ବିଦ୍ୟୁତ୍‌ ବିଲ୍‌ ନାହିଁ: ଆବାସ ତାଲିକାରୁ ନାମ ବାଦ୍‌

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା କେତେଜଣ ହିତାଧିକାରୀଙ୍କ  ନାଁ କାଟି ଦିଆଯାଇଛି। ଏହି ପଞ୍ଚାୟତର ଦେଉଳିସାହି ଗାଁରେ ୨ ଯୋଗ୍ୟ ହିତାଧିକାରୀ ବିଦ୍ୟୁତ୍‌ ବିଲ ଦେଖାଇ ନ ପାରିବାରୁ ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଦେଉଳିସାହି ଗାଁର ଦୁଇ ଭାଇ ନାରାୟଣ ବେହେରା ଓ ଧୁନ ବେହେରା। ଉଭୟ ଗୋଟିଏ ଖଞ୍ଜାରେ ଅଲଗା ଅଲଗା ବସବାସ କରନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରି ଯୋଗ୍ୟ ତାଲିକାରେ ଥିଲେ।
କିଛିଦିନ ତଳେ ପକ୍କା ଘରର ତଦନ୍ତ ପାଇଁ କେନ୍ଦ୍ରୀୟ ଟିମ୍‌ ଗାଁକୁ ଆସିଥିଲେ। ଏହି ସମୟରେ ତଦନ୍ତକାରୀ ଟିମ୍‌ ଉଭୟ ଭାଇଙ୍କୁ ବିଦ୍ୟୁତ୍‌ ବିଲ୍‌ ମାଗିଥିଲେ। ମାତ୍ର ସେମାନେ ଦେଖାଇ ପାରି ନ ଥିଲେ। ଏବେ ଏହି ଯୋଜନାରୁ ସେମାନଙ୍କ ନାମ ବାଦ୍‌ ଦିଆଯାଇଛି ବୋଲି ସମିତିସଭ୍ୟା ନିଲୁବାଲା ମହାନ୍ତି ଅଭିଯୋଗ କରିଛନ୍ତି। ଉଭୟ ଭାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କ ନାମରେ ପୃଥକ୍‌ ରାଶନକାର୍ଡ ମଧ୍ୟ ରହିଛି। ଆର୍ଥିକ ଜନଗଣନା ୨୦୧୧ ରିପୋର୍ଟରେ ୨ ଜଣଙ୍କ ନାମରେ ଚାଳଘର ଥିବା ଦର୍ଶାଯାଇଛି। ଏଭଳି ପରିସ୍ଥିତିରେ ଉଭୟ ଭାଇଙ୍କ ନାମ କିପରି ବାଦ୍‌ ପଡ଼ିଲା, ସେନେଇ ନିଲୁବାଲା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉଭୟ ଭାଇ କହିଛନ୍ତି, ସେମାନେ ଗରିବ ପରିବାର ହୋଇଥିବା ବେଳେ କେନ୍ଦ୍ରୀୟ ଟିମ୍‌ଙ୍କୁ ସମସ୍ତ କାଗଜପତ୍ର ଓ ଘର ବୁଲାଇ ଦେଖାଇଥିଲେ। ଏହାସତ୍ତ୍ୱେ ଉଭୟଙ୍କ ନାମରେ ପୃଥକ୍‌ ବିଦ୍ୟୁତ୍‌ ବିଲ୍‌ ନ ଥିବାରୁ ସେମାନଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି କହିଛନ୍ତି।
ସେହିପରି ଗ୍ରାମର ସନ୍ତୋଷ କୁମାର ମହାନ୍ତିଙ୍କ ପରିବାର ଆର୍ଥତ୍କ ଅଭାବ ଯୋଗୁ ବହୁ କଷ୍ଟରେ ଚଳୁଛନ୍ତି। ତାଙ୍କ ନାମ ମଧ୍ୟ ଆବାସ ଯୋଗ୍ୟ ତାଲିକାରୁ କାଟି ଦିଆଯାଇଛି। ଏ ନେଇ ସେ ସମିତିସଭ୍ୟା ମହାନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବାଲଂଶା ଗାଁର ସୌଭାଗିନୀ ବାରିକ, ପୁରୁଣା ବସନ୍ତର ମିନତି ସ୍ବାଇଁଙ୍କ ଘର ଫନି ବାତ୍ୟାରେ ଭାଙ୍ଗିଯାଇଛି। ସେମାନେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇନାହିଁ ବୋଲି ନିଲୁବାଲା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହାର ପୁନଃ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ପୂରଣ ନ ହେଲେ ଉକ୍ତ ପରିବାର ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଲୁବାଲା ଚେତାବନୀ ଦେଇଛନ୍ତି। ଏ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ବିଡିଓ ଜିତେନ୍ଦ୍ର କୁମାର ନାୟକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri