ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟା: ନୟାଗଡ଼ରୁ ଅଭିଯୁକ୍ତ ପ୍ରେମିକ ଗିରଫ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ବନ୍ଦ ଘରୁ ଗତ ୭ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଥିଲା। ମୃତା ଜଣକ ନୟାଗଡ଼ର ବୋହୂ ତଥା ବୋଲଗଡ଼ର ଝିଅ ସନ୍ଧ୍ୟାରାଣୀ ସେଠୀ ଓରଫ ଗୀତା ବୋଲି ଜଣାପଡିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହେବା ପରେ ତାଙ୍କ ସହ ରହୁଥିବା ଅଭିଯୁକ୍ତ ପ୍ରେମିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲା। ଶେଷରେ ଘଟଣାର ୨୩ ଦିନ ପରେ ଗୁରୁବାର କମିଶନରେଟ ପୋଲିସ ନୟାଗଡ଼ ବସ୍‌ ଷ୍ଟାଣ୍ଡ୍‌ରୁ ତାଙ୍କୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲା ତଳପାଟ୍‌ଘାଟ୍‌ କୋଷ୍ଟାଲ ଥାନାଞ୍ଚଳର ଏସ୍‌.କେ. ଫରିଦ୍‌ ଓରଫ କାର୍ତ୍ତିକ(୩୫)। ପଚରାଉଚରା ସମୟରେ ସେ ପୋଲିସକୁ ପୂରା ଘଟଣା ସମ୍ପର୍କରେ କହିଛନ୍ତି। ଉଭୟ ବିବାହିତ ଥିବାବେଳେ ପରକୀୟା ପ୍ରୀତିରୁ ଏପରି ଘଟଣା ଘଟିଥିଲା। ମୃତଦେହ ମିଳିବାର ୪ଦିନ ପୂର୍ବରୁ ଗୀତାଙ୍କୁ ଅଭିଯୁକ୍ତ ହତ୍ୟା କରିଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

କୋଲକାତାରୁ ଆସି କାର୍ତ୍ତିକ ନାଁରେ ରହୁଥିଲେ ଫରିଦ
ଅଭିଯୁକ୍ତ ଫରିଦ୍‌ ୨୨ବର୍ଷ ତଳେ କାମ ଖୋଜିବା ପାଇଁ କୋଲକାତାରୁ ଓଡ଼ିଶା ଆସିଥିଲେ। କଟକରେ ୬ ମାସ କାମ କରିବା ପରେ ଭୁବନେଶ୍ୱର ଚାଲିଆସି ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ବସ୍ତିରେ ଜଣେ ମହିଳାଙ୍କୁ ଧରମ ମାଉସୀ କରି ତାଙ୍କ ଘରେ ରହିଥିଲେ। ନିଜ ପ୍ରକୃତ ନାଁକୁ ବଦଳାଇ କାର୍ତ୍ତିକ ଜେନା ବୋଲି କହିଥିଲେ। ୨ବର୍ଷ ପରେ ମାଉସୀ କେଉଁଆଡେ ଚାଲିଯିବାରୁ ସେ ଘର ଛାଡି ସୁନ୍ଦରପଦାରେ ରହି ରାଜମିସ୍ତ୍ରି କାମ କରୁଥିଲେ। ୨୦୦୮ରେ ସେ କଟକ ଜିଲା ବୈଦେଶ୍ୱର ଥାନା ଚଢେଇବନ୍ଧ ଗ୍ରାମକୁ କାମ କରିବାକୁ ଯାଇଥିବାବେଳେ କୁନି ନାମ୍ନୀ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ସେଠାରେ ରହିଥିଲେ। ତାଙ୍କର ଗୋଟିଏ ଝିଅ ଓ ପୁଅ ହୋଇଥିଲା। ଚଢେଇବନ୍ଧରେ ତାଙ୍କ ପରିବାର ଥିବାବେଳେ ସେ ଭୁବନେଶ୍ୱରକୁ ଆସି କାମ କରୁଥିଲେ।

 

