ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟା: ନୟାଗଡ଼ରୁ ଅଭିଯୁକ୍ତ ପ୍ରେମିକ ଗିରଫ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ବନ୍ଦ ଘରୁ ଗତ ୭ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଥିଲା। ମୃତା ଜଣକ ନୟାଗଡ଼ର ବୋହୂ ତଥା ବୋଲଗଡ଼ର ଝିଅ ସନ୍ଧ୍ୟାରାଣୀ ସେଠୀ ଓରଫ ଗୀତା ବୋଲି ଜଣାପଡିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହେବା ପରେ ତାଙ୍କ ସହ ରହୁଥିବା ଅଭିଯୁକ୍ତ ପ୍ରେମିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲା। ଶେଷରେ ଘଟଣାର ୨୩ ଦିନ ପରେ ଗୁରୁବାର କମିଶନରେଟ ପୋଲିସ ନୟାଗଡ଼ ବସ୍‌ ଷ୍ଟାଣ୍ଡ୍‌ରୁ ତାଙ୍କୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲା ତଳପାଟ୍‌ଘାଟ୍‌ କୋଷ୍ଟାଲ ଥାନାଞ୍ଚଳର ଏସ୍‌.କେ. ଫରିଦ୍‌ ଓରଫ କାର୍ତ୍ତିକ(୩୫)। ପଚରାଉଚରା ସମୟରେ ସେ ପୋଲିସକୁ ପୂରା ଘଟଣା ସମ୍ପର୍କରେ କହିଛନ୍ତି। ଉଭୟ ବିବାହିତ ଥିବାବେଳେ ପରକୀୟା ପ୍ରୀତିରୁ ଏପରି ଘଟଣା ଘଟିଥିଲା। ମୃତଦେହ ମିଳିବାର ୪ଦିନ ପୂର୍ବରୁ ଗୀତାଙ୍କୁ ଅଭିଯୁକ୍ତ ହତ୍ୟା କରିଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

କୋଲକାତାରୁ ଆସି କାର୍ତ୍ତିକ ନାଁରେ ରହୁଥିଲେ ଫରିଦ
ଅଭିଯୁକ୍ତ ଫରିଦ୍‌ ୨୨ବର୍ଷ ତଳେ କାମ ଖୋଜିବା ପାଇଁ କୋଲକାତାରୁ ଓଡ଼ିଶା ଆସିଥିଲେ। କଟକରେ ୬ ମାସ କାମ କରିବା ପରେ ଭୁବନେଶ୍ୱର ଚାଲିଆସି ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ବସ୍ତିରେ ଜଣେ ମହିଳାଙ୍କୁ ଧରମ ମାଉସୀ କରି ତାଙ୍କ ଘରେ ରହିଥିଲେ। ନିଜ ପ୍ରକୃତ ନାଁକୁ ବଦଳାଇ କାର୍ତ୍ତିକ ଜେନା ବୋଲି କହିଥିଲେ। ୨ବର୍ଷ ପରେ ମାଉସୀ କେଉଁଆଡେ ଚାଲିଯିବାରୁ ସେ ଘର ଛାଡି ସୁନ୍ଦରପଦାରେ ରହି ରାଜମିସ୍ତ୍ରି କାମ କରୁଥିଲେ। ୨୦୦୮ରେ ସେ କଟକ ଜିଲା ବୈଦେଶ୍ୱର ଥାନା ଚଢେଇବନ୍ଧ ଗ୍ରାମକୁ କାମ କରିବାକୁ ଯାଇଥିବାବେଳେ କୁନି ନାମ୍ନୀ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ସେଠାରେ ରହିଥିଲେ। ତାଙ୍କର ଗୋଟିଏ ଝିଅ ଓ ପୁଅ ହୋଇଥିଲା। ଚଢେଇବନ୍ଧରେ ତାଙ୍କ ପରିବାର ଥିବାବେଳେ ସେ ଭୁବନେଶ୍ୱରକୁ ଆସି କାମ କରୁଥିଲେ।

 

