ବିଦ୍ୟୁତ୍‌ ବିଲ୍‌ ନାହିଁ: ଆବାସ ତାଲିକାରୁ ନାମ ବାଦ୍‌

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା କେତେଜଣ ହିତାଧିକାରୀଙ୍କ  ନାଁ କାଟି ଦିଆଯାଇଛି। ଏହି ପଞ୍ଚାୟତର ଦେଉଳିସାହି ଗାଁରେ ୨ ଯୋଗ୍ୟ ହିତାଧିକାରୀ ବିଦ୍ୟୁତ୍‌ ବିଲ ଦେଖାଇ ନ ପାରିବାରୁ ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଦେଉଳିସାହି ଗାଁର ଦୁଇ ଭାଇ ନାରାୟଣ ବେହେରା ଓ ଧୁନ ବେହେରା। ଉଭୟ ଗୋଟିଏ ଖଞ୍ଜାରେ ଅଲଗା ଅଲଗା ବସବାସ କରନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରି ଯୋଗ୍ୟ ତାଲିକାରେ ଥିଲେ।
କିଛିଦିନ ତଳେ ପକ୍କା ଘରର ତଦନ୍ତ ପାଇଁ କେନ୍ଦ୍ରୀୟ ଟିମ୍‌ ଗାଁକୁ ଆସିଥିଲେ। ଏହି ସମୟରେ ତଦନ୍ତକାରୀ ଟିମ୍‌ ଉଭୟ ଭାଇଙ୍କୁ ବିଦ୍ୟୁତ୍‌ ବିଲ୍‌ ମାଗିଥିଲେ। ମାତ୍ର ସେମାନେ ଦେଖାଇ ପାରି ନ ଥିଲେ। ଏବେ ଏହି ଯୋଜନାରୁ ସେମାନଙ୍କ ନାମ ବାଦ୍‌ ଦିଆଯାଇଛି ବୋଲି ସମିତିସଭ୍ୟା ନିଲୁବାଲା ମହାନ୍ତି ଅଭିଯୋଗ କରିଛନ୍ତି। ଉଭୟ ଭାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କ ନାମରେ ପୃଥକ୍‌ ରାଶନକାର୍ଡ ମଧ୍ୟ ରହିଛି। ଆର୍ଥିକ ଜନଗଣନା ୨୦୧୧ ରିପୋର୍ଟରେ ୨ ଜଣଙ୍କ ନାମରେ ଚାଳଘର ଥିବା ଦର୍ଶାଯାଇଛି। ଏଭଳି ପରିସ୍ଥିତିରେ ଉଭୟ ଭାଇଙ୍କ ନାମ କିପରି ବାଦ୍‌ ପଡ଼ିଲା, ସେନେଇ ନିଲୁବାଲା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉଭୟ ଭାଇ କହିଛନ୍ତି, ସେମାନେ ଗରିବ ପରିବାର ହୋଇଥିବା ବେଳେ କେନ୍ଦ୍ରୀୟ ଟିମ୍‌ଙ୍କୁ ସମସ୍ତ କାଗଜପତ୍ର ଓ ଘର ବୁଲାଇ ଦେଖାଇଥିଲେ। ଏହାସତ୍ତ୍ୱେ ଉଭୟଙ୍କ ନାମରେ ପୃଥକ୍‌ ବିଦ୍ୟୁତ୍‌ ବିଲ୍‌ ନ ଥିବାରୁ ସେମାନଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି କହିଛନ୍ତି।
ସେହିପରି ଗ୍ରାମର ସନ୍ତୋଷ କୁମାର ମହାନ୍ତିଙ୍କ ପରିବାର ଆର୍ଥତ୍କ ଅଭାବ ଯୋଗୁ ବହୁ କଷ୍ଟରେ ଚଳୁଛନ୍ତି। ତାଙ୍କ ନାମ ମଧ୍ୟ ଆବାସ ଯୋଗ୍ୟ ତାଲିକାରୁ କାଟି ଦିଆଯାଇଛି। ଏ ନେଇ ସେ ସମିତିସଭ୍ୟା ମହାନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବାଲଂଶା ଗାଁର ସୌଭାଗିନୀ ବାରିକ, ପୁରୁଣା ବସନ୍ତର ମିନତି ସ୍ବାଇଁଙ୍କ ଘର ଫନି ବାତ୍ୟାରେ ଭାଙ୍ଗିଯାଇଛି। ସେମାନେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇନାହିଁ ବୋଲି ନିଲୁବାଲା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହାର ପୁନଃ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ପୂରଣ ନ ହେଲେ ଉକ୍ତ ପରିବାର ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଲୁବାଲା ଚେତାବନୀ ଦେଇଛନ୍ତି। ଏ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ବିଡିଓ ଜିତେନ୍ଦ୍ର କୁମାର ନାୟକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ବର୍ଷ ତଳେ ନିଜସ୍ବ ଅର୍ଥରେ ଗଢ଼ିଥିଲେ ମନ୍ଦିର

ଖୁଣ୍ଟୁଣୀ,୧୭।୫( ଡି.ଏନ୍‌.ଏ.): ନିଜ ଜନ୍ମ ଭୂମିରେ ଏକ ମନ୍ଦିର କରିବା ପାଇଁ ସ୍ବପ୍ନ ଦେଖି ତାହାକୁ ସତରେ ପରିଣତ କରିବା ବହୁତ କମ୍‌ ଲୋକ ଥାଆନ୍ତି।...

କରୋନା ଛଡ଼ାଇନେଲା ସବୁ, ପଢ଼ିବା, ଚଳିବା କଷ୍ଟ

ପୋଲସରା,୧୨ା୫(ଡି.ଏନ.ଏ.)-ସାରା ବିଶ୍ୱକୁ ଗ୍ରାସିଛି କରୋନା। ଏଥିରେ ଗଲାଣି ୨ ଲକ୍ଷରୁ ଊର୍ଦ୍ଧ୍ୱ ଜୀବନ। କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା...

ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ବାହାନଗା, ୨୯ା୧୧(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା...

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଦାରିଙ୍ଗବାଡି,୧୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ପଞ୍ଚାୟତ ବୁଡାଙ୍ଗପିପିଲି ଜଙ୍ଗଲରେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା...

ଲିଙ୍ଗରାଜ ଭଳି ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଅଣାଯାଉ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ...

ବିଜ୍ଞାନ ମେଳାରେ ୩୧୬ ପ୍ରକଳ୍ପ ପ୍ରଦର୍ଶିତ

ଜୁନାଗଡ,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରଠାରେ ମଙ୍ଗଳବାର ଏକ ବିଜ୍ଞାନ ମେଳା ପ୍ରଦର୍ଶିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ...

ସୁରକ୍ଷାକର୍ମୀ -ମାଓବାଦୀ ଗୁଳିବିନିମୟ : ଜଣେ ମହିଳା ମାଓବାଦୀ ମୃତ

କୋଟଗଡ଼,୧୨।୧୦(ଡି.ଏନ୍‌.ଏ.): କନ୍ଧମାଳ – କଳାହାଣ୍ଡି ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବୁଧବାର ଦୀର୍ଘସମୟ ଧରି...

ଧାନ ଫସଲରେ ରୋଗ, ଚିନ୍ତାରେ ଚାଷୀ

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନଚାଷରେ ରୋଗପୋକ ପ୍ରାଦୁର୍ଭାବ ଦେଖାଦେଇଛି। ଏଭଳି ସମୟରେ ଗ୍ରାମ୍ୟ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ...

Advertisement
Archives

Model This Week