ଗୀତାଙ୍କୁ ହଟାଇବାକୁ
ବଦଳାଇଥିଲେ ଘର
ଗୀତାଙ୍କ ସହ କାର୍ତ୍ତିକ ରହୁଥିବା ନେଇ ସ୍ତ୍ରୀ କୁନି ଜାଣିବା ପରେ ବାରଣ କରିଥିଲେ। ଏହାକୁ ନେଇ ପରିବାରରେ ଝଗଡ଼ା ହେବାରୁ ସେ ଆଉ ଗୀତାଙ୍କ ସହ ରହିବେନି ବୋଲି ସ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିଦିନ ପରେ ସେମାନେ ପୁଣି ଏକାଠି ରହିଥିଲେ। ଏପଟେ ଗୀତା ମଧ୍ୟ ସ୍ତ୍ରୀଙ୍କ ସହ ସମ୍ପର୍କ ନ ରଖିବାକୁ କାର୍ତ୍ତିକଙ୍କୁ ବାଧ୍ୟ କରୁଥିଲେ। ହେଲେ ସେ ଲୁଚାଇ ଲୁଚାଇ ସ୍ତ୍ରୀଙ୍କ ପାଖକୁ ଟଙ୍କା ଓ ପୁଅଝିଅ ପାଇଁ ଡ୍ରେସ୍‌ ପଠାଇଥିଲେ। ଗୀତା ଏହା ଜାଣିବା ପରେ କାର୍ତ୍ତିକଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ଗାଳି ଦେଇଥିଲେ। ଫଳରେ ବିବାଦ ଉଗ୍ର ହେବାରୁ କାର୍ତ୍ତିକ ସବୁଦିନ ପାଇଁ ଗୀତାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ଘଟଣାର ୧୦ଦିନ ପୂର୍ବରୁ ମହାବୀର ବସ୍ତିରେ ଘରଭଡା ନେଇ ରହିଥିଲେ। ସେପ୍ଟେମ୍ବର ୩ରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ବିଳମ୍ବିତ ରାତିରେ ଗୀତା ଶୋଇଥିବାବେଳେ ଅଭିଯୁକ୍ତ କାର୍ତ୍ତିକ ତାଙ୍କ ବେକକୁ ଏକ ଓଢଣୀରେ ଭିଡି ହତ୍ୟା କରିଥିଲେ। ପରେ ଘର ବାହାର ପଟୁ ତାଲା ପକାଇ ବାଇକ୍‌ ନେଇ କୋଲକାତା ପଳାଇ ଯାଇଥିଲେ।
ବନ୍ଦ ଘରୁ ପଚାପାଣି
ବୋହିବାରୁ ଜଣାପଡିଥିଲା
କାର୍ତ୍ତିକ ଓ ଗୀତା ପରିଚୟପତ୍ର ନ ଦେଇ ମହାବୀର ବସ୍ତିରେ ଘରଭଡ଼ା ନେଇ ରହୁଥିଲେ। ଉଭୟ ବାଇକ୍‌ରେ ବସି ସକାଳୁ ଯାଇ ରାତିକୁ ଆସୁଥିଲେ। ଉଭୟେ ସବୁବେଳେ ମୁହଁରେ ମାସ୍କ ଲଗାଉଥିବାବେଳେ ପଡୋଶୀ ସହ କଥା ହେଉ ନ ଥିଲେ। ସେମାନେ କ’ଣ କରନ୍ତି ଘରମାଲିକ ମଧ୍ୟ ଜାଣି ନ ଥିଲେ। ତେବେ ଗୀତାଙ୍କୁ ହତ୍ୟା ପରେ କାର୍ତ୍ତିକ ଉକ୍ତ ଘରେ ତାଲା ପକାଇ ପଳାଇଥିଲେ ମଧ୍ୟ କାହାର ନଜର ନ ଥିଲା। ଫଳରେ ଘର ଭିତରେ ପଡି ରହିଥିବା ମୃତଦେହରୁ ପଚାପାଣି ବାହାରକୁ ବୋହିଥିଲା। ୪ଦିନ ଧରି ଘରଟି ବନ୍ଦଥିବାବେଳେ ଭିତରୁ ଦୁର୍ଗନ୍ଧ ହେବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।
ମୋ ଝିଅ ହତ୍ୟାକାରୀଙ୍କୁ
ଫାଶୀ ଦିଆଯାଉ
ମୃତା ଗୀତାଙ୍କ ମା’ ଶାନ୍ତି କହିଛନ୍ତି, ମୋ ଝିଅ ସହ କାର୍ତ୍ତିକ ୨ରୁ ୩ଥର ଆମ ଘରକୁ ଆସିଛି। ସେ ମୋ ଝିଅକୁ ଏଭଳି ହତ୍ୟା କରିବ ବୋଲି ମୁଁ କଳ୍ପନା କରି ନ ଥିଲି। ଝିଅର ୧୦ ବର୍ଷର କୁନି ପୁଅଟିଏ ଅଛି। ପୁଅର ଏକୋଇଶିଆ ପୂଜା ଦିନ ଦୁର୍ଘଟଣାରେ ତା’ ବାପାଙ୍କର ମୃତ୍ୟୁ ହୋଇଥିଲା। ଏବେ ମା’ ଚାଲିଯିବାରୁ ପୁଅ ଅନାଥ ହୋଇଗଲା। ଯାହାବି ହେଉ ଛୋଟ ପୁଅଟିକୁ ଦୁଃଖ କଷ୍ଟରେ ପାଳି ପୋଷି ବଡ କରିବି। ମୋ ଝିଅର ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ହୋଇଥିଲା ପ୍ରେମ

ମୃତା ଗୀତା ମଧ୍ୟ ବିବାହିତା ଥିଲେ। ୧୦ବର୍ଷ ତଳେ ନୟାଗଡ଼ ଜିଲା ଲଡ଼ୁକେଶ୍ୱରରେ ବିବାହ କରିଥିଲେ। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବାପଘର ବୋଲଗଡ ଥାନା ପଞ୍ଚୁକୋଟରେ ରହୁଥିଲେ। ତେବେ ରୋଜଗାର ପାଇଁ ସେ ତାଙ୍କ ଗାଁ’ର କେତେଜଣ ମହିଳାଙ୍କ ସହ ମେଣ୍ଢାଶାଳ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ଆସି ଭୁବନେଶ୍ୱରରେ ରହୁଥିଲେ। ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ କାର୍ତ୍ତିକଙ୍କ ସହ ତାଙ୍କର ଦେଖାହୋଇଥିଲା। କଥାବାର୍ତ୍ତା ଭିତରେ ଗୀତାଙ୍କ ଅତୀତ କଥା ଶୁଣି ସେ ଫାଇଦା ଉଠାଇବାକୁ ଯୋଜନା କରିଥିଲେ। କାର୍ତ୍ତିକ ରାଜମିସ୍ତ୍ରି କାମ କରୁଥିବାରୁ ତାଙ୍କ ସହ ହେଲ୍‌ପର କାମ କଲେ ଅଧିକ ଟଙ୍କା ରୋଜଗାର ହେବ ବୋଲି ଗୀତାଙ୍କୁ କହିଥିଲେ। ପରେ ଉଭୟ ସୁନ୍ଦରପଦାରେ ଏକାଠି ରହି କାମ କରୁଥିଲେ।

କେମିତି ଧରାପଡିଲେ କାର୍ତ୍ତିକ

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଥିଲା। ପରିଚୟ ନ ମିଳିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡିଥିଲା। ତେବେ ଘଟଣାର ପରଦିନ ଗୀତାଙ୍କ ମା’ ଶାନ୍ତି ଗଣମାଧ୍ୟମରୁ ଖବର ପାଇ ଭୁବନେଶ୍ୱର ଆସି ମୃତଦେହ ଚିହ୍ନଟ କରିଥିଲେ। ଏଥିସହ ଝିଅ ସହ ରହୁଥିବା ରାଜମିସ୍ତ୍ରି କାର୍ତ୍ତିକ ହିଁ ହତ୍ୟାକାରୀ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପରିଚୟ ମିଳିବା ପରେ ପୋଲିସ କାର୍ତ୍ତିକଙ୍କୁ ଧରିବାକୁ କଟକ ଚଢେଇବନ୍ଧ ଗାଁକୁ ଯାଇଥିଲା। ସେଠାରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ପୋଲିସ ଟିମ୍‌ କୋଲକାତା ଯାଇଥିଲା। ହେଲେ କାର୍ତ୍ତିକ ପୋଲିସ ଆସୁଥିବା ଶୁଣି ପୁଣି ଓଡ଼ିଶା ଚାଲିଆସି ନୟାଗଡ ଜଙ୍ଗଲରେ ଲୁଚିଥିଲେ। ତାଙ୍କ ଉପରେ ନଜର ରଖିଥିବା ପୋଲିସ ଗୁରୁବାର ସକାଳୁ ସେଠାରେ ଚଢ଼ାଉ କରିଥିଲା। କାର୍ତ୍ତିକ ସେଠାରୁ କନ୍ଧମାଳ ପଳାଇବାକୁ ବସ୍‌ରେ ଚଢୁଥିବାବେଳେ ନୟାଗଡ଼ ଷ୍ଟାଣ୍ଡ୍‌ରୁ ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?