ଆମ ଜିଲା ଖବର

ବକ୍ସିଙ୍କ ନାଁରେ ନଗର, ପ୍ରତିମୂର୍ତ୍ତି ନାହିଁ

ଖୋର୍ଦ୍ଧା ଅଫିସ,୧ା୧୦: ସ୍ବାଧୀନୋତ୍ତର ଭାରତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବୀରଙ୍କ ବୀରତ୍ୱ ଗାଥାକୁ ମନେ ପକାଇବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ…

ଆନ୍ଧ୍ର ଲିଭାଇଥିବା ନାମଫଳକ ଲେଖିଲା ଜିଲା ପ୍ରଶାସନ

ପଟ୍ଟାଙ୍ଗୀ,୧।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନରେ ଓଡ଼ିଶା ସରକାରଙ୍କ ରହିଥିବା ଓଡ଼ିଆ ନାମଫଳକକୁ ଆନ୍ଧ୍ର ମଙ୍ଗଳବାର ଲିଭାଇ ଦେଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହାକୁ…

ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟା: ନୟାଗଡ଼ରୁ ଅଭିଯୁକ୍ତ ପ୍ରେମିକ ଗିରଫ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ବନ୍ଦ ଘରୁ ଗତ ୭ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଥିଲା। ମୃତା ଜଣକ ନୟାଗଡ଼ର ବୋହୂ ତଥା ବୋଲଗଡ଼ର ଝିଅ ସନ୍ଧ୍ୟାରାଣୀ ସେଠୀ…

ରାଜକନିକା ପୁଅର କଳାକୃତି ଆଇଏମ୍‌ଏରେ ସ୍ଥାନ ପାଇଲା

ରାଜକନିକା,୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନହୁଣି ଗ୍ରାମର ତ୍ରିଲୋଚନ ବେହେରାଙ୍କ ବିରଳ କଳାକୃତି ଡେରାଡୁନସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ (ଆଇଏମ୍‌ଏ)ରେ ସ୍ଥାନ ପାଇଛି। ନହୁଣି ଗ୍ରାମ ବ୍ରାହ୍ମଣ ଶାସନର ତ୍ରିଲୋଚନ ଗରିବ କୁମ୍ଭାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ…

ବିଦ୍ୟୁତ୍‌ ବିଲ୍‌ ନାହିଁ: ଆବାସ ତାଲିକାରୁ ନାମ ବାଦ୍‌

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା କେତେଜଣ ହିତାଧିକାରୀଙ୍କ ନାଁ କାଟି ଦିଆଯାଇଛି। ଏହି ପଞ୍ଚାୟତର ଦେଉଳିସାହି ଗାଁରେ ୨ ଯୋଗ୍ୟ…

ବନ୍ୟା ପରେ ବିଶୁଦ୍ଧ ପାଣି ମିଳୁନି

ବରୀ,୧।୧୦(ଡି.ଏନ.ଏ.): ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ପ୍ରତିବର୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଚଳିତ ବନ୍ୟା ପରେ ବରୀ ବ୍ଲକ୍‌ର ସାହୁପଡ଼ା, ଧାରପୁର, ଇଶାଣପୁର, ବାଲିଆ, ଉଦୟନାଥପୁର, ଭଅଁରା, କଳାମାଟିଆ, ଅନ୍ୟାସୀପୁର, ବାଲିବିଲି…

କାରଖାନା ଛାଡୁଛି ବିଷାକ୍ତ ପାଣି: ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ

ଯାଜପୁର ଅଫିସ,୧ା୧୦: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ (ଏଏକ୍ୟୁଏମ୍‌ଏସ୍‌) ୩ ରୁ ୨ଟି ଅଚଳ ରହିଛି। ଏଥିଯୋଗୁ ବାୟୁ ପ୍ରଦୂଷଣ ତଥ୍ୟ ଲୁଚି…

ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ ତିନି ପଟୁ ଘେରାବନ୍ଦୀ କରି ରଖିଛି ସମ୍ପୂର୍ଣ୍ଣ ଗ୍ରାମକୁ। ଫଳରେ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା…

ସ୍ୱାସ୍ଥ୍ୟସେବାରେ ଆସୁନି ସୁଧାର

ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.) ମହାମାରୀ କରୋନା ସଂକ୍ରମଣ ଦେଖାଦେବା ପରଠାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ହେଲେ ଏହାର କିଛି ବି ସୁଫଳ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଲକ୍ଷିତ ହେଉନାହିଁ।…

ସୁରକ୍ଷା ଖୋଜୁଛନ୍ତି ଗେଣ୍ଡାଳିଆ

ବେତନଟୀ,୧।୧୦(ସ୍ବ.ପ୍ର.)-ଅନେକ ସଚେତନା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି। ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ଦିନକୁ ଦିନ ନିଜର ପଞ୍ଝା ମେଲାଇ ଚାଲିଛନ୍ତି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ…

ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ

ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ ମହାପାତ୍ର। ସେ ଅକ୍ଟୋବର ୩୧ରେ ସେଠାରେ ଯୋଗଦେଇ ଗବେଷଣା ଜାରି ରଖିବେ। ସାମ୍ପ୍ରତିକ ସ୍ଥିତିରେ…

ରେଙ୍ଗାଲି: ପାଣିରେ ପଡ଼ିବ ୬୬ କୋଟି

ଯାଜପୁର ଅଫିସ,୧ା୧୦:ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ବହୁମୁଖୀ ଯୋଜନାର ବାମପାର୍ଶ୍ୱ କେନାଲର ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଢେଙ୍କାନାଳ ଜିଲା ଭୁବନ ବ୍ଲକର ଓଡିଶଠାରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?