଦି ଶରୀରରୁ ଅଙ୍ଗାରକାମ୍ଳ ନିର୍ଗତ ନ ହୁଏ, ଯେତେବେଳେ ହୃତ୍‌ପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ଏକ୍‌ମୋ ମେଶିନ ବ୍ୟବହାର ହୋଇଥାଏ। ଏହି ଚିକିତ୍ସା ଲାଗି ଦୈନିକ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଦରକାର। ତେବେ ମେଶିନ କେତେଦିନ ବ୍ୟବହାର ହେବ, ତାହା ରୋଗୀଙ୍କ ଅବସ୍ଥା ଏବଂ ମିଳୁଥିବା ଚିକିତ୍ସାକୁ ଶରୀର କିଭଳି ପ୍ରତିକ୍ରିୟା ଦେଖାଉଛି ତା’ ଉପରେ ନିର୍ଭର କରେ।
ସୂଚନାଯୋଗ୍ୟ, ଗୁରୁତର ଥିବା କରୋନା ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସା ଆବଶ୍ୟକ ପଡୁଛି। ଏହି ଜରୁରୀ ଚିକିତ୍ସା ପାଇଁ ରାଜ୍ୟରେ ମେଶିନ ନ ଥିବାରୁ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହେଉନି। ଦେଶର ଦୁଇଟି ରାଜ୍ୟରେ କେବଳ ଦୁଇଟି ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ସେବା ମିଳୁଥିବାବେଳେ କୌଣସି ସରକାରୀ ହସ୍ପିଟାଲରେ ଏକ୍‌ମୋ ମେଶିନ ନାହିଁ। ଫଳରେ ରୋଗୀ ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଧାଉଁଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ନବୀନ ନନ୍ଦଙ୍କ ପୁଅଙ୍କ ଲାଗି ଏହି ଚିକିତ୍ସାର ଆବଶ୍ୟକତା ଥିଲା। ମାତ୍ର ଏକ୍‌ମୋ ମେଶିନ ନ ଥିବାରୁ ପୁଅର ମୃତ୍ୟୁ ଘଟିଥିବା ନିଜେ ନବୀନ ନନ୍ଦ ଟୁଇଟ୍‌ କରି ସୂଚନା ଦେଇଥିଲେ। ସେହିପରି ଗଞ୍ଜାମ ଅମ୍ରିତ ଏହି ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବାବେଳେ ଭଞ୍ଜନଗରର ରମେଶ କୋଲକାତା ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri