ପ୍ରସ୍ତାବ ମାତ୍ରେ ଅଣଦେଖା

ଯାଜପୁର ଅଫିସ,୭ା୬: ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବନ୍ୟା ବିଭୀଷିକା ଦେଖିବାକୁ ମିଳୁଛି। ବିପୁଳ ପରିମାଣର ଚାଷଜମି ପ୍ରଭାବିତ ହେବାଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି। ବ୍ୟକ୍ତିଗତ ଓ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ଏହି ସମସ୍ୟାକୁ ସରକାର ହୃଦୟଙ୍ଗମ କଲେ ମଧ୍ୟ ପ୍ରତିକାର କରାଯାଇପାରୁନାହିଁ। ଏହାର କାରଣ ହେଉଛି ପ୍ରଶାସନିକ ସ୍ତରରେ ଅବହେଳା। ଏଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି (ଏସ୍‌ଏଲ୍‌ଏନ୍‌ସିସି) ବୈଠକର ନିଷ୍ପତ୍ତିକୁ ଉଦାହରଣ ଭାବେ ନିଆଯାଇପାରେ। ଏସ୍‌ଏଲ୍‌ଏନ୍‌ସିସି ସଭ୍ୟାସଭ୍ୟମାନଙ୍କ ଦ୍ୱାରା ଗୃହୀତ ଏକାଧିକ ପ୍ରସ୍ତାବ ସତେ ଯେମିତି ଅଣଦେଖା ପାଇଁ ଉଦ୍ଦିଷ୍ଟ। କାରଣ ସେସବୁ ଆଲୋଚନା ମଧ୍ୟରେ ସୀମିତ ରହିଛି। ଫଳରେ କେବଳ ଯାଜପୁର ଜିଲା ନୁହେଁ, ରାଜ୍ୟର ବିିଭିନ୍ନ ନଦୀ ଅବବାହିକା ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।
୨୬ା୬ା୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍‌ଏଲ୍‌ଏନ୍‌ସିସି ବୈଠକରେ ଗ୍ରହଣ କରାଯାଇଥିବା ଏକାଧିକ ପ୍ରସ୍ତାବ ଉପରେ ଅନୁପାଳନ ଓ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ ନ ହେବା ପ୍ରଶାସନିକ ଅବହେଳାକୁ ସୂଚାଉଛି। ଏନେଇ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ୨୧ା୧୦ା୨୦୨୦, ୨୭ା୧ା୨୦୨୧ ଓ ୧୩ା୪ା୨୦୨୧ରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅନୁପାଳନ ଓ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଉକ୍ତ ରିପୋର୍ଟ ଦାଖଲ ନ ହେବାରୁ ସଚିବ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆସନ୍ତା ୯ ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଏସ୍‌ଏଲ୍‌ଏନ୍‌ସିସି ବୈଠକର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଶୁକ୍ରବାର ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ସୂଚନାଥାଉ କି, ୨୬ା୬ା୨୦୨୦ରେ ଅନୁଷ୍ଠିତ ଏସ୍‌ଏଲ୍‌ଏନ୍‌ସିସି ବୈଠକରେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସୁନ୍ଦରଗଡ଼ ଏମପି ଜୁଏଲ ଓରାମ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ସଭ୍ୟାସଭ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ। ସେଥିମଧ୍ୟରେ ଯାଜପୁର ଜିଲାରେ ପ୍ରବାହିତ ବୈତରଣୀ ନଦୀ ଏବଂ ଏହାର ଶାଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବିଧାୟିକା ମଲ୍ଲିକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ତାହା ହେଲା ଭଦ୍ରକ ଜିଲାର ଅର୍ଦ୍ଦାଳୁଆଠାରେ ବୈତରଣୀ ନଦୀର ଶାଖାନଦୀ କୋଚିଲାରେ ଏକ ଡ୍ୟାମ ନିର୍ମାଣ, ଯାହାକି ପ୍ରଶାସନିକ ମଞ୍ଜୁର ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଓ ଯାଜପୁର ଜିଲାର ପ୍ରାୟ ୭ ହଜାର ହେକ୍ଟର ଜମିରେ ଜଳସେଚିତ ହେବା ସହ ବନ୍ୟା ନିୟନ୍ତ୍ରଣ ହୋଇପାରିବ। କିନ୍ତୁ ପ୍ରକଳ୍ପ ପ୍ରସ୍ତାବ ଉପରେ ଏଯାଏ ପଦକ୍ଷେପ ନିଆଯାଇପାରିଲାନାହିଁ।
୨୦୨୦ ଅଗଷ୍ଟରେ ବନ୍ୟା ଏବଂ ଗତ ମେ ୨୬ରେ ବାତ୍ୟା ‘ୟାସ୍‌’ ଓ ପରବର୍ତ୍ତୀ ବନ୍ୟା ଯୋଗୁ ଯାଜପୁର ଜିଲାରେ ବିପୁଳ କ୍ଷୟକ୍ଷତି ହୋଇଛି। ବୈତରଣୀ ଓ ଏହାର ଶାଖାନଦୀରେ ପର୍ଯ୍ୟାୟକ୍ରମେ ୯ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ଲୋକଙ୍କ ଜୀବନ ଜୀବିକା ବିପଦାପନ୍ନ ହୋଇଛି। ଲଗାଣ ବର୍ଷା ହେଲେ ଅନେକ ଜାଗାରେ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହୁଛି। ବର୍ଷାଜଳ ନିଷ୍କାସନ ପାଇଁ ଆଡିବନ୍ଧରେ ଯେଉଁ ପରିମାଣର ସ୍ଲୁଇସ୍‌ ଗେଟ୍‌ ରହିବା କଥା ତାହା ନାହିଁ। ଏଥିଯୋଗୁ ବନ୍ୟା ପାଣି ନଦୀଗୁଡିକରୁ ନିଷ୍କାସିତ ହୋଇପାରୁନାହିଁ। ତେଣୁ ବୈତରଣୀ ଡାହାଣ ଏବଂ ଖରସ୍ରୋତା ଡାହାଣ ଓ ବାମ ପାର୍ଶ୍ୱ ଆଡିବନ୍ଧରେ ଅଧିକ ପରିମାଣରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଅଞ୍ଚଳରେ ବନ୍ୟା କିଛିମାତ୍ରାରେ ନିୟନ୍ତ୍ରଣ ହୋଇ ପାରନ୍ତା ବୋଲି ବିଧାୟିକା ମଲ୍ଲିକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାହା ଯେଭଳି ଅଣଦେଖା ହୋଇରହିଛି, ସେଥିରୁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଥିବା ସ୍ପଷ୍ଟ ହୋଇଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଶାଖାନଦୀ କୋଚିଲା ଉପରେ ଏକ ଡ୍ୟାମ ନିର୍ମାଣ ଲାଗି ଆସିଥିବା ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରି ନିମନ୍ତେ ଡିଭିଜନସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?