ଗୀତାଙ୍କୁ ହଟାଇବାକୁ
ବଦଳାଇଥିଲେ ଘର
ଗୀତାଙ୍କ ସହ କାର୍ତ୍ତିକ ରହୁଥିବା ନେଇ ସ୍ତ୍ରୀ କୁନି ଜାଣିବା ପରେ ବାରଣ କରିଥିଲେ। ଏହାକୁ ନେଇ ପରିବାରରେ ଝଗଡ଼ା ହେବାରୁ ସେ ଆଉ ଗୀତାଙ୍କ ସହ ରହିବେନି ବୋଲି ସ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିଦିନ ପରେ ସେମାନେ ପୁଣି ଏକାଠି ରହିଥିଲେ। ଏପଟେ ଗୀତା ମଧ୍ୟ ସ୍ତ୍ରୀଙ୍କ ସହ ସମ୍ପର୍କ ନ ରଖିବାକୁ କାର୍ତ୍ତିକଙ୍କୁ ବାଧ୍ୟ କରୁଥିଲେ। ହେଲେ ସେ ଲୁଚାଇ ଲୁଚାଇ ସ୍ତ୍ରୀଙ୍କ ପାଖକୁ ଟଙ୍କା ଓ ପୁଅଝିଅ ପାଇଁ ଡ୍ରେସ୍‌ ପଠାଇଥିଲେ। ଗୀତା ଏହା ଜାଣିବା ପରେ କାର୍ତ୍ତିକଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ଗାଳି ଦେଇଥିଲେ। ଫଳରେ ବିବାଦ ଉଗ୍ର ହେବାରୁ କାର୍ତ୍ତିକ ସବୁଦିନ ପାଇଁ ଗୀତାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ଘଟଣାର ୧୦ଦିନ ପୂର୍ବରୁ ମହାବୀର ବସ୍ତିରେ ଘରଭଡା ନେଇ ରହିଥିଲେ। ସେପ୍ଟେମ୍ବର ୩ରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ବିଳମ୍ବିତ ରାତିରେ ଗୀତା ଶୋଇଥିବାବେଳେ ଅଭିଯୁକ୍ତ କାର୍ତ୍ତିକ ତାଙ୍କ ବେକକୁ ଏକ ଓଢଣୀରେ ଭିଡି ହତ୍ୟା କରିଥିଲେ। ପରେ ଘର ବାହାର ପଟୁ ତାଲା ପକାଇ ବାଇକ୍‌ ନେଇ କୋଲକାତା ପଳାଇ ଯାଇଥିଲେ।
ବନ୍ଦ ଘରୁ ପଚାପାଣି
ବୋହିବାରୁ ଜଣାପଡିଥିଲା
କାର୍ତ୍ତିକ ଓ ଗୀତା ପରିଚୟପତ୍ର ନ ଦେଇ ମହାବୀର ବସ୍ତିରେ ଘରଭଡ଼ା ନେଇ ରହୁଥିଲେ। ଉଭୟ ବାଇକ୍‌ରେ ବସି ସକାଳୁ ଯାଇ ରାତିକୁ ଆସୁଥିଲେ। ଉଭୟେ ସବୁବେଳେ ମୁହଁରେ ମାସ୍କ ଲଗାଉଥିବାବେଳେ ପଡୋଶୀ ସହ କଥା ହେଉ ନ ଥିଲେ। ସେମାନେ କ’ଣ କରନ୍ତି ଘରମାଲିକ ମଧ୍ୟ ଜାଣି ନ ଥିଲେ। ତେବେ ଗୀତାଙ୍କୁ ହତ୍ୟା ପରେ କାର୍ତ୍ତିକ ଉକ୍ତ ଘରେ ତାଲା ପକାଇ ପଳାଇଥିଲେ ମଧ୍ୟ କାହାର ନଜର ନ ଥିଲା। ଫଳରେ ଘର ଭିତରେ ପଡି ରହିଥିବା ମୃତଦେହରୁ ପଚାପାଣି ବାହାରକୁ ବୋହିଥିଲା। ୪ଦିନ ଧରି ଘରଟି ବନ୍ଦଥିବାବେଳେ ଭିତରୁ ଦୁର୍ଗନ୍ଧ ହେବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।
ମୋ ଝିଅ ହତ୍ୟାକାରୀଙ୍କୁ
ଫାଶୀ ଦିଆଯାଉ
ମୃତା ଗୀତାଙ୍କ ମା’ ଶାନ୍ତି କହିଛନ୍ତି, ମୋ ଝିଅ ସହ କାର୍ତ୍ତିକ ୨ରୁ ୩ଥର ଆମ ଘରକୁ ଆସିଛି। ସେ ମୋ ଝିଅକୁ ଏଭଳି ହତ୍ୟା କରିବ ବୋଲି ମୁଁ କଳ୍ପନା କରି ନ ଥିଲି। ଝିଅର ୧୦ ବର୍ଷର କୁନି ପୁଅଟିଏ ଅଛି। ପୁଅର ଏକୋଇଶିଆ ପୂଜା ଦିନ ଦୁର୍ଘଟଣାରେ ତା’ ବାପାଙ୍କର ମୃତ୍ୟୁ ହୋଇଥିଲା। ଏବେ ମା’ ଚାଲିଯିବାରୁ ପୁଅ ଅନାଥ ହୋଇଗଲା। ଯାହାବି ହେଉ ଛୋଟ ପୁଅଟିକୁ ଦୁଃଖ କଷ୍ଟରେ ପାଳି ପୋଷି ବଡ କରିବି। ମୋ ଝିଅର ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ହୋଇଥିଲା ପ୍ରେମ

ମୃତା ଗୀତା ମଧ୍ୟ ବିବାହିତା ଥିଲେ। ୧୦ବର୍ଷ ତଳେ ନୟାଗଡ଼ ଜିଲା ଲଡ଼ୁକେଶ୍ୱରରେ ବିବାହ କରିଥିଲେ। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବାପଘର ବୋଲଗଡ ଥାନା ପଞ୍ଚୁକୋଟରେ ରହୁଥିଲେ। ତେବେ ରୋଜଗାର ପାଇଁ ସେ ତାଙ୍କ ଗାଁ’ର କେତେଜଣ ମହିଳାଙ୍କ ସହ ମେଣ୍ଢାଶାଳ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ଆସି ଭୁବନେଶ୍ୱରରେ ରହୁଥିଲେ। ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ କାର୍ତ୍ତିକଙ୍କ ସହ ତାଙ୍କର ଦେଖାହୋଇଥିଲା। କଥାବାର୍ତ୍ତା ଭିତରେ ଗୀତାଙ୍କ ଅତୀତ କଥା ଶୁଣି ସେ ଫାଇଦା ଉଠାଇବାକୁ ଯୋଜନା କରିଥିଲେ। କାର୍ତ୍ତିକ ରାଜମିସ୍ତ୍ରି କାମ କରୁଥିବାରୁ ତାଙ୍କ ସହ ହେଲ୍‌ପର କାମ କଲେ ଅଧିକ ଟଙ୍କା ରୋଜଗାର ହେବ ବୋଲି ଗୀତାଙ୍କୁ କହିଥିଲେ। ପରେ ଉଭୟ ସୁନ୍ଦରପଦାରେ ଏକାଠି ରହି କାମ କରୁଥିଲେ।

କେମିତି ଧରାପଡିଲେ କାର୍ତ୍ତିକ

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଥିଲା। ପରିଚୟ ନ ମିଳିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡିଥିଲା। ତେବେ ଘଟଣାର ପରଦିନ ଗୀତାଙ୍କ ମା’ ଶାନ୍ତି ଗଣମାଧ୍ୟମରୁ ଖବର ପାଇ ଭୁବନେଶ୍ୱର ଆସି ମୃତଦେହ ଚିହ୍ନଟ କରିଥିଲେ। ଏଥିସହ ଝିଅ ସହ ରହୁଥିବା ରାଜମିସ୍ତ୍ରି କାର୍ତ୍ତିକ ହିଁ ହତ୍ୟାକାରୀ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପରିଚୟ ମିଳିବା ପରେ ପୋଲିସ କାର୍ତ୍ତିକଙ୍କୁ ଧରିବାକୁ କଟକ ଚଢେଇବନ୍ଧ ଗାଁକୁ ଯାଇଥିଲା। ସେଠାରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ପୋଲିସ ଟିମ୍‌ କୋଲକାତା ଯାଇଥିଲା। ହେଲେ କାର୍ତ୍ତିକ ପୋଲିସ ଆସୁଥିବା ଶୁଣି ପୁଣି ଓଡ଼ିଶା ଚାଲିଆସି ନୟାଗଡ ଜଙ୍ଗଲରେ ଲୁଚିଥିଲେ। ତାଙ୍କ ଉପରେ ନଜର ରଖିଥିବା ପୋଲିସ ଗୁରୁବାର ସକାଳୁ ସେଠାରେ ଚଢ଼ାଉ କରିଥିଲା। କାର୍ତ୍ତିକ ସେଠାରୁ କନ୍ଧମାଳ ପଳାଇବାକୁ ବସ୍‌ରେ ଚଢୁଥିବାବେଳେ ନୟାଗଡ଼ ଷ୍ଟାଣ୍ଡ୍‌ରୁ ